ଓଡିଶା

odisha

ETV Bharat / state

ଚିଲିକାରେ ବୁଡିଲା ଡଙ୍ଗା: ଜଣେ ନିଖୋଜ, ୧୦ ଉଦ୍ଧାର

ପୁଣି ଚିଲିକାରେ ଡଙ୍ଗା ବୁଡି । ଫଳରେ ଜଣେ ନିଖୋଜ ହୋଇଥିବାବେଳେ ୧୦ ଉଦ୍ଧାର । ଅଧିକ ପଢନ୍ତୁ

By

Published : May 5, 2022, 8:06 PM IST

Updated : May 5, 2022, 8:32 PM IST

ଚିଲିକାରେ ବୁଡିଲା ଡଙ୍ଗା: ଜଣେ ନିଖୋଜ, ୧୦ ଉଦ୍ଧାର
ଚିଲିକାରେ ବୁଡିଲା ଡଙ୍ଗା: ଜଣେ ନିଖୋଜ, ୧୦ ଉଦ୍ଧାର

ଖୋର୍ଦ୍ଧା:ପୁଣି ଚିଲିକାରେ ଡଙ୍ଗା ବୁଡି । ଫଳରେ ଜଣେ ନିଖୋଜ ଥିବାବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ବାଲେଶ୍ୱର ରେମୁଣା ଅଞ୍ଚଳର ଗୋଟିଏ ପରିବାର ମା କାଳୀଜାଈଙ୍କ ଦର୍ଶନ ପାଇଁ ଯାଇଥିଲେ ।

ଚିଲିକାରେ ବୁଡିଲା ଡଙ୍ଗା: ଜଣେ ନିଖୋଜ, ୧୦ ଉଦ୍ଧାର

ତେବେ ଫେରିବାବେଳେ ଚିଲିକାର ଚଢେଇଗୁହା ପାହାଡ଼ ନିକଟରେ କାଳବୈଶାଖୀ ପ୍ରଭାବରେ ଡଙ୍ଗାଟି ବୁଡି ଯାଇଥିଲା । ଠିକ୍‌ ଏହି ସମୟରେ ଖୋର୍ଦ୍ଧା ଏସପିଙ୍କ ସହ ପୋଲିସର ଏକ ଟିମ ମା'ଙ୍କ ଦର୍ଶନ ସାରି ଫେରୁଥିବାବେଳେ ଲୋକେ ଭାସୁ ଥିବା ଦେଖିବାକୁ ପାଇଥିଲେ । ଏହା ପରେ ପୋଲିସ ଟିମ୍‌ ୧୦ ଜଣଙ୍କୁ ଉଦ୍ଧାର କରିବା ସହ ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଭର୍ତ୍ତି କରାଯାଇଛି । ସେପଟେ ନିଖୋଜ ବ୍ୟକ୍ତି ହେଉଛନ୍ତି, ମା' କାଳୀଜାଈ ମନ୍ଦିର ନିକଟରେ ଦୋକାନ ଦେଇଥିବା ଜଣେ ବ୍ୟବସାୟୀ ବୋଲି ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 5, 2022, 8:32 PM IST

ABOUT THE AUTHOR

...view details