ଓଡିଶା

odisha

By

Published : Aug 11, 2023, 7:37 PM IST

ETV Bharat / state

ମଶା ମାରିବ ଡ୍ରୋନ, ଡେଙ୍ଗୁ ରୋକିବାକୁ ବିଏମ୍‌ସିର ପଦକ୍ଷେପ

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଶା ବଂଶ ବୃଦ୍ଧି ରୋକିବାକୁ ପଦକ୍ଷେପ ନେଇଛି ବିଏମ୍‌ସି । ଏହାସହ ଭୁବନେଶ୍ବରକୁ ସଫା ସୁତୁରା ରଖିବା ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି । ଅଧିକ ପଢ଼ନ୍ତୁ

ଡେଙ୍ଗୁ ରୋକିବାକୁ ବିଏମସିର ପଦକ୍ଷେପ
ଡେଙ୍ଗୁ ରୋକିବାକୁ ବିଏମସିର ପଦକ୍ଷେପ

ଡେଙ୍ଗୁ ରୋକିବାକୁ ବିଏମସିର ପଦକ୍ଷେପ

ଭୁବନେଶ୍ବର: ଏଥର ମଶା ମାରିବ ଡ୍ରୋନ୍‌ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଶା ବଂଶ ବୃଦ୍ଧି ରୋକିବାକୁ ପଦକ୍ଷେପ ନେଇଛି ବିଏମ୍‌ସି । ଏଥିପାଇଁ ଡ୍ରୋନ୍‌ର ବ୍ୟବହାର କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ । ସେ କହିଛନ୍ତି, "ରାଜଧାନୀରେ ବଢ଼ୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ୍‌ ମାଧ୍ୟମରେ ରାସାୟନିକ ସ୍ପ୍ରେ' କରାଯିବ । ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ ।"

ତେବେ ଗତବର୍ଷ ମଧ୍ୟ ବିଏମ୍‌ସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ୍‌ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ' କରାଯାଇଥିଲା । ସେହିପରି ସାପ୍ତାହିକ ଡ୍ରାଏ ଡେ' ପାଳନ କରାଯାଉଛି । ଅଗଷ୍ଟ ୧୫ ତାରିଖରୁ ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରିବ ବିଏମ୍‌ସି । ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖ ଅଞ୍ଚଳରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ଫାଇନ ଆଦାୟ କରିବ ବୋଲି ଚେତାବନୀ ଦେଇଛି ବିଏମ୍‌ସି । ତେଣୁ ଜନସାଧାରଣଙ୍କୁ ମଶା ବଂଶ ବୃଦ୍ଧି ରୋକିବାରେ ସହଯୋଗ କରିବାକୁ ଅନୁରୋଧ କରିଛି ବିଏମ୍‌ସି ।

ବିଶେଷଭାବେ ଘର ଚାରିପଟରେ ପରିବେଶରେ ଜମି ରହିଥିବା ଆବର୍ଜନା ସଫା କରିବା ପାଇଁ ପରାମର୍ଶ ଦିଆଯାଇଛି । ଯେପରିକି ଭଙ୍ଗା ଗାଡି, ସୋଲ, ଥାଳି, ଟାୟାରରେ ପାଣି ଜମିବା, ଫୁଲ କୁଣ୍ଡରେ ପାଣି ଜମି ରହିଥିବା ଜାଗାକୁ ସଫା କରିବା ପାଇଁ ମେୟର ପରାମର୍ଶ ଦେଇଛନ୍ତି । ଏହାକୁ ଖିଲାପ କଲେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବିଏମ୍‌ସି । ସଫାସୁତୁରା ନରଖିଲେ ବିଏମସି ଫାଇନ ଆଦାୟ କରିବ ବୋଲି ଚେତାବନୀ ଦେଇଛି ।

ଏହା ବି ପଢନ୍ତୁ...ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ବିଏମସି, ଧରାପଡିଲେ 1000 ଫାଇନ

ଏନେଇ ୩ଟି ଜୋନରେ ଜେଡିସିମାନଙ୍କ ତତ୍ତ୍ୱବଧାନରେ ଟିମ୍ ଗଠନ ହୋଇଛି । ପ୍ରାରମ୍ଭିକ ଭାବରେ ବିଭିନ୍ନ ଅଞ୍ଚଳ ବୁଲି ଏହି ଟିମ୍ ସଚେତନତା ସୃଷ୍ଟି କରିବ । ଏହାପରେ ବାରମ୍ବାର ନିୟମ ଉଲଂଘନ ହେଲେ ରାଜଧାନୀବାସୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ ବୋଲି ବିଏମସି ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି । ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ୁଥିବାବେଳେ ଆତଙ୍କ ବଢାଉଛି ଏଡିସ୍ ମଶା । ଯାହାକୁ ନେଇ ବିଏମ୍‌ସି ଆକ୍ସନ୍‌ ମୋଡ୍‌କୁ ଆସିଛି । ଭୁବନେଶ୍ବରକୁ ସଫା ସୁତୁରା ରଖିବା ସହ ମଶାଙ୍କ ବଂଶ ବୃଦ୍ଧିକୁ ରୋକିବାକୁ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜଧାନୀବାସୀ ଏହାର ଅନୁପାଳନ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details