ଓଡିଶା

odisha

By ETV Bharat Odisha Team

Published : Dec 15, 2023, 10:15 AM IST

ETV Bharat / state

ପୋଷ୍ଟର ମାରିବା ପଡିଲା ମହଙ୍ଗା, ୫୦ ହଜାର ତଣ୍ଡ ଗଣିବ ଫିଟନେସ ସେଣ୍ଟର

BMC Fined Fitness Centre: ରାଜଧାନୀର କାନ୍ଥବାଡରେ ପୋଷ୍ଟର ମାରିବା ପଡିଲା ମହଙ୍ଗା । ଫିଟନେସ ସେଣ୍ଟରକୁ ୫୦ ହଜାର ଜରିମାନା ନିର୍ଦ୍ଦେଶ ଦେଲା ବିଏମସି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ ଏଣେତେଣେ ପୋଷ୍ଟର ବ୍ୟାନର ଲଗାଇବା ଉପରେ କଟକଣା ଲାଗିଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ସହ ଥାନାରେ ମାମଲା ରୁଜୁ ହେଉଛି । ତଥାପି ଚେତୁ ନାହାନ୍ତି କିଛି ଅମାନିଆ । କଟକଣା ସତ୍ତ୍ବେ ସହରର କାନ୍ଥବାଡରେ ପୋଷ୍ଟର ବିଜ୍ଞାପନ ମାରି ସୌନ୍ଦର୍ଯ୍ୟ ନଷ୍ଟ କରୁଛନ୍ତି । ଯେଉଁଥିପାଇଁ ଏବେ ଗୋଟିଏ ଫିଟନେଟ୍ ସେଣ୍ଟର ଉପରେ ୫୦ ହଜାର ଜରିମାନା ଲାଗୁ କରିଛି ବିଏମସି । କାନ୍ଥବାଡରେ ବିଜ୍ଞାପନ ଲଗାଇବା ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମ(BMC) 'ଅଭିଶ ଫିଟନେସ ଜିମ୍ ସେଣ୍ଟର'କୁ ୫୦ ହଜାର ଜରିମାନା ନିର୍ଦ୍ଦେଶ ଦେଇଛି । ଏଥିସହ କ୍ୟାପିଟାଲ ଥାନାରେ ମାମଲା ରୁଜୁ ମଧ୍ୟ ହୋଇଛି ।

ଫିଟନେସ ସେଣ୍ଟର ଉପରେ ୫୦ ହଜାର ଜରିମାନା

ସହରକୁ ସବୁଜ ସୁନ୍ଦର ଓ ସ୍ବଚ୍ଛ ରଖିବା ପାଇଁ ବିଏମସି ବ୍ୟାପକ ପଦକ୍ଷେପ ନେଉଛି । ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ସଚେତନତା କ୍ୟାମ୍ପେନିଂ କରାଯାଉଛି । ଲୋକଙ୍କୁ କାନ୍ଥବାଡ ଓ ଗଛରେ ପୋଷ୍ଟର ବ୍ୟାନର ନଲଗାଇବାକୁ ସଚେତନ କରାଯାଉଛି । ହେଲେ ଏହି ସମୟରେ କିଛି ଉଲ୍ଲଙ୍ଘନକାରୀ ଜାଣିଶୁଣି ପୋଷ୍ଟର ଲଗାଇ କାନ୍ଥବାଡ଼ ଅସୁନ୍ଦର କରି ସମସ୍ତଙ୍କୁ ବିବ୍ରତ କରୁଛନ୍ତି । ଏନେଇ ବିଏମ୍‌ସି ନିୟମ ଉଲ୍ଲଙ୍ଘନକାରୀ ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ୫୦ ହଜାର ଟଙ୍କା ଜରିମାନା ଲାଗୁ କରୁଛି ।

ଏହା ମଧ୍ୟ ପଢନ୍ତୁ: ଭିକାରୀ ମୁକ୍ତ ହେବ ଭୁବନେଶ୍ୱର, ବିଏମସି ତରଫରୁ ଚାଲିଛି ଜୋରଦାର ପ୍ରୟାସ

ଏହା ମଧ୍ୟ ପଢନ୍ତୁ: BMC ଅଫିସ ସମ୍ମୁଖରେ ଅଳିଆ ଢାଳି ବିଜେରି ପ୍ରତିବାଦ, ଜବାବ ଦେଲେ ମେୟର

ଦୁଇ ଦିନ ପୂର୍ବରୁ ଭୁବନେଶ୍ବର କାନ୍ଥବାଡ଼ ଓ ବିଦ୍ୟୁତ ଖୁଣ୍ଟାରେ To-Let ବିଜ୍ଞାପନ ମାରିବା ନେଇ ବିଏମସି ୩ ଜଣଙ୍କୁ ୫୦ ହଜାର ଟଙ୍କାର ଜରିମାନା କରିଥିଲା । ଖାଲି ସେତିକି ନୁହେଁ ସମ୍ପୃକ୍ତ ସଂସ୍ଥାଗୁଡିକ ନାଁରେ ଥାନାରେ ଏତଲା ମଧ୍ୟ ଦେଇଥିଲା । ଏନେଇ ବିଏମସି ପକ୍ଷରୁ ସୋସିଆଲ ମିଡିଆରେ ଏକ୍ସରେ ସୂଚନା ଦିଆଯାଇଥିଲା । କେହି ସହରର କାନ୍ଥବାଡ଼, ଗଛ ଓ ବିଦ୍ୟୁତ ଖୁଣ୍ଟରେ ପୋଷ୍ଟର କିମ୍ବା ବିଜ୍ଞାପନ ଲଗାଇ ପାରିବେ ନାହିଁ । ଆବଶ୍ୟକ ଅନୁଯାୟୀ ଆପଣ କେବଳ ନିଜର ଘର ଓ ଅନୁଷ୍ଠାନରେ ଲଗାଇ ପାରିବେ । ଯଦି ବେଆଇନ ଭାବେ ଏଣେତେଣେ ଲଗାଇବେ ତେବେ ଜରିମାନା ଦେବେ ବୋଲି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକଙ୍କୁ ସଚେତନତା କରାଇଛି ବିଏମସି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details