ନିଖିଳ ଓଡିଶା ରାସ୍ତାପାର୍ଶ୍ଵ ଉଠାଦୋକାନୀ ମହାସଂଘ ପକ୍ଷରୁ ଉତ୍ତର ବିଏମ୍ସି କାର୍ଯ୍ୟାଳୟ ଘେରାଉ ଭୁବନେଶ୍ବର :ଘେରାଉ ହେଲା ବିଏସି କାର୍ଯ୍ୟାଳୟ । ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ଵ ଉଠାଦୋକାନୀ ମହାସଂଘ ପକ୍ଷରୁ ଉତ୍ତର ବିଏମ୍ସି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଖେଳ ନୁହେ ଭାତ ଚାଁହୁ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଉଠାଦୋକାନୀ ।
ଆଉ ଦିନ କେଇଟା ପରେ ଆରମ୍ଭ ହେବ ହକି ବିଶ୍ବକପ । ଏନେଇ ତତ୍ପର ହୋଇ ପଡିଛି ସ୍ମାର୍ଟ ସିଟି । ସଜେଇ ହେବା ସହିତ ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ ପାଇଁ ବିଏମସି ବିଭିନ୍ନ ପଦକ୍ଷେପ ନେଇଛି । ଏହାରି ଭିତରେ ବଳି ପଡିଛନ୍ତି ରାଜଧାନୀ ରାସ୍ତା କଡରେ ଥିବା ବିଭିନ୍ନ ଉଠା ଦୋକାନୀ । BMC ବେଆଇନ ଭାବରେ ହକି ବିଶ୍ବକପ ଆଳ ଦେଖାଇ ରାସ୍ତା କଡରେ ଥିବା ଦୋକାନଗୁଡିକୁ ଭାଙ୍ଗୁଥିବା ଅଭିଯୋଗ କରିଛନ୍ତି ଉଠା ଦୋକାନୀ ।
ଗୁରୁବାର ଖେଳ ନୁହେ ଭାତ ଚାଁହୁ ଏହି ନାରା ନେଇ ନିଖିଳ ଓଡିଶା ରାସ୍ତାପାର୍ଶ୍ଵ ଉଠାଦୋକାନୀ ମହାସଂଘ ପକ୍ଷରୁ ଉତ୍ତର ବିଏମ୍ସି କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବିଏମ୍ସି ବେଆଇନ ଭାବେ ହକି ବିଶ୍ବକପର ଆଳ ଦେଖାଇ ସେମାନଙ୍କ ଦୋକାନଙ୍କୁ ଭାଙ୍ଗିଦେଇଥିବା ବେଳେ ଶହଶହ ସଂଖ୍ୟାରେ ଦୋକାନୀମାନେ ଆସି ବିଏମ୍ସି କାର୍ଯ୍ୟାଳୟ ଘେରାଉ କରିଥିଲେ । ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ମହାକୁମ୍ଭ ଜାରି ରହିବ । ଏହାର ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହିକ ଷ୍ଟାଡିୟମ ହକି ବିଶ୍ବକପ ପାଇଁ ଭେନ୍ୟୁ ନିର୍ଦ୍ଧାରିତ ହୋଇଛି ।
ଇଟିିଭି ଭାରତ, ଭୁବନେଶ୍ବର