ଓଡିଶା

odisha

ETV Bharat / state

ରାଜଧାନୀରେ ଲାଗୁହେବ 3R ପଦ୍ଧତି, ପ୍ରଦୂଷଣ ମୁକ୍ତ କରିବାକୁ BMCର ପ୍ରୟାସ - ଭୁବନେଶ୍ବର ମେୟର ସୁଲୋଚନା ଦାସ

ରାଜଧାନୀରେ ଲାଗୁହେବ 3R ପଦ୍ଧତି । ଏହି ପଦ୍ଧତିରେ ସହରକୁ ସ୍ଵଚ୍ଛ ସହ ବିଭିନ୍ନ ଜିନିଷର ସଂରକ୍ଷଣ କରିବ BMC । ଅଧିକ ପଢନ୍ତୁ

ରାଜଧାନୀରେ ଲାଗୁହେବ 3R ପଦ୍ଧତି
ରାଜଧାନୀରେ ଲାଗୁହେବ 3R ପଦ୍ଧତି

By

Published : May 16, 2023, 8:04 AM IST

ରାଜଧାନୀରେ ଲାଗୁହେବ 3R ପଦ୍ଧତି

ଭୁବନେଶ୍ବର:'ମୋ ସ୍ଵଚ୍ଛ ସହର ମୋ ଜୀବନ' ଏହି ବାର୍ତ୍ତା ନେଇ ରାଜଧାନୀରେ ଲାଗୁହେବ 3R ପଦ୍ଧତି । ସହରକୁ ସ୍ବଚ୍ଛ କରିବାକୁ ଆଉ ପାଦେ ଆଗେଇଥିବା ବେଳେ 3R କନସେପ୍ଟରେ ସହରକୁ ସ୍ଵଚ୍ଛ ସହ ବିଭିନ୍ନ ଜିନିଷର ସଂରକ୍ଷଣ କରିବ BMC । ଏହାକୁ ନେଇ ଏଣିକି ରାଜଧାନୀରେ ରିଡ୍ୟୁସ୍, ରିୟୁଜ, ରିସାଇକେଲ(3R) ପଦ୍ଧତିରେ ସ୍ବଚ୍ଛତା ଅଭିଯାନ ଚାଲିବ । ଅର୍ଥାତ କମ ଉପଯୋଗୀ, ପୁନଃ ଉପଯୋଗ ଓ ପୁନଃ ଚକ୍ର ପଦ୍ଧତିରେ ସହରର ସ୍ବଚ୍ଛତ ପରିପାଳନ କରାଯିବ ।

ଆଉ ସହରକୁ ପ୍ରଦୂଷଣ ମୁକ୍ତ କରାଯିବାର ପ୍ରୟାସ ଆରମ୍ଭ କରିବ ବିଏମସି । ଏହି ପଦ୍ଧତିକୁ ଲାଗୁ କରିବା ନେଇ ଆଜି ଉତ୍କଳ କନିକାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ବିଏମ୍ସି କମିଶନର। ତେବେ ବିଏମ୍ସିର ନୂତନ 3 କର୍ମଶାଳା (REDUCE ) (REUSE) (RECYCLE) ଆଜିଠୁ ଆରମ୍ଭ କରି ଜୁଲାଇ ୫ ପର୍ଯ୍ୟନ୍ତ ଜାରି ରହିବ । ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ପରିବେଶ ଅସନ୍ତୁଳିତ ହେବାରେ ଲାଗିଛି ସେଥିରେ ରୋକ୍‌ ଲଗାଇବା ପାଇଁ ନିଆଯାଇଛି ଏଭଳି ନିଆରା ପଦକ୍ଷେପ ।

ଏହି ପଦ୍ଧତିରେ ଯେଉଁ ଲୋକମାନେ ଆସବାବପତ୍ରର ବ୍ୟବହାର ପରେ ତାକୁ ଫୋପାଡ଼ି ଦେଉଛନ୍ତି । ସେସବୁକୁ ଏଣିକି ବିଏମ୍ସି ସଂରକ୍ଷିତ ରଖିବ। ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟ ଓ ଜନଗହଳି ସ୍ଥାନରେ 3r ପଦ୍ଧତିକୁ ତ୍ଵରାନିତ୍ଵ କରିବାର ପାତ୍ର ରଖାଯିବ। ସେଥିରେ ଲୋକମାନେ ଅଦରକାରୀ ଜିନିଷ, ପ୍ଲାଷ୍ଟିକ ଜିନିଷ ସବୁ ଦେଇପାରିବେ ଓ ପୁନଃ ପ୍ରକ୍ରିୟାକରଣ ବା ରିସାଇକେଲ ହୋଇଥିବା ଜିନିଷ ନେଇପାରିବେ ବୋଲି ଭୁବନେଶ୍ୱର ମେୟର କହିଛନ୍ତି । ଏହାସହ ଯେଉଁମାନେ ଅତି ଗରିବ ଶ୍ରେଣୀର ସେମାନଙ୍କୁ ଏସବୁ ପ୍ରକାରର ପାତ୍ର ବଣ୍ଟାଯିବ । ଏହି କର୍ମଶାଳାରେ ବିଭିନ୍ନ ପ୍ରକାର ଜିନିଷର ଉପସ୍ଥାପନା କରାଯାଇଥିଲା । ଏହାର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ବୁଝାଯାଇଥିଲା । ଆଉ ପ୍ଲାଷ୍ଟିକରୁ କିପରି ବିଭିନ୍ନ ନୂତନ ଘରକରଣା ଜିନିଷ ପ୍ରସ୍ତୁତ ହୋଇପାରିବ ସେ ନେଇ ସୂଚନା ଦିଆଯାଇଛି ।

ତେବେ ଆଗକୁ ଅର୍ଥାତ ୫ ତାରିଖ ପର୍ଯ୍ୟନ୍ତ ଏଭଳି କର୍ମଶାଳା କରାଯାଇ ଲୋକଙ୍କୁ ପ୍ରତି ୱାର୍ଡରେ ଗଳିରେ ସହରର ବିଭିନ୍ନ ସ୍ଥାନରେ ଗାଡ଼ିବୁଲି ବୁଝାଇବା ସହ ସଚେତନତା କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ସେହିପରି ରାଜଧାନୀର ବିଭିନ୍ନ ସ୍ଥାନରେ 3R ଷ୍ଟଲ୍‌ ଲାଗିବ । ଏହି ଷ୍ଟଲରେ ରାଜଧାନୀବାସୀ ସେମାନଙ୍କର ପୁରୁଣା କପଡ଼ା, ପୁରୁଣା ଖେଳନା ସମେତ ପୁରୁଣା ବ୍ୟବହାର ଉପଯୋଗୀ ସାମଗ୍ରୀ ଦେଇ ପାରିବେ ଯାହାକି ପୁନଃ ଉପୋଯୋଗୀ ହୋଇପାରିବ । କେବଳ ସେତିକି ନୁହେଁ ବ୍ୟବହାର ପରେ କିପରି ବର୍ଜ୍ୟ ବସ୍ତୁକୁ ପୁନଃ ଚକ୍ରଣ କରିହେବ ତାହା ସଚେତନ କରିବ ବିଏମସି ।

ରାଜଧାନୀର ଗୋଟିଏ ଜାଗାରେ ହେବ ପ୍ରକ୍ରିୟା କରଣ କେନ୍ଦ୍ର । ଯାହାର ଆବଶ୍ୟକ ହେବ ସେମାନେ ଏହି କେନ୍ଦ୍ରରୁ ବିଭିନ୍ନ ସାମଗ୍ରୀ ନେଇପାରିବେ । କମ୍ ଉପଯୋଗ, ପୁନଃ ଉପୋଯୋଗ ଓ ପୁନଃ ଚକ୍ରଣ ଦ୍ବାରା ରାଜଧାନୀ ସ୍ବଚ୍ଛ ହୋଇପାରିବ ବୋଲି କହିଛନ୍ତି ଭୁବନେଶ୍ବର ମେୟର । 3R ଷ୍ଟଲ୍‌ ଦାୟିତ୍ବରେ ରହିବେ ବିଭିନ୍ନ ୱାର୍ଡର ସ୍ବଚ୍ଛା ସାଥୀ । ଏହା ଦ୍ବାରା ରାଜଧାନୀରୁ କମିବ ବର୍ଯ୍ୟ ଓ ସହର ହେବ ସ୍ବଚ୍ଛ । କାରଣ ଏଭଳି ହେଲେ ବାୟୁମଣ୍ଡଳ ପ୍ରଦୂଷଣମୁକ୍ତ ହେବ । ଏହାସହ ପରିବେଶର ସନ୍ତୁଳନ ରକ୍ଷା ପାଇବ ବୋଲି କହିଛନ୍ତି ସୁଲୋଚନା ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details