ଓଡିଶା

odisha

By

Published : Jul 31, 2023, 6:26 PM IST

ETV Bharat / state

BMCର ଡେଙ୍ଗୁ ସଚେତନତା: ପୋଡ଼ା ଇଞ୍ଜିନ ଅଏଲ ବ୍ୟବସାୟଙ୍କୁ 1 ଲକ୍ଷ ଟଙ୍କା ଫାଇନ

ପୋଡ଼ା ଇଞ୍ଜିନ ଅଏଲ ବ୍ୟବସାୟଙ୍କୁ 1 ଲକ୍ଷ ଟଙ୍କା ଫାଇନ କରିଛି ବିଏମସି। ସରକାରୀ ଜାଗାରେ ଚାଲିଥିଲା ବେଆଇନ ପୋଡ଼ା ଇଞ୍ଜିନ ଅଏଲ ବ୍ୟବସାୟ କରୁଥିବାରୁ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଧିକ ପଢନ୍ତୁ

ପୋଡ଼ା ଇଞ୍ଜିନ ଅଏଲ ବ୍ୟବସାୟଙ୍କୁ 1 ଲକ୍ଷ ଟଙ୍କା ଫାଇନ
ପୋଡ଼ା ଇଞ୍ଜିନ ଅଏଲ ବ୍ୟବସାୟଙ୍କୁ 1 ଲକ୍ଷ ଟଙ୍କା ଫାଇନ

ପୋଡ଼ା ଇଞ୍ଜିନ ଅଏଲ ବ୍ୟବସାୟଙ୍କୁ 1 ଲକ୍ଷ ଟଙ୍କା ଫାଇନ

ଭୁବନେଶ୍ବର: ସରକାରୀ ଜାଗାରେ ଚାଲିଥିଲା ବେଆଇନ ପୋଡ଼ା ଇଞ୍ଜିନ ଅଏଲ ବ୍ୟବସାୟ। ଡେଙ୍ଗୁ ସଚେତନତା କରିବାକୁ ଯାଇ ପ୍ରାୟ 1 ଲକ୍ଷ ଟଙ୍କାର ଜରିମାନା କାଟିଛି ବିଏମସି । ଭିଏସଏସ ନଗରରେ ବେଆଇନ ପୋଡ଼ା ଇଞ୍ଜିନ ଅଏଲ ବ୍ୟବସାୟ ଚାଲିଥିବାବେଳେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଏମସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏହି ସ୍ଥାନକୁ ବୁଲି ଦେଖିବା ସହ ବେଆଇନ ବ୍ୟବସାୟ କରୁଥିବା 2ଜଣ ମାଲିକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଥିବା ଜଣାପଡିଛି । ଖାଲି ସେତିକି ନୁହେଁ, ବିଏମସିର ଇନ୍ଫୋର୍ସମେଣ୍ଟ ଅଧିକାରୀ ମାଲିକ 2ଜଣଙ୍କୁ ତାଗିଦ କରିବା ସହ ଆସନ୍ତାକାଲି ଭିତରେ ଅପରିଷ୍କାର ହୋଇପଡିଥିବା ଜାଗାକୁ ସଫା କରିବା ପାଇଁ ମହଲତ ଦେଇଛନ୍ତି । ଯଦି ସମୟ ସୀମା ଭିତରେ ସେହି ସ୍ଥାନ ସଫା ନହୁଏ ତାହାଲେ ସେମାନଙ୍କ ଘରକୁ ବିଏମସି ସିଲ୍ କରିବ ବୋଲି ଚେତାବନୀ ଦେଇଛି ।

ଖାଲି ସେତିକି ନୁହେଁ, ଏହି ସ୍ଥାନରେ ପଡିରହିଥିଲା ଶହ ଶହ ପୁରୁଣା ଟାୟାର ଓ ପୋଡା ଇଞ୍ଜିନ ଅଏଲ ଭର୍ତ୍ତି ଡ୍ରମ ବା ଜାର୍। ଏତେ ପରିମାଣର ପରିତ୍ୟକ୍ତ ସାମଗ୍ରୀ ପଡିରହିଥିବାରୁ ସେହି ସ୍ଥାନକୁ ଦେଖିଲେ ଏହା ଡେଙ୍ଗୁ ରୋଗର ଏକ ବଡ ବାହକ ବୋଲି ଅନୁମେୟ ହୁଏ । ଏହାସହ କୁଢ଼ କୁଢ଼ ଅଳିଆ ପଡ଼ି଼ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ବର୍ଷେ ହେବ ଏଠାରେ ଏହି ବେଆଇନ ଵ୍ୟଵସାୟ କରାଯାଉଛି । ଏହାକୁ ନେଇ ଆମେ ଅନେକ ଥର ଅଭିଯୋଗ କରିବା ସତ୍ତ୍ବେ ବି ଏଠାରୁ ସେମାନେ ହଟିନଥିଲେ । ଏହାକୁ ନେଇ ଡେଙ୍ଗୁର ଡର ଯେତିକି ରହୁଛି ରାସ୍ତାରେ ଟାୟାର ପଡ଼ି ରହିବାରୁ ଆମ ମାନଙ୍କ ଗାଡି ମଧ୍ୟ ଆସିପାରୁନାହିଁ ।" ଏହି ବ୍ୟବସାୟକୁ ନେଇ ସ୍ଥାନୀୟ ବାସିନ୍ଦା ଅନେକ ଅସୁବିଧାର ସମ୍ମୁଖିନ ହେଉଥିବାବେଳେ ଏହାକୁ ହଟାଇବାକୁ ଦାବି କରିଛନ୍ତି ।

ଏହା ବି ପଢନ୍ତୁ...BMC ମେୟର ଓ କମିଶନରଙ୍କ ନାଁରେ ମାମଲା: ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ଘଟଣାରେ ବିଜେପିର ଏତଲା

ଏନେଇ ସ୍ଥାନୀୟ କର୍ପୋରେଟର କହିଛନ୍ତି, "ପ୍ରତ୍ୟେକ ଦିନ ବିଏମସିର ଆହ୍ଵାନକ୍ରମେ ୱାର୍ଡରେ ଡେଙ୍ଗୁ ସଚେତନ କରୁଥିବାବେଳେ ଏଭଳି କଥା ନଜରକୁ ଆସିଥିଲା ଆଉ ସଙ୍ଗେସଙ୍ଗେ ଆମେ ବିଏମ୍‌ସିକୁ ଜଣାଇଥିଲୁ । ପରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍ ଏବଂ ସ୍ଥାନୀୟ ପୋଲିସ ଆସି ଏହାକୁ ପରିଦର୍ଶନ କରିବା ସହ ଲକ୍ଷେ ଟଙ୍କାର ଜରିମାନା କରିଛନ୍ତି । ଯଦି ଆଗକୁ ଏଭଳି ମୋଟା ଅଙ୍କର ଜରିମାନା କରାଯାଏ, ତେବେ ଡେଙ୍ଗୁର ଡର କିଛି ମାତ୍ରାରେ କମି ପାରିବ।" ଅନ୍ୟପଟେ ଅଞ୍ଚଳକୁ ବିଏମସିର ଅଳିଆ ଗାଡି ଆସୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅପରପକ୍ଷେ, ଏହାକୁ ନେଇ କର୍ପୋରେଟର କହିଛନ୍ତି, "ମୋ ଅଞ୍ଚଳର ସ୍ୱଚ୍ଛତା ଓ ପରିଚ୍ଛନତା ଠିକ ରହିଛି, ଯଦି କୋଉଠି ଅଭିଯୋଗ ଆସେ ତେବେ ଆମେ ତାହାକୁ ଅନୁଧ୍ୟାନ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details