ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ପ୍ରସ୍ତୁତି ବୈଠକ । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍ସି କାର୍ଯ୍ୟାଳୟର ଏକାମ୍ର ହଲରେ ବୈଠକ ଅନୁଷ୍ଠିତ ହୋଇଥିଲା । ବାତ୍ୟାର ପୂର୍ବ ପ୍ରସ୍ତୁତିକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ବାତ୍ୟା ସମୟରେ କେଉଁ ୱାର୍ଡରେ କଣ ସମସ୍ୟା ରହିଛି ସେନେଇ ଉପସ୍ଥିତ କର୍ପୋରେଟରଙ୍କ ସହ ଆଲୋଚନା କରିଥିଲେ ମେୟର । ଜଳବନ୍ଦୀ ସମସ୍ୟା ଥିବା ସମ୍ବେଦନପୂର୍ଣ୍ଣ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜୋନ ସ୍ତରରେ ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ଓ ଥଇଥାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ଅଗ୍ନିଶମ ବିଭାଗକୁ ପମ୍ପସେଟ ଓ ଆସ୍କା ଲାଇଟ ସହ ପ୍ରସ୍ତୁତ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ସବୁଠାରୁ ବଡ଼କଥା ହେଲା ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଗଚ୍ଛିତ ରଖିବା ବା ସହ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ମୌଳିକ ସୁବିଧାର ସମସ୍ତ ବ୍ୟବସ୍ତା କରିବାକୁ ପରାମର୍ଶ ଦେଇଛନ୍ତି ମେୟର । ପାଣିପାଗ ବିଭାଗର ସୂଚନା ସହିତ ସମସ୍ତ ଅଧିକାରୀ ଓ କର୍ପୋରେଟରମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।