ଭୁବନେଶ୍ବର: ବିଏମସିକୁ ଜାତୀୟ ସ୍ତରରେ ମିଳିଛି ଆଉ ଏକ ବଡ଼ ସଫଳତା ମିଳିଛି । ସ୍ବେରେଜ, ସେଫଟେଜ ଓ ଫିକଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ବିଏମସି ପୁରସ୍କୃତ ହୋଇଛି । ନୂଆଦିଲ୍ଲୀରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପୁରସ୍କୃତ ବିଏମସି ହୋଇଛି । ଭୁବନେଶ୍ବର ମହାନଗର ନିମଗ ମେୟର ସୁଲୋଚନା ଦାସ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହା ସହିତ ପରିମଳ ଭଦ୍ରକ ଓ ଯାଜପୁର ମଧ୍ୟ ପୁରସ୍କୃତ ହୋଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
ସମଗ୍ର ଦେଶରେ ବିଏମସିର ସର୍ବୋତ୍ତମ ମଡେଲ । ଖାଲି ବିଏମସି ନୁହେଁ ସହରର ସ୍ବଚ୍ଛତାକୁ ନେଇ ୩ଟି କାଟେଗୋରୀରେ ରାଜ୍ୟର ଦୁଇଟି ମ୍ୟୁନସିପାଲ କର୍ପୋରେସନ ଓ ଗୋଟିଏ ଜିଲ୍ଲାକୁ ଆଇଏସସି ଫିକି ସାନିଟେସନ ଆୱାର୍ଡ ଦିଆଯାଇଛି । ଇଣ୍ଡିଆ ସାନିଟେସନ କନକ୍ଳେଭ ୨୦୨୨ରେ ରାଜ୍ୟକୁ ଏହି ତିନ ସଫଳତା ମିଳିଛି । ଭୁବନେଶ୍ୱର ଭଦ୍ରକ ମ୍ୟୁନିସିପାଲ କର୍ପୋରେସନ ସମେତ ଯାଜପୁର ଜିଲ୍ଲାକୁ ଏହି ପୁରସ୍କାର ଦିଆଯାଇଛି । ବେଷ୍ଟ ୱାମେନ ଚେଞ୍ଜମେକର ଇନ ସାନିଟେସନ ଆୱାର୍ଡରେ ଭଦ୍ରକ ମ୍ୟୁନସିପାଲ ସ୍ୱେଚ୍ଛାସାଥି ସସ୍ମିତା ବାରିକ ପୁରସ୍କାର ପାଇଥିବା ବେଳେ ବେଷ୍ଟ ସକିଲିଂ ଇନିସିଆଟିଭ ଫର ସାନିଟେସନ ଆୱାର୍ଡ ଯାଜପୁର ଜିଲ୍ଲାକୁ ମିଳିଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଡିଓ ସୌରଭ ଚକ୍ରବର୍ତ୍ତୀ ଓ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ଆଶୀର୍ବାଦ ନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।