ଓଡିଶା

odisha

ETV Bharat / state

Hockey World Cup: ସହର ସୌନ୍ଦର୍ଯ୍ୟକରଣର ସମୀକ୍ଷା, ବୁଲିବୁଲି ଦେଖିଲେ BMC କମିଶନର ଓ ବିଡିଏ ଉପାଧ୍ୟକ୍ଷ - ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ

ଆଉ ମାତ୍ର 15 ଦିନ ରହିଲା ହକି ବିଶ୍ବକପ। ଏନେଇ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ର ସମୀକ୍ଷା କଲେ ବିଡ଼ିଏ ଉପାଧକ୍ଷ ବଲଓ୍ବନ୍ତ ସିଂ ଏବଂ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ। ଅଧିକ ପଢନ୍ତୁ

Hockey World Cup
ହକି ବିଶ୍ୱକପ

By

Published : Dec 22, 2022, 9:49 PM IST

ହକି ବିଶ୍ୱକପ

ଭୁବନେଶ୍ବର:ବିଶ୍ବକପ ହକିକୁ ଆଉ ମାତ୍ର 15 ଦିନ ବାକି ରହିଲା । ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ସକାଳୁସକାଳୁ ଚାଲିଚାଲି ହକି ବିଶ୍ବ କପ ପାଇଁ କାର୍ଯ୍ୟ କିଭଳି ଚାଲିଛି ସେନେଇ ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି ବିଡ଼ିଏ ଉପାଧକ୍ଷ ବଲଓ୍ବନ୍ତ ସିଂ ଏବଂ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ସେହିପରି ଆୟୋଜନ ପୂର୍ବରୁ ଭିତ୍ତିଭୂମିର ବିକାଶ ଜାରି ରହିଥିବା ବେଳେ କେଉଁଠି କିଛି ସମସ୍ୟା ରହିଛି ତାହା ଅନୁଧ୍ୟାନ କରାଯାଉଛି ।

ତେବେ ଆଚାର୍ଯ୍ୟ ବିହାରରୁ ଏଜି ଛକ ସହିତ ରାଜମହଲ ଛକରୁ କଳ୍ପନା ଯାଏଁ ଚାଲି ଚାଲି ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ଅଧିକାରୀ । ଏହି ସବୁ ଛକଗୁଡିକରେ ଥିବା ରାସ୍ତାର ସମସ୍ୟା, ଳାଇଟ୍ ବ୍ୟବସ୍ଥା, ଉଠା ଦୋକାନ ସହ ସ୍ଵଚ୍ଛତାର ସମୀକ୍ଷା କରିଛନ୍ତି । ଯେଉଁଠି ବି ସମସ୍ୟା ରହିଛି ତାର ସଙ୍ଗେସଙ୍ଗେ ସମଧାନ ହେଉଛି । ବିଶେଷ କରି ରାସ୍ତା ଗୁଡ଼ିକରେ ଝୁଲି ରହିଥିବା କେବୁଲ ଗୁଡିକୁ ଦେଖି କ୍ଷୁବ୍ଧ ହୋଇଛନ୍ତି ବିିଡିଏ ଉପାଧ୍ୟକ୍ଷ । ତେଣୁ ତାକୁ ଉଚ୍ଛେଦ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ବିଶ୍ଵକପ୍ ଏବଂ ଡଟ୍‌ ଫେଷ୍ଟ୍‌ ପାଇଁ ସ୍ଵତନ୍ତ୍ର କମିଟି ଗଠନ ହୋଇ ନିୟମିତା ଚେକିଂ ହେଉଛି । ତେବେ ବିଭିନ୍ନ ସଂସ୍ଥାର କେବୁଲ ପଡ଼ି ରହିଥିବା ବେଳେ ଏନେଇ ସରକାରଙ୍କ ଏକ ମାର୍ଗଦର୍ଶିକା ଖୁବଶୀଘ୍ର ଆସିବାର ଅଛି ଯାହାକୁ ଅପେକ୍ଷା କରାଯାଇଛି । ସ୍ମାର୍ଟସିଟି ପକ୍ଷରୁ ଭୁବନେଶ୍ବରରେ ୪ଶହ କିଲୋମିଟର ଅପ୍ଟିକାଲ ଫାଇବର କେବୁଲ ବିଛା ଯାଇଛି । ତାହାକୁ ବ୍ୟବହାର କରିବାକୁ ବିଭିନ୍ନ ସଂସ୍ଥାକୁ କୁହାଯାଇଛି । ବାହାରେ କେବୁଲ ଗୁଡିକୁ ହଟାଇବା କାର୍ଯ୍ୟ ଜାରି ରହିଛି । ଏହା କେବଳ ସହରର ସୌନ୍ଦର୍ଯ୍ୟକରଣର ପ୍ରସଙ୍ଗ ନୁହଁ ବରଂ ଲୋକଙ୍କ ସୁରକ୍ଷାର କଥା। ଏଣୁ ଏହାକୁ ଗୁରୁତ୍ବର ସହ ନିଆଯାଉଛି ।

ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଓ ଶେଷ ପର୍ଯ୍ୟାୟରେ ରହିଛି । ଲୋକଙ୍କ ସହଯୋଗରେ ବିଶ୍ବକପ ଭଳି ମେଗା ଇଭେଣ୍ଟକୁ ସଫଳତାର ସହ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ଓ BMC କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଛକରୁ ଛକ ଓ ରାସ୍ତା ବୁଲି ବିଭିନ୍ନ ବିଷୟ ଅନୁଧ୍ୟାନ କରିଛନ୍ତି । ବିଶ୍ବକପ ହକି ସମୟରେ ସିଟି ଫେଷ୍ଟ୍‌ ଭଳି ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେହିପରି ୪ଟି ପାର୍କରେ ଷ୍ଟୋରୀ ଟେଲିଂ ଫେଷ୍ଟିଭାଲ, ନାଇଟ ମାର୍କେଟ, ଇଣ୍ଟରନ୍ୟାସନାଲ ଫୁଡ୍‌ ଫେଷ୍ଟିଭାଲ ଭଳି ଭିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ।

ସେହିଭଳି ଆସନ୍ତା ୨୫ ତାରିଖରେ ୱାର୍ଲ୍‌ଡ୍‌ କପ୍‌ ହକିର ଟ୍ରଫି ଭୁବନେଶ୍ୱର ଫେରୁଛି । ଏହାକୁ ସ୍ବାଗତ କରିବାକୁ BMC ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ମିନି ମାରାଥନ ସହ ବିଭିନ୍ନ ଛକରେ ସ୍ବାଗତ କରାଯିବ। ବିମାନ ବନ୍ଦରରୁ ଟ୍ରଫିକୁ ସ୍ବାଗତ କରି ଶୋଭାଯାତ୍ରାରେ ଲିଙ୍ଗରାଜ ମନ୍ଦିର, ଜୟଦେବ ବିହାର ଛକ ଦେଇ ଏକ୍ସପ୍ଲାନେଡ୍‌ ମଲ୍‌ ଓ ସେଠାରୁ କିଟ୍‌ କ୍ୟାମ୍ପସ ଯିବ । ସେଠାରେ ଖେଲୋ ଇଣ୍ଡିଆ ଖେଳାଳିଙ୍କ ଦ୍ବାରା ଟ୍ରଫିକୁ ସ୍ବାଗତ କରାଯିବ। ସେହିଭଳି ଆସନ୍ତା ଜାନୁଆରୀ ୮ ଓ ୧୫ ତାରିଖରେ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥରେ ପଥୋତ୍ସବ ବା ରାହାଗିରି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କହିଛନ୍ତି BMC କମିଶନର ବିଜୟ ଅମୃତା କୁଲାଙ୍ଗେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details