ଖୋର୍ଦ୍ଧା: ରକ୍ତଭଣ୍ଡାରକୁ ନୂଆ ଡାକ୍ତରଖାନାରେ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଦୀର୍ଘ 12ବର୍ଷ ଧରି ଗୁରୁତର ରୋଗୀଙ୍କ ପାଇଁ ରକ୍ତଭଣ୍ଡାରରୁ ରକ୍ତ ନେବାକୁ ହେଲେ ତାଙ୍କ ସଂପର୍କୀୟ ମାନଙ୍କୁ ଭଡା ବାବଦ ଶହେରୁ ଦେଢଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।
ସୂଚନା ଅନୁଯାୟୀ, ଗତ 2007 ମସିହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ସଦର ମହାକୁମା ଠାରେ ଚାଲିଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସେଠାରୁ ପ୍ରାୟ ଦେଢ କିଲୋମିଟର ଦୂରକୁ ସ୍ଥାନାନ୍ତର ହୋଇଛି । କିନ୍ତୁ ରକ୍ତଭଣ୍ଡାର ପୁରୁଣା ଡାକ୍ତରଖାନାରେ ରହିଥିବାରୁ ରୋଗୀ ରକ୍ତ ପାଇବାପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ।