ଓଡିଶା

odisha

ETV Bharat / state

ଗୁହାରି ଶୁଣିଲାନି BMC, ଆତ୍ମହତ୍ୟା ଉଦ୍ୟମ କଲେ ଦୃଷ୍ଚିବାଧିତ - ଦୃଷ୍ଟିବାଧିତଙ୍କ ଦୁଃଖ ଶୁଣିଲାନି ବିଏମସି

ପ୍ରଶାସନ ଗୁହାରି ନଶୁଣିବାରୁ ଦେହରେ କେରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଦୃଷ୍ଟିବାଧିତ । ଅଧିକ ପଢନ୍ତୁ

ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ
ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ

By

Published : Feb 23, 2023, 12:27 PM IST

କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ଦୃଷ୍ଟିବାଧିତଙ୍କ ଦୁଃଖ ଶୁଣିଲାନି ବିଏମସି । ପ୍ରତିଶୃତି ପ୍ରତାରଣା ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଦୃଷ୍ଟିବାଧିତ । ଗତକାଲି(ବୁଧବାର) ବିଏମସି ନୂଆ ବିଲ୍ଡିଂରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉକ୍ତ ଯୁବକ ହେଉଛନ୍ତି ବରମୁଣ୍ଡା ଅଞ୍ଚଳର ପରୀକ୍ଷିତ ସାହୁ ।

ପରୀକ୍ଷିତ ସାହୁ ବରମୁଣ୍ଡାର ଧର୍ମଵିହାର ବରବାରି ବସ୍ତିରେ ରୁହନ୍ତି। ଦୀର୍ଘ ୧୭ ବର୍ଷ ହେବ ସେ ଭୁବନେଶ୍ୱରରେ ରହୁଥିବା ବେଳେ ଝାଲ ମୁଡି ବିକି ପରିବାର ପ୍ରତିପୋଷଣ କରୁଥିଲେ । ଝାଲ ମୁଡି ବ୍ୟବସାୟ ତାଙ୍କ ପରିବାର ପ୍ରତିପୋଷଣର ଏକମାତ୍ର ରୋଜଗାର ପନ୍ଥା ହୋଇଥିବା ବେଳେ ଦୃଷ୍ଟିବାଧିତ ହୋଇଥିବାରୁ ବ୍ୟବସାୟର ସ୍ଥାୟୀତ୍ୱ ପାଇଁ ସେ ଦୀର୍ଘ ୧୦ ବର୍ଷ ହେବ ବିଏମସିକୁ ଏକ ଭେଣ୍ଡିଙ୍ଗ ଜୋନ ପାଇଁ ନିବେଦନ କରିଥିଲେ । କିନ୍ତୁ କେହି କର୍ଣ୍ଣପାତ କରୁନଥିଲେ । ବିଏମସି କୋଠା ପୁରୁଣାରୁ ନୂଆ ହୋଇଥିଲେ ମଧ୍ୟ ପରୀକ୍ଷିତଙ୍କ ଭାଗ୍ୟ ବଦଳି ନଥିଲା । କେବଳ ଏତିକି ନୁହେଁ ସେ ଧାରଣାରେ ମଧ୍ୟ ବସିଥିଲେ । କିନ୍ତୁ ସବୁ ଚେଷ୍ଟା କରିବା ସତ୍ତ୍ବେ ବିଫଳ ହେବାପରେ ଶେଷରେ ସେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରି ଘରେ ଛାଡିଦେଇଥିଲା ।

ଏନେଇ ପରୀକ୍ଷିତ କହିଛନ୍ତି, "ଭେଣ୍ଡିଙ୍ଗ ଜୋନ ପାଇଁ ମୁଁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଥିବା ସମୟରୁ କରିଆସୁଥିଲି । ସେ ତାହା ଅନୁମୋଦନ ବି କରିଥିଲେ । ଆଉ ତାଙ୍କ ଅଧିକାରୀଙ୍କୁ ଆସି ଦେଖା କରି ଭେଣ୍ଡିଙ୍ଗ ଜୋନରେ କିଭଳି ବ୍ୟବସାୟ କରିବେ ତାର ବ୍ୟବସ୍ଥା ବୁଝିବା ସହ ତାର କାଗଜ ପତ୍ର ନେଇଯିବାକୁ କହିଥିଲେ । ହେଲେ ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ବିଏମସିର ଅଧିକାରୀ ଆଜିକାଲି ଦେଖାଇ ଠକି ଠକି ୭ ବର୍ଷ ହୋଇଗଲା ତଥାପି ଭେଣ୍ଡିଙ୍ଗ ଜୋନ ଦେଲେ ନାହିଁ । ଦୃଷ୍ଟିବାଧିତ ଯୋଗୁଁ ପ୍ରତିଦିନ ଆସି ବିଏମସି ଅଫିସରେ ଡେରା ପକାଇବା ସମ୍ଭବ ନଥିଲା । ତେଣୁ ଶେଷରେ ବରମୁଣ୍ଡା ବସ ଷ୍ଟାଣ୍ଡରେ ଛୋଟିଆ କେବିନଟିଏ କରିଥିଲି । ହେଲେ ହକି ବିଶ୍ବକପ ସମୟରେ ତାକୁ ମଧ୍ୟ ଭାଙ୍ଗି ଦିଆଗଲା । ତେବେ ପରିବାର ଚଳାଇବା କଷ୍ଟକର ହେବାରୁ ବିଏମସିକୁ ଭେଣ୍ଡିଂ ଜୋନ ପାଇଁ ଅନୁରୋଧ କରିଲି କିନ୍ତୁ ବିଫଳ ହେବାକୁ ଏହି ନିଷ୍ପତ୍ତି ନେଇଥିଲି ।"

ଅନ୍ୟପଟେ ସେ ଆତ୍ମହତ୍ୟା ଉଦ୍ୟମ ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ସେତେବେଳେ ବିଏମ୍ସିର ଅତିରିକ୍ତ କମିଶନର ଯାଇ ତାଙ୍କୁ ଦେଖା କରିଥିଲେ । ଆତ୍ମହତ୍ୟା ନକରିବା ପାଇଁ ବୁଝାଇଥିବା ବେଳେ ୨୦ ଦିନ ଭିତରେ ତୁମ ସମସ୍ୟାର ସମାଧାନ କରାଯିବ ବୋଲି ମହଲତ ମାଗିଥିଲେ । ଆଗାମୀ ଦିନରେ ଯଦି ପ୍ରତାରଣା କରନ୍ତି ତେବେ ତାଙ୍କର ମରିବା ସୁନିଶ୍ଚିତ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details