ଖୋର୍ଦ୍ଧା: ଓଡିଶା ପ୍ରଶାସନିକ ପରୀକ୍ଷା (OCS)ରେ କୃତକାର୍ଯ୍ୟ ହେଲେ ଦୃଷ୍ଟି ବାଧିତ । ଏଭଳି ସଫଳତା ହାସଲ କରିଥିବା ବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା । ତେବେ ସେ ପ୍ରଥମ ଥର ପରୀକ୍ଷାରେ ଅସଫଳ ହେବା ପରେ ଦ୍ବିତୀୟଥରରେ ଏହି ସଫଳତା ହାସଲ କରିଛନ୍ତି ।
କଥାରେ ଅଛି ଇଚ୍ଛା ଶକ୍ତି ଥିଲେ, ଅସମ୍ଭବ କାମ ମଧ୍ୟ ସଫଳତାର ସହିତ କରିହେବ । ଏହାକୁ ପ୍ରମାଣିତ କରିଛନ୍ତି ଦୃଷ୍ଟିବାଧିତ ଯୁବକ ପ୍ରସନ୍ନ କୁମାର ପଣ୍ଡା । ଘର ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ଅଲାଇଡିହ ଗ୍ରାମରେ । ଜନ୍ମରୁ ପ୍ରସନ୍ନ ଦୃଷ୍ଟି ବାଧିତ । ନିଜେ ନିଜକୁ ଦେଖି ନାହାନ୍ତି । ଏପରିକି ଏ ଦୁନିଆ କ’ଣ ତାହା ମଧ୍ୟ ସେ ଦେଖି ନାହାନ୍ତି । ତଥାପି ସଫଳତା ପରେ ସଫଳତା ପାଇଛନ୍ତି । ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨ରେ ୨୬୨ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ପ୍ରସନ୍ନ କୁମାର ପଣ୍ଡା ।