ଓଡିଶା

odisha

ETV Bharat / state

ବୃତ୍ତିକୁ ନେଇ ଚିନ୍ତାରେ କମାର - people are using new technology in farming

ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଯେତିକି ବଢୁଛି ଆମ କୌଳିକ ବୃତ୍ତି ସେତିକି ଲୋପ ପାଇବାକୁ ବସିଛି । ଫଳରେ ପୁରୁଷ ପୁରୁଷ ଧରି ଏହି ପେଶାକୁ ଜୀବନଠୁ ଅଧିକ ଭଲ ପାଉଥିବା କମାର ଏବେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବା ସହ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jul 22, 2019, 9:21 PM IST

ଖୋର୍ଦ୍ଧା: ବଦଳୁଛି ସମୟ , ବୁଡିଯାଉଛି କୂଳ ବେଉସା । ବୈଷୟିକ ଜ୍ଞାନର ବ୍ୟବହାର ଯେତିକି ବଢୁଛି, ବିଭିନ୍ନ ପ୍ରକାର କୌଳିକ ବୃତ୍ତି ସେତିକି ଲୋପ ପାଇବାରେ ଲାଗିଛି । ହାତ ବଦଳରେ ଏବେ ମେସିନ କରୁଛି କାମ ।

ସକାଳ ପାଇଲେ ଆଗରୁ ଗାଁ ଗାଁରେ ଶୁଭୁଥିଲା କମାର ଶାଳର ଠକ ଠକ ଶବ୍ଦ । ନିଆଁ ଝୁଲ ଏବଂ ଲୁହା ସାଙ୍ଗରେ ଲଢ଼ୁଥିବା ମଣିଷ ଟିଏ । ନିଜ ଛୁଆ ପିଲାଙ୍କ ପାଇଁ ନିଜକୁ ସେ ଲୁହାଠୁ ଆହୁରି ଶକ୍ତ ପ୍ରହାର ଦେଉଥିଲା ଆଉ ତିଆରି କରୁଥିଲା ଦୈନନ୍ଦିନ ଆବଶ୍ୟକ ଦା , କାତି, କଟୁରି ଠାରୁ ଆରମ୍ଭ କରି ଅନେକ ଲୁହା ସାମଗ୍ରୀ । ସମୟ ବଦଳି ଯାଇଛି ଆଉ ନୀରବି ଯାଇଛି କମାର ଶାଳରୁ ବାହାରୁ ଥିବା ଶବ୍ଦ। ଆଘ ଭଳି ଶୁଭୁନାହଁ ସେ ଶବ୍ଦ କି ଗାଁ ଲୋକଙ୍କ ମେଳି ମଧ୍ୟ ଦେଖିବାକୁ ମିଳୁନି କମାରଶାଳରେ।

ଭିଡିୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା


ହଳ ଲଙ୍ଗଳ, ଦା ଆଦି ଜାଗାରେ ଟ୍ରାକ୍ଟର ଏବଂ ପାୱାରଟିଲର କ୍ଷେତରେ କାମ କରୁଛି । ବାଡ଼ି ବଗିଚାରେ ଗଛ କାଟିବା ପାଇଁ ଟାଙ୍ଗିଆ କଟୁରି ଜାଗା ନେଇଛି କଟରମେସିନ । ଖଣି ଖାଦାନରେ ମଧ୍ୟ ଦେଶୀୟ ସରଞ୍ଜାମର ଜାଗା ନେଇଛି ମେସିନ । କମାରର ହାତରେ କାମ ନାହିଁ, ଶାଳ ଚଳାଇବାପାଇଁ ଅଙ୍ଗାର ଓ କୋଇଲା ଉପରେ କଟକଣା।

ପରିବାରର ନୂଆ ପୀଢ଼ି ମଧ୍ୟ ଏହି କୌଳିକ ବୃତ୍ତିକୁ ନାକ ଟେକିଲେଣି । ପୁରୁଷ ପୁରୁଷ ଧରି ଏହି ପେଶାକୁ ଜୀବନଠୁ ଅଧିକ ଭଲ ପାଉଥିବା କମାର କାରିଗର ଟିଏ ଏବେ ଦୀର୍ଘ ନିଶ୍ବାସ ଛାଡି ଅନିଶ୍ଚିତତାରେ ବଞ୍ଚୁଛି ।

ତେବେ ସମୟ ବଡ଼ ବଳବାନ, ସମୟର ଚଲା ରାସ୍ତାରେ କମାର ଶାଳ ହଜିଯିବାକୁ ବସିଥିବା ବେଳେ ନା ଅଛି ସରକାରୀ ସହଯୋଗ ନା ପ୍ରୋତ୍ସାହନ । ଅନ୍ୟ କାରିଗରଙ୍କ ଭଳି କମାର କାରିଗରଙ୍କ ଦକ୍ଷତାକୁ ଅନୁଧ୍ୟାନ କରି ସରକାର ସାମାଜିକ ସୁରକ୍ଷା ଯୋଜନାରେ ସହଯୋଗର ହାତ ବଢାଇବାରେ ଆବଶ୍ୟକତା ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details