ଭୁବନେଶ୍ବର:ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା ସ୍ଥିତି । ଦିନ ଦ୍ବିପ୍ରହରରେ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି । ହେଲେ ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟମାଇଣ୍ଡକୁ କ୍ରାଇମ୍ ବ୍ରାଞ୍ଚ ଧରିବା ଅବହେଳା କରୁଛି । ସେହିପରି ରାଜ୍ୟରେ ହତ୍ୟା, ଦୁଷ୍କର୍ମ ଘଟଣା ବଢ଼ି ଚାଲିଥିବା ବେଳେ ଯାହାକୁ ରୋକିବାରେ ଓଡ଼ିଶା ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦବେଗ ଜନକ। ନାରୀ ନିର୍ଯ୍ୟାତନା, ଶିଶୁ ଅପହରଣ, ରାହାଜାନୀ, ନିଶା କାରବାର, ନରହତ୍ୟା ଆଦି ଅପରାଧିକ ପ୍ରବଣ ହୋଇଛି ଓଡିଶା। ମୁଖ୍ୟମନ୍ତ୍ରୀଙ୍କ ନିଜ ଅଧୀନରେ ଥିବା ଗୃହ ବିଭାଗ ଆଜି ନିଜେ କାଠଗଡାରେ l
ଶେଷରେ ରାଜ୍ୟ ସରକାରଙ୍କ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଯେପରି ଭାବେ ଗୁଳି କରି ହତ୍ୟା କରାଗଲା ତାହା ଶାସକ ଦଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ମାହାଙ୍ଗା ଡବଲ ମର୍ଡର ଠାରୁ ଆରମ୍ଭ କରି ବିଭିନ୍ନ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ମଧ୍ୟ, ଏନେଇ ରାଜ୍ୟ ପୋଲିସର କାର୍ଯ୍ୟନୁଷ୍ଠାନ ଗ୍ରହଣ ଆଦୌ ସନ୍ତୋଷ ଜନକ ନୁହେଁ ବରଂ ସନ୍ଦେହ ଜନକ ବୋଲି ଅଭିଯୋଗ କରିଛି ବିଜେପି ଯୁବମୋର୍ଚ୍ଚା । ଓଡ଼ିଶା ଶାସନରେ ବିଫଳ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ:Odisha Budget 2023: ପାନୀୟ ଜଳ ଯୋଗାଣ ପାଇଁ ୧୩ ହଜାର ୨୧୫ କୋଟି