ଓଡିଶା

odisha

ETV Bharat / state

ଓଡିଶାରେ 15 ଆସନ ଜିତିବୁ କହିଲେ ଧର୍ମେନ୍ଦ୍ର, ଦିବାସ୍ବପ୍ନ ଦେଖୁଛନ୍ତି କହିଲେ ଜୟଦେବ ଜେନା - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jaydev Jena on Dharmendra Pradhan reacts: ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ଅତି କମରେ 15ଟି ଲୋକସଭା ଆସନ ଜିତିବ । ଭୋଟ ପ୍ରତିଶତ ବି ଦଳର ବଢିବ । ଏକ ଜାତୀୟ ଗଣମାଧ୍ୟମରେ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ଏଭଳି ଦମ୍ଭୋକ୍ତିକୁ ବାହାସ୍ଫୋଟ କହି ଜବାବ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ପ୍ରଧାନ ଦିବାସ୍ବପ୍ନ ଦେଖୁଛନ୍ତି: କଂଗ୍ରେସ ନେତା ଜୟଦେବ ଜେନା
ଧର୍ମେନ୍ଦ୍ର ପ୍ରଧାନ ଦିବାସ୍ବପ୍ନ ଦେଖୁଛନ୍ତି: କଂଗ୍ରେସ ନେତା ଜୟଦେବ ଜେନା

By ETV Bharat Odisha Team

Published : Dec 14, 2023, 4:58 PM IST

ଧର୍ମେନ୍ଦ୍ର ପ୍ରଧାନ ଦିବାସ୍ବପ୍ନ ଦେଖୁଛନ୍ତି: କଂଗ୍ରେସ ନେତା ଜୟଦେବ ଜେନା

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ଅତି କମରେ 15 ଟି ଲୋକସଭା ଆସନ ଜିତିବ। ଭୋଟ ପ୍ରତିଶତ ବି ଦଳର ବଢିବ । ଏକ ଜାତୀୟ ଗଣମାଧ୍ୟମରେ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ଏଭଳି ଦମ୍ଭୋକ୍ତିକୁ ବାହାସ୍ଫୋଟ କହି ଜବାବ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।

ଅଧିକ ପଢନ୍ତୁ- ଆଇଟି ରେଡ: ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜୟଦେବ କହିଛନ୍ତି, ‘‘ବିଜେପି ଦିବା ସ୍ବପ୍ନ ଦେଖୁଛି। ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ବହୁଦିନ ହେଲା ଓଡିଶାର ନିର୍ବାଚନ ଲଢିନାହାଁନ୍ତି । ଏଥିପାଇଁ ବୋଧହୁଏ ସେ ସଠିକ ଆକଳନ କରିନାହାଁନ୍ତି । 3ଟି ରାଜ୍ୟରେ ବିଜେପି ଜିତିବା ପରେ ସମୀକ୍ଷା ନକରି ଅଧିକ ଉତ୍ସାହିତ ହୋଇ ଏହା କହିଥାଇପାରନ୍ତି l 3ଟି ରାଜ୍ୟରେ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଯେଉଁଭଳି ଲଢେଇ ଚାଲିଥିଲା ଭାରତୀୟ ଜନତା ପାର୍ଟିର ଭବିଷ୍ୟତକୁ ନେଇ ସେ ବୋଧେ ଅନୁଭବ କରି ପାରୁ ନାହାନ୍ତି। ତିନୋଟି ରାଜ୍ୟରେ ଯେତେ ଭୋଟ ବିଜେପି ପାଇଛି ତାହାଠାରୁ 12 ଲକ୍ଷ ଅଧିକ ଭୋଟ କଂଗ୍ରେସ ପାଇଛି। ଓଡିଶା ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯାହା କହିଲେ ଲୋକେ ତାହା ଦେଖିଲେ ଆଉ ଶୁଣିଲେ। ରାଜ୍ୟରେ ବିଜେଡି ବିଜେପି ଏକ । ରାଜ୍ୟରେ ବିଜେପିକୁ ଆଉ ଲୋକେ ବିଶ୍ବାସ କରୁନାହାଁନ୍ତି । ଓଡ଼ିଶାରେ କଂଗ୍ରେସ ବିଜେଡି ଲଢେଇ ହେବ । କଂଗ୍ରେସ ସରକାର କରିବ। ବିଜେପି ଆଉ ଦ୍ବିତୀୟ ସ୍ଥାନକୁ ବି ଆସିପାରିବ ନାହିଁ ।’’

ଚର୍ଚ୍ଚା ହେଉଛି ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜେପି ସପକ୍ଷରେ ଆସିବା ପରେ ଧର୍ମେନ୍ଦ୍ର ପ୍ରଧାନ ଓଡିଶାକୁ ନେଇ ଏଭଳି ଆକଳନ କରିଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜେପିର ବିପୁଳ ବାଜିମାତ ପରେ ମୋଦି ଲହର ପ୍ରମାଣିତ ହୋଇଯାଇଛି । ତାର ସମ୍ପୂର୍ଣ୍ଣ ଫାଇଦା ନେବାକୁ ସଜବାଜ ହେଉଛି ଭାରତୀୟ ଜନତା ପାର୍ଟି।

ଅଧିକ ପଢନ୍ତୁ- ଅର୍ବାନ ଭୋଟ ହାତେଇବା ପାଇଁ ମେଟ୍ରୋ ପଲିଟିକ୍ସ: ଜୟଦେବ ଜେନା

ସୂଚନାଯୋଗ୍ୟ ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଜାତୀୟ ଗଣମାଧ୍ୟମର ବାର୍ଷିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ବିଜେପି ଓଡ଼ିଶାରେ ଅତି କମ ରେ 15 ଟି ଲୋକସଭା ଆସନ ଜିତିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ଲୋକପ୍ରିୟତା ସର୍ବାଧିକ ରହିଛି । ଆଗକୁ ସାଧାରଣ ନିର୍ବାଚନ ପାଇଁ 3 ମାସ ରହିଛି। ତାହା ଯଥେଷ୍ଟ ସମୟ। ବିଧାନସଭା ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଉଛି। 2014ରେ ବିଜେପି ଓଡ଼ିଶାରେ ଗୋଟିଏ ଲୋକସଭା ସହ 10 ଟି ବିଧାନସଭା ଆସନ ପାଇ ୨୭ ପ୍ରତିଶତ ଭୋଟ ପାଇଥିଲା। 2019 ରେ ତାହା ବୃଦ୍ଧି ପାଇ 38ପ୍ରତିଶତ କୁ ଆସିଲା । ଦଳ 8 ଟି ଲୋକସଭା ସହ 23ଟି ବିଧାନସଭା ଆସନ ପାଇଲା । ଆସନ୍ତା ନିର୍ବାଚନରେ ବିଜେପି 45 ପ୍ରତିଶତରୁ ଅଧିକ ଭୋଟ ପାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details