ଭୁବନେଶ୍ବର:ରାଜ୍ୟ ବିଜେପି ନୂଆ ସଭାପତିଙ୍କ ସ୍ବାଗତ ସମାରୋହ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ବରୀଙ୍କ ସମେତ ରାଷ୍ଟ୍ରୀୟ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଯୋଗ ଦେଇଥିଲେ । ବିଜେପି ରାଜ୍ୟ ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେବା ସହ ବିଜେଡିକୁ ହଟାଇବାକୁ ରଣହୁଙ୍କାର ଦେଇଛନ୍ତି ନେତୃବୃନ୍ଦ । 2024ରେ ବିଜେପିର ବିଜୟ ହେବ । 24ରେ ପରିବର୍ତ୍ତନ ଚାହୁଁଛନ୍ତି ଲୋକ । 2024ରେ ରାଜ୍ୟରେ ସରକାର ଗଠନ କରିବ ବୋଲି ଦୃଢକ୍ତି ରଖିଛନ୍ତି ବିଜେପି ଟପ ନେତୃବୃନ୍ଦ ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ''2024ରେ ପରିବର୍ତ୍ତନ ହେବ । ଦିଲ୍ଲୀରେ ଏବଂ ଓଡିଶାରେ ବିଜେପି ସରକାର ଗଠନ କରିବ । ଯଦି ଗୁଳି ଓ ଲାଠି ଖାଇବାକୁ ଜେଲ ଯିବାକୁ ପ୍ରସ୍ତୁତ ତେବେ 2024ରେ ନିଶ୍ଚୟ ବିଜୟୀ ହେବେ । ଆଗାମୀ ନିର୍ବାଚନ ଐତିହାସିକ ହେବ । କଠିନ ପରିଶ୍ରମ କରି ଇତିହାସ ରଚିବା । 1997ରେ କଂଗ୍ରେସକୁ ବିଦା କରିବା ପାଇଁ ବିଜେଡ଼ି ସହ ମେଣ୍ଟ କରିଥିଲୁ । 2009 ପରେ ଏ ସରକାର କଂଗ୍ରେସଠୁ ବି ବିପଦ ଜନକ ସରକାର ହୋଇଛି । ଯେତେ ଶୀଘ୍ର ଏ ସରକାର ଯିବ ଓଡିଶାର କଲ୍ୟାଣ ହେବ ।'' ସେହିପରି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ କହିଛନ୍ତି, ''ଆନ୍ଧ୍ରରେ ବିଶ୍ବାସ ଅଛି କି ନୂଆ କାମର ଆରମ୍ଭ ବେଳେ ବର୍ଷା ହେଲେ ସଫଳତା ମିଳେ । ମନମୋହନ ଦାୟିତ୍ବ ନେବା ବେଳେ ମଧ୍ୟ ବର୍ଷା ହୋଇଛି । ତେଣୁ ଆଶା ଅଛି ମନମୋହନ ସାମଲଙ୍କ ନେତୃତ୍ବରେ ସରକାର ଗଠନ କରିବ ବିଜେପି । 2024ରେ ବିଜେପିର ବିଜୟ ନିଶ୍ଚୟ ।''
ଏହା ବି ପଢନ୍ତୁ...ଆମେ ଶପଥ ନେଇଛୁ, ବିଜେଡି ସରକାରକୁ ହଟାଇବୁ: ମନମୋହନ ସାମଲ