ଓଡିଶା

odisha

ଆରମ୍ଭ ହେଲା ବିଜେପିର ମହା ଜନସମ୍ପର୍କ ଅଭିଯାନ, ସାମିଲ ହେବ ଯୁବମୋର୍ଚ୍ଚା

By

Published : Jun 6, 2023, 9:51 PM IST

ଗତ ମେ' ୩୧ରୁ ଆରମ୍ଭ ହୋଇଥିବା ବିଜେପିର ମହା ଜନସମ୍ପର୍କ ଯାତ୍ରା ପୁଣିଥରେ ଆରମ୍ଭ ହୋଇଛି । କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଆରମ୍ଭ ହୋଇଥିବା ଏହି ଅଭିଯାନ ଟ୍ରେନ ଟ୍ରାଜେଡି ପାଇଁ ସ୍ଥଗିତ ରହିଥିଲା । ଅଧିକ ପଢ଼ନ୍ତୁ

BJP Press Meet
BJP Press Meet

BJP Press Meet

ଭୁବନେଶ୍ବର: କେନ୍ଦ୍ରରେ ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଜେପି । ଗତ ମେ' ୩୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଟ୍ରେନ ଟ୍ରାଜେଡି ପାଇଁ ସ୍ଥଗିତ ରଖାଯାଇଥିଲା । ଆଜିଠାରୁ ପୁଣି ଆରମ୍ଭ ହୋଇଛି ମହା ଜନସମ୍ପର୍କ ଅଭିଯାନ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେଳ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଈରାଶିଷ । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଆହତଙ୍କ ସେବା ଜାରି ରଖିଥିବାରୁ ସାଧାରଣ ଲୋକ ଏବଂ ଯୁବମୋର୍ଚ୍ଚା କର୍ମୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ସଫଳତାକୁ ଘରେ ଘରେ ପହଞ୍ଚାଇବା, ଲୋକଙ୍କ ମଧ୍ୟରେ ଚର୍ଚ୍ଚା ପରିସରକୁ ଆଣିବା, ସାଧାରଣ ଲୋକଙ୍କୁ ଏହାର ଭାଗିଦାରୀ କରିବା ଏବଂ ଲାଭାର୍ଥୀଙ୍କ ସହ ଆଲୋଚନା କରିବାକୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ଆଗାମୀ ଦିନରେ ମହା ଜନସମ୍ପର୍କ ଅଭିଯାନର ଆୟୋଜନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି । ସେ କହିଛନ୍ତି, "ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜେସ୍ବୀ ସୂର୍ଯ୍ୟା ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଜନତା ଯୁବମୋର୍ଚ୍ଚା ଆଗାମୀ ଦିନରେ ସବୁ ବିଧାନସଭାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରିବ । ଜିଲ୍ଲାସ୍ତରରୁ ନେଇ ବୁଥସ୍ତର ପର୍ଯ୍ୟନ୍ତ ଦୀର୍ଘ ୬ ଦିନ ବ୍ୟାପୀ ବାଇକ୍ ରାଲି କରାଯିବ । ଯୁବ ଭାଇ ଓ ଭଉଣୀମାନେ ବିଭିନ୍ନ ବୁଥରେ ରାତ୍ରୀଯାପନ କରିବେ । ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ଆଲୋଚନା କରିବେ ।"

ସେହିପରି ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେବାକୁ ଥିବା ନୂତନ ଭୋଟରଙ୍କ ସହ ସମ୍ପର୍କ ସ୍ଥାପନ କରାଯିବ ବୋଲି ଈରାଶିଷ କହିଛନ୍ତି । ସେ କହିଛନ୍ତି, "ନୂଆ ମତଦାତାଙ୍କୁ ଆଗାମୀ ଦିନରେ ଭାରତ ସରକାରଙ୍କର ବିଭିନ୍ନ ଗବେଷଣା ଓ ପଲିସି ନିର୍ଦ୍ଧାରଣ କାର୍ଯ୍ୟରେ ତାଙ୍କୁ ଭାଗିଦାରୀ କରିବାର ଯୋଜନା ରହିଛି । ଅନଲାଇନ୍ କୁଇଜ୍ ପ୍ରତିଯୋଗିତାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଜୁନ୍ ମାସ ୩୦ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟକ୍ରମକୁ ଭାରତୀୟ ଜନତା ଯୁବମୋର୍ଚ୍ଚା ସୂଚାରୁ ରୂପେ ଅନୁଷ୍ଠିତ କରିବ ।" ୨୦୨୪ରେ ପୁନର୍ବାର ନରେନ୍ଦ୍ର ମୋଦି ସରକାର ଗଠନ କରିବାରେ ଯୁବକମାନଙ୍କର ସହଭାଗିତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details