ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ ହିତାଧୀକାରୀଙ୍କୁ ହକ ଦେବା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଚେତବାନୀ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି(bjp targets government over awas yojana) । ହକି ବିଶ୍ବକପ ସେଲିବ୍ରେସନ ଆଳରେ ଗ୍ରାମସଭା କରି ନବୀନଙ୍କ ପ୍ରଚାର କରାଯାଉଥିବା ଅଭିଯୋଗ କରିଛି ବିଜେପି । ନବୀନଙ୍କ ମଳିନ ପଡ଼ିଯାଇଥିବା ଛବି ଉପରେ ପରଦା ପକାଇବା ଓ ଦୁର୍ନୀତି, ଭ୍ରଷ୍ଟାଚାର ଉପରେ ଘଣ୍ଟ ଘୋଡାଇବା ପାଇଁ ଏଭଳି ଗ୍ରାମ ସଭା କରାଯାଉଛି । ଆବାସ ଯୋଜନାରେ ତ୍ରୁଟିକୁ ଆମେ ଗ୍ରହଣ କରିବୁ ନାହିଁ । ଆବାସ ଯୋଜନାରେ ଅନିୟମିତତାକୁ ଗ୍ରହଣ କରିବ ନାହିଁ ବିଜେପି । 24 ଘଣ୍ଟା ଭିତରେ ହିତାଧିକାରୀଙ୍କ କାନ୍ଥ ଟେଣ୍ଟେଟିଭ ଲିଷ୍ଟ ମାରିବା ପାଇଁ ସରକାରଙ୍କୁ ସମୟ ଦେଇଛି ବିଜେପି ।
ଆଜି ପ୍ରତି ପଞ୍ଚାୟତରେ ହକି ଖେଳ ପ୍ରଦର୍ଶନ କରିବା ପାଇଁ ଗ୍ରାମ ସଭା ସରକାର ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଫଟୋ ବଡ଼ କରି ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ପିଛା 30 ହଜାର ଟଙ୍କା ଖର୍ଚ୍ଚ ହେବ । 2019 ନିର୍ବାଚନ ପୂର୍ବରୁ ମଧ୍ୟ ପିଠା ଯୋଜନା କରିଥିଲେ । ସରକାର ତରବରିଆ ଭାବେ ଗ୍ରାମସଭା ଡାକିଛନ୍ତି । ଡିସେମ୍ବର 26ରେ ବସିବା କଥା ଗ୍ରାମ ସଭା । କିନ୍ତୁ 15 ଦିନ ପୂର୍ବରୁ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ମନରେଗା ଟଙ୍କା, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ବାବଦରେ ଗ୍ରାମସଭାରେ ଆଲୋଚନା ହେବ । ତରବରିଆ ଭାବେ ସଭା ଡାକିଲେ ସଚେତନତା ହୋଇପାରିବ ନାହିଁ । ଲୋକ ଯୋଗ ଦେଇପାରିବେ ନାହିଁ । ପିଏମ ଆବାସ ତାଲିକା ଡିସେମ୍ବର 21 ତାରିଖ ସୁଦ୍ଧା ପଞ୍ଚାୟତ କାନ୍ଥରେ ଟେଣ୍ଟେଟିଭ ଲିଷ୍ଟ ମାରିବା କଥା । ଏ ପର୍ଯ୍ୟନ୍ତ 90 ପ୍ରତିଶତ ପଞ୍ଚାୟତରେ ତାଲିକା ତିଆରି ହୋଇ ସାରିଲାଣି । ଡିସେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା ତିଆରି ହୋଇସାରିଥିଲା । କିନ୍ତୁ ଏବେ ଯାଏଁ ତାଲିକା ଲୁଚାଯାଇଥିବା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।