ଓଡିଶା

odisha

ମୁଖ୍ୟମନ୍ତ୍ରୀ ଛୁଟି ମନାଇବା ପାଇଁ ଜାପାନ ଯାଇଛନ୍ତି: ବିଜେପି ମୁଖପାତ୍ର

By

Published : Apr 7, 2023, 4:24 PM IST

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ଛୁଟି ମନାଇବା ପାଇଁ ଜାପାନ ଯାଇଛନ୍ତି କହି କଟାକ୍ଷ କଲେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ଛୁଟି ମନାଇବା ପାଇଁ ଜାପାନ ଯାଇଛନ୍ତି କହିଲେ ବିଜେପି ମୁଖପାତ୍ର
ମୁଖ୍ୟମନ୍ତ୍ରୀ ଛୁଟି ମନାଇବା ପାଇଁ ଜାପାନ ଯାଇଛନ୍ତି କହିଲେ ବିଜେପି ମୁଖପାତ୍ର

ମୁଖ୍ୟମନ୍ତ୍ରୀ ଛୁଟି ମନାଇବା ପାଇଁ ଜାପାନ ଯାଇଛନ୍ତି କହିଲେ ବିଜେପି ମୁଖପାତ୍ର

ଭୁବନେଶ୍ବର: ଜାପାନ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ବିରୋଧି ବାରମ୍ବାର କଡ଼ା ସମାଲୋଚନା କରୁଛନ୍ତି । ଏହାରି ଭିତରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ମୁଖ୍ୟମନ୍ତ୍ରୀ ଜାପାନ ଛୁଟି ମନାଇବା ପାଇଁ ଯାଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ସାଂସଦଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ପୂର୍ବରୁ ସାଂସଦ ଦୁର୍ନୀତିଗ୍ରସ୍ତ ଖଣି ମାଲିକଙ୍କ ପାଇଁ ଓକିଲାତି କରୁଥିଲେ ବୋଲି ବିଜେପିର ଅଭିଯୋଗ ।

ସାମ୍ବାଦିକ ସମ୍ମିଳନୀରେ ଜାପାନରୁ କିଛି ନୂଆ ଶିଳ୍ପ ଆସୁଛି ନା ପୁରୁଣା ବହିରେ ନୂଆ ମଲାଟ ମଡ଼ାଇଛନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ମୁଖ୍ୟମନ୍ତ୍ରୀ ସପ୍ତାହେ ପାଇଁ ନିଜ ପ୍ରତିନିଧି ଦଳ ସହ ଜାପାନ ଯାଇଛନ୍ତି । କିନ୍ତୁ ସେଠାରେ ମାତ୍ର ୫ରୁ ୬ ଘଣ୍ଟାର କାର୍ଯ୍ୟକ୍ରମ ରହିଥିଲା । ତେଣୁ ମୁଖ୍ୟମନ୍ତ୍ରୀ ଛୁଟି ମନାଇବା ପାଇଁ ଜାପାନ ଯାଇଥିବା ସେ କହିଛନ୍ତି । ସତ୍ୟବ୍ରତ ପଣ୍ଡା କହିଛନ୍ତି, "ଏବେ ଯେଉଁ ନିପନ୍ ଷ୍ଟିଲ ପାଇଁ ମୁଖ୍ୟମନ୍ତ୍ରୀ ବାଃ ବାଃ ନେଉଛନ୍ତି, ୨୦୧୯ ଅକ୍ଟୋବର ୨୫ରେ ତତ୍କାଳୀନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପ୍ରତିନିଧି ଦଳ ଜାପାନ ଯାଇ ନିପନ୍ ଷ୍ଟିଲ ସହ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ୨୦୨୦ ଫେବୃଆରୀ ୨୭ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟସ୍ତିରେ ଓଡିଶା ସରକାର ନିପନ୍ ଷ୍ଟିଲ ସହ ଆଲୋଚନା କରିଥିଲେ । ୨୦୨୧ ଜୁନ ୨୪ରେ କେନ୍ଦ୍ରାପଡା ଯାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଷ୍ଟିଲ୍‌ ପ୍ଲାଣ୍ଟ ହେବା ନେଇ ଆଶ୍ବାସନା ଦେଇଥିଲେ । ଜଗତସିଂହପୁରରେ ଆର୍ସେଲର ମିତ୍ତଲ ୭ ମିଲିୟନ ଟନ ପ୍ଲାଣ୍ଟ କରିବ ବୋଲି କହିଥିଲେ ସରକାର । ଏବଂ କେନ୍ଦ୍ରାପଡାରେ ନିପନ୍ ଷ୍ଟିଲ ୨୪ ମିଲିୟନ ଟନ୍‌ ପ୍ଲାଣ୍ଟ କରିବ ବୋଲି କହିଥିଲେ ।"

ସେହିଭଳି ନିପନ୍ ଷ୍ଟିଲ ଯେଉଁ ୩୦ ମିଲିୟନ ଟନର ଷ୍ଟିଲ ପ୍ଲାଣ୍ଟ ସ୍ଥାପନା କରିବ, ଏହା ନୂଆ ନା ପୁରୁଣା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର । ସେ କହିଛନ୍ତି, "ପୂର୍ବରୁ ଅର୍ସେଲର ମିତ୍ତଲ ମଧ୍ୟ କେନ୍ଦୁଝରରେ ୫୦ ହଜାର କୋଟି ନିବେଶରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ପାଇଁ ଏମଓୟୁ କରିଥିଲା । କାହିଁକି ଓହରିଲା ? କେନ୍ଦୁଝରର ଖଣିକୁ କେନ୍ଦ୍ରାପଡାର ଷ୍ଟିଲ ପ୍ଲାଣ୍ଟରେ ନିପନ୍ ଷ୍ଟିଲ ବ୍ୟବହାର କରିବ । କେନ୍ଦୁଝର ପ୍ରତି ଅନ୍ୟାୟ କାହିଁକି ? ଏନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ।" ତେବେ ରାଜ୍ୟ ସରକାର ଏକ ୩୦ ଜଣିଆ ଉଚ୍ଚ ପ୍ରତିନିଧି ଦଳକୁ ନେଇ ସପ୍ତାହବ୍ୟାପୀ ଜାପାନ ଗସ୍ତ କରିଛନ୍ତି । ନିପନ ଷ୍ଟିଲ ସହ ରାଜ୍ୟ ସରକାର ଅନୁବନ୍ଧିତ କରିଛନ୍ତି । ଓଡ଼ିଶାରେ ବିଶ୍ବର ବୃହତ ଶିଳ୍ପ ପ୍ରତିଷ୍ଠାନ କରାଯିବ । ଏହା ସହ ବିଭିନ୍ନ ଜାପାନିଜ କମ୍ପାନୀ ମାନେ ମଧ୍ୟ ଓଡ଼ିଶାରେ ପୁଞ୍ଜି ନିବେଶ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details