ଓଡିଶା

odisha

By

Published : Aug 11, 2023, 8:26 PM IST

ETV Bharat / state

ବାର୍ଦ୍ଧକ୍ୟ ଭତ୍ତା ରାଶି ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭତ୍ତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ବାର୍ଦ୍ଧକ୍ୟ ଭତ୍ତା ରାଶି ବୃଦ୍ଧି କରିବା ନେଇ ଆନ୍ଦୋଳନ ଚେତାବନୀ ଦେଲା । ଅଧିକ ପଢ଼ନ୍ତୁ

ବାର୍ଦ୍ଧକ୍ୟ ଭତ୍ତା ରାଶି ବୃଦ୍ଧି ଦାବି
ବାର୍ଦ୍ଧକ୍ୟ ଭତ୍ତା ରାଶି ବୃଦ୍ଧି ଦାବି

ଭୁବନେଶ୍ବର: ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କ ସାମାଜିକ ନିରାପତ୍ତା ବିଷୟ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତା ତେଜେଶ୍ବର ପରିଡ଼ା । ସରକାର ବରିଷ୍ଠ ନାଗରିକ ଆୟୋଗ ଗଠନ କରିବାକୁ ସେ ଦାବି କରିଛନ୍ତି । ଅନ୍ୟ ରାଜ୍ୟରେ ଉତ୍ତା ବାବଦକୁ ୩୦୦୦ ଟଙ୍କା ମିଳୁଥିବା ବେଳେ ଓଡ଼ିଶାରେ ମାତ୍ର ୫୦୦ରୁ ୭୦୦ ଟଙ୍କା ମିଳୁଛି । ସରକାର ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି ।

ବିଜେପି ନେତା ତେଜେଶ୍ବର ପରିଡ଼ା କହିଛନ୍ତି, "ରାଜ୍ୟ ସରକାର ବରିଷ୍ଠ ନାଗରିକ ବର୍ଗକୁ ରୀତିମତ ଠକି ଚାଲିଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ସଠିକ ଭାବେ ମିଳୁନାହିଁ । ଭତ୍ତା ପାଇଁ ଅନେକ ବରିଷ୍ଠ ନାଗରିକ ହଇରାଣ ହେଉଛନ୍ତି । ବାରମ୍ବାର ଦୌଡ଼ିବା ପରେ ବି ଭତ୍ତା ମିଳୁନାହିଁ । ୬୦ ବର୍ଷ ହେଲା ପରେ ୨ରୁ ୪ ବର୍ଷ ପରେ ମିଳୁଛି ଭତ୍ତା । ୨୦୨୦ରେ ଆବେଦନ କରିଥିବା ଲୋକଙ୍କୁ ୨୦୨୩ରେ ମିଳୁଛି ଭତ୍ତା । ଅନ୍ୟପଟେ ବିଗତ ୩ ବର୍ଷର ଭତ୍ତା ପିଛିଲା ଦେଉନାହାନ୍ତି ସରକାର । ଅନ୍ୟ ରାଜ୍ୟରେ ୩ ହାଜର ପର୍ଯ୍ୟନ୍ତ ଭତ୍ତା ମିଳୁଥିବା ବେଳେ ଓଡ଼ିଶାରେ ମାତ୍ର ୫୦୦ରୁ ୭୦୦ ଟଙ୍କା ଭତ୍ତା ଦେଉଛନ୍ତି ରାଜ୍ୟ ସରକାର ।"

ଏହା ମଧ୍ୟ ପଢ଼ନ୍ତୁ:ଖୁବଶୀଘ୍ର ବଢିବାକୁ ଯାଉଛି ମଧୁବାବୁ ପେନସନ ଭତ୍ତା ରାଶି !
ସେ ଆହୁରି ମଧ୍ୟ କହିଛନ୍ତି, ଯୁବକମାନେ ଦାଦନ ଖଟିବାକୁ ଯାଉଛନ୍ତି । ବୃଦ୍ଧ ବାପା ମାଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ । ଚାକିରିରୁ ଅବସର ନେଉଥିବା ବରିଷ୍ଠ ଲୋକଙ୍କୁ ସରକାରୀ ଯୋଜନାରୁ ବଞ୍ଚିତ ରଖାଯାଉଛି । ବରିଷ୍ଠ ନାଗରିକ ମାନଙ୍କ ସାମାଜିକ ନିରାପତ୍ତା ପାଇଁ କାହିଁକି ସଚେତନ ନାହାଁନ୍ତି ରାଜ୍ୟ ସରକାର ? ୫୦୦ ଓ ୭୦୦ ଟଙ୍କାରେ କାହିଁକି ଅଟକି ଯାଇଛନ୍ତି ସରକାର ? ଯଦି ସରକାର ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ନକରନ୍ତି ତେବେ ଆଗାମୀ ଦିନରେ ବିଜେପି ସହ ବରିଷ୍ଠ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ତେଜେଶ୍ବର ପରିଡ଼ା କହିଛନ୍ତି । ଅନ୍ୟପଟେ ମଧୁବାବୁ ପେନ୍‌ସନ୍‌ ଯୋଜନାର ପରିସର ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯୋଜନାରେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ ସାମିଲ ହେବାକୁ ଯାଉଛନ୍ତି । ହେଲେ ଏହି ଯୋଜନାର ଆର୍ଥିକ ରାଶି ବୃଦ୍ଧି କରିବା ଲାଗି ଦାବି ହୋଇଆସୁଛି । ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ଓଡିଶା ଠାରୁ ଅଧିକ ରହିଛି । ଆନ୍ଧ୍ରପ୍ରଦେଶରେ 2750 ଟଙ୍କା ଭତ୍ତା ଦିଆଯାଉଥିବା ବେଳେ ଅନ୍ୟ ରାଜ୍ୟରେ ମଧ୍ୟ ବିଭିନ୍ନ ଭତ୍ତା ବାବଦକୁ ଅଧିକ ଅର୍ଥ ପ୍ରଦାନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details