ଓଡିଶା

odisha

By

Published : Aug 13, 2023, 8:01 PM IST

ETV Bharat / state

ଅପରାଧୀଙ୍କ ଅଭୟାରଣ୍ୟ ସାଜିଛି ନବୀନ ଓଡିଶା: ବିଜେପି

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଅଧିକ ପଢ଼ନ୍ତୁ

bjp targets bjd
ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର: ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ି ଚାଲିଥିବା ବେଳେ ଏହା ପଛରେ ଓଡ଼ିଶା ଶାସନ ବ୍ୟବସ୍ଥାକୁ ଦୋଷ ଦେଲା ବିଜେପି । ଶନିବାର ଦିନ ଦ୍ବିପହରେ ରାଜଧାନୀ ଛାତି ଉପରେ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହାଣିଲେ । ନିତି ସାଇବର ଥାନା ଚାକିରୀ ରାକେଟ ଠାବ ଘଟଣା ହେଉ କି ମହିଳାଙ୍କ ବେକରୁ ଝାମ୍ପିନେବା ହେଉ । ଏସବୁ ଘଟଣାରେ ଓଡ଼ିଶା ପୋଲିସର ପାରିବା ପଣିଆକୁ ପଦାରେ ପକାଇଛି ବୋଲି ପ୍ରେସ୍‌ମିଟ ଯୋଗେ କହିଛନ୍ତି ବିଜେପି ନେତା ମନୋଜ ମହାପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ:2024 ନିର୍ବାଚନ ପାଇଁ ସଜବାଜ, କୋଣାର୍କରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ

ବିଜେପି ନେତା ମନୋଜ ମହାପାତ୍ର କହିଛନ୍ତି,"ମନ୍ତ୍ରୀ ନବଦାସଙ୍କ ମାମଲାରେ ପୋଲିସ ଖୋଦ୍‌ ମୃତ ନବ ଦାସଙ୍କୁ ସାକ୍ଷୀ କରିଛି । ମମିତା ମାମଲାରେ ଜେଲ ଭିତରେ ଅଭିଯୁକ୍ତର କିପରି ମୃତ୍ୟୁ ହେଲା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଲାନି । ପରୀ ହତ୍ୟାକାଣ୍ଡ ଘଟଣାରେ ବି ଅସ୍ପଷ୍ଟ । ରାଇକିଆରେ ଥାନା ପୋଡ଼ି ଘଟଣାରେ ସାଧାରଣ ଲୋକ ଅଭିଯୋଗ କରୁଛନ୍ତି ପୋଲିସ ଗଞ୍ଜେଇ ବେପାରରେ ସାହାଯ୍ୟ କରୁଥିଲା ।" ସେମାନଙ୍କ ବିରୋଧରେ କାହିଁକି ମାମଲା ହେଲା ନାହିଁ? ପୋଲିସ ଡିଜି କରୁଛନ୍ତି କଣ ? ଏୟୁ ସିଂଦେଓଙ୍କ ବୋହୁ ତଥା ଅର୍କେଶ ସିଂ ଦେଓଙ୍କ ପତ୍ନୀ ନିର୍ଯାତନା ମାମଲାରେ କାହିଁକି ମୁଖ୍ୟମନ୍ତ୍ରୀ ଚୁପ୍‌ ଅଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:ଥମୁନି ଶାହ-ନବୀନ ଭେଟଘାଟ ଚର୍ଚ୍ଚା, ନିଜ ଆଭିମୁଖ୍ୟ ସ୍ପଷ୍ଟ କଲା ରାଜ୍ୟ ବିଜେପି

ପୋଲିସର ନିଷ୍କ୍ରିୟତା ପଛରେ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନକୁ ଦୋଷ ଦେଲା ବିଜେପି । ୫T ଅର୍ଥାତ ପାଞ୍ଚ ଠିକାଦାର ହାତରେ ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାକୁ ଟେକି ଦେଇଥିବାରୁ ଏମିତି ଅବସ୍ଥା ହୋଇଥିବା ବିଜେପି କହିଛି । ଏହି ଠିକାଦାର ପଛରେ ଜଣେ ଆଇଏଏସ, ଆଇପିଏସ, ବିଧାୟକ ଏବଂ ସାଂସଦଙ୍କ ଜଣେ ଖଣି ମାଫିଆଙ୍କ ହାତରେ ଓଡ଼ିଶାର ଶାସନ ଭାର ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଖରେ ସ୍ପଷ୍ଟୀକରଣ ରଖନ୍ତୁ । ଲୋକମାନଙ୍କ ସ୍ୱାର୍ଥ ପାଇଁ ବିଜେପି ରାଜନୀତି କରିବ ବୋଲି ମନୋଜ ମହାପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details