ଓଡିଶା

odisha

ETV Bharat / state

Jharsuguda Boy Kidnap-Murder: ଧର୍ମେନ୍ଦ୍ରଙ୍କ ପରେ ଦଳୀୟ ନେତା ବି ବିଜେଡିକୁ ଘେରିଲେ - ଧର୍ମେନ୍ଦ୍ରଙ୍କ ପରେ ଦଳୀୟ ନେତା ବି ବିଜେଡିକୁ ଘେରିଲେ

ଧର୍ମେନ୍ଦ୍ରଙ୍କ ପରେ ବିଜେଡିକୁ ଘେରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ପୃଥ୍ବୀରାଜ କହିଛନ୍ତି ନବ ଦାସଙ୍କ ହତ୍ୟା କିଏ ଏବଂ କାହିଁକି କରିଛି ? ଏହାର ଉତ୍ତର ନା ରାଜ୍ୟ ସରକାରଙ୍କ ପାଖରେ ଅଛି ନା ବିଜେଡି ପାଖରେ । ନବ ଦାସ ଘଟଣା ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ଏହାରି ଭିତରେ ଝାରସୁଗୁଡ଼ାରେ ଆଉ ଏକ ବାଳକକୁ ହତ୍ୟା କରିବା ପରେ ପୋଡି ଦେଇଛନ୍ତି । ଅଧିକ ପଢନ୍ତୁ

ଧର୍ମେନ୍ଦ୍ରଙ୍କ ପରେ ଦଳୀୟ ନେତା ବି ବିଜେଡିକୁ  ଘେରିଲେ
ଧର୍ମେନ୍ଦ୍ରଙ୍କ ପରେ ଦଳୀୟ ନେତା ବି ବିଜେଡିକୁ ଘେରିଲେ

By

Published : Mar 31, 2023, 7:42 AM IST

ଧର୍ମେନ୍ଦ୍ରଙ୍କ ପରେ ଦଳୀୟ ନେତା ବି ବିଜେଡିକୁ ଘେରିଲେ

ଭୁବନେଶ୍ବର: ଝାରସୁଗୁଡା ସରବାହାଲର ବ୍ୟବସାୟୀ ସୁନୀତ ଅଗ୍ରୱାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରି ହତ୍ୟା ପ୍ରସଙ୍ଗ । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡା ପ୍ରହାର କରିବା ପରେ ଧର୍ମେନ୍ଦ୍ରଙ୍କ ସହ ସ୍ବର ମିଳାଇଛନ୍ତି ଦଳୀୟ ନେତା । ଧର୍ମେନ୍ଦ୍ରଙ୍କ ପରେ ବିଜେଡିକୁ ଘେରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ପୃଥ୍ବୀରାଜ କହିଛନ୍ତି ନବ ଦାସଙ୍କ ହତ୍ୟା କିଏ ଏବଂ କାହିଁକି କରିଛି ? ଏହାର ଉତ୍ତର ନା ରାଜ୍ୟ ସରକାରଙ୍କ ପାଖରେ ଅଛି ନା ବିଜେଡି ପାଖରେ । ନବ ଦାସ ଘଟଣା ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ଏହାରି ଭିତରେ ଝାରସୁଗୁଡ଼ାରେ ଆଉ ଏକ ବାଳକକୁ ହତ୍ୟା କରିବା ପରେ ପୋଡି ଦେଇଛନ୍ତି । ଏହାଠାରୁ କଦର୍ଯ୍ୟ କଥା କୌଣସି ରାଜ୍ୟରେ ହୋଇନାହିଁ । ଯେଉଁମାନେ ଏଭଳି ଅପରାଧ କରୁଛନ୍ତି ସେ ପ୍ରୋତ୍ସାହନ ପାଉଛନ୍ତି । ରାଜ୍ୟ ସରକାର ମଣିଷ ମାରଣା ନୀତି କେତେଦିନ ଚଳାଇବେ ଏହାକୁ ନେଇ ବିଜେପି ଲୋକମାନଙ୍କ ପାଖକୁ ଯିବ।

ସେପଟେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ନବ ଦାସ ପ୍ରସଙ୍ଗରେ ପୋଲିସ ପାଖରେ କୌଣସି ଉତ୍ତର ନାହିଁ । ଓଡ଼ିଶାର ଇଣ୍ଟିଲିଜେନ୍ସ କାମ କରୁନାହିଁ । ଯେଉଁ ରାଜ୍ୟରେ ମନ୍ତ୍ରୀ ଓ ନେତା ମାନେ ସୁରକ୍ଷିତ ନୁହନ୍ତି ସାଧାରଣ ଲୋକମାନଙ୍କ ସୁରକ୍ଷା କିଏ ପଚାରେ । ବିଜେଡି ନିଜ ଭୁଲ ଆଗ ଦେଖୁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କହିଛନ୍ତି ସୁବାସ ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ତା ବାଟରେ ଯାଉଛି ଶାସନ ତା ବିପରୀତ ଦିଗରେ ଯାଉଛି । ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନରସିଂହ । ବଲାଙ୍ଗୀର ଜିଲ୍ଲାରେ ଜାଲ ସାର୍ଟିଫିକେଟରେ ଧରା ପଡିବା ବ୍ୟକ୍ତି ହେଉଛନ୍ତି ବିଜେଡି ମନ୍ତ୍ରୀଙ୍କ ଅନୁଗତ । ପୂର୍ବତନ ମନ୍ତ୍ରୀଙ୍କ ସହ ତାଙ୍କର ଫଟୋ ରହିଛି । ଫେକ ସାର୍ଟିଫିକେଟ ଦେଇ ଭଲ ଛାତ୍ରଛାତ୍ରୀଙ୍କ ଜୀବନକୁ ଠେଲି ଦେବା ବ୍ୟକ୍ତି ସରକାରୀ ଦଳର । ସରକାରୀ କ୍ଵାର୍ଟରରେ ରହୁଛନ୍ତି । ସରକାରଙ୍କ ଜାଣତରେ ଏଭଳି ଘଟଣା ଘଟିଲା । ସାରା ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବଡ଼ ଜଟିଳ । ଏମିତି ରାଜ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବି ମାନୁନି । ପୁରୀ ଶ୍ରୀମନ୍ଦିରରେ ଜଣେ ପ୍ରଶାସକ ରହିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ସରକାର ମାନୁନଥିବା ନେଇ ଉଦବେଗ ପ୍ରକାଶ କରିଛି ସରକାରୀ ଦଳର ସ୍ୱଚ୍ଛ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଜି ବିଧାନସଭାରେ ପୁଣି ଏ ଘଟଣା ଉଠିବ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ହେଉଛି । ସରକାର କରୁଛି କଣ ବୋଲି ପ୍ରଶ୍ନ କଲେ ନରସିଂହ । ଚଳିତ ବିଧାନସଭାରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗକୁ ନେଇ ଆଲୋଚନା ଜୋର ଧରିଛି । କଂଗ୍ରେସ ଏହାକୁ ନେଇ ଗୃହରେ ଉଠାଇବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details