ଓଡିଶା

odisha

ETV Bharat / state

ହତାଶ ହେବା ପରେ ବାଉଳି ହେଉଛନ୍ତି ଲେଖାଶ୍ରୀ: ଇପ୍ସିତା ସାହୁ

ଲେଖାଶ୍ରୀ ଅବାନ୍ତର ବୟାନ ଦେଇଥିବା ଅଭିଯୋଗ କରି ବର୍ଷିଛନ୍ତି ବିଜେଡ଼ି ପ୍ରବକ୍ତା ଇପ୍ସିତା ସାହୁ । ବରଗଡ଼ର ଏହି ଅଭିଯୁକ୍ତ ସହିତ ଜଣେ ଜେଲ ଫେରନ୍ତା ବିଜେପି ନେତାଙ୍କ ଲିଙ୍କ ରହିଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ହତାଶ ହେବା ପରେ ବାଉଳି ଚାଉଳି ହେଉଛନ୍ତି ଲେଖାଶ୍ରୀ: ଇପ୍ସିତା ସାହୁ
ହତାଶ ହେବା ପରେ ବାଉଳି ଚାଉଳି ହେଉଛନ୍ତି ଲେଖାଶ୍ରୀ: ଇପ୍ସିତା ସାହୁ

By

Published : Apr 22, 2023, 10:54 PM IST

ଭୁବନେଶ୍ବର: ତରୁଣ ବୟସରେ ପୋଲିସ ହେବାର ସ୍ୱପ୍ନ ଦେଖୁଥିଲେ ଲେଖାଶ୍ରୀ । ସବ-ଇନ୍ସପେକ୍ଟର ପରୀକ୍ଷା ଦେଇ ବୋଧ ହୁଏ ସେ ଫେଲ ହୋଇଛନ୍ତି । ମନେ ମନେ ନିଜକୁ ପୋଲିସ ଭାବି ସେ ଉଦ୍ଭଟ କାହାଣୀ ସୃଷ୍ଟି କରୁଛନ୍ତି । କ୍ରାଇମ ଫିଲ୍ମ ଓ ୱେବ ସିରିଜ ଦେଖି ସମସ୍ତଙ୍କୁ ଅପରାଧୀ ଭାବୁଛନ୍ତି । କିମ୍ବା ରାଜନୀତିରେ ବିଫଳ ହୋଇ ସବୁଆଡୁ ହତାଶ ହେବା ପରେ ସେ ବାଉଳିଚାଉଳି ହେଉଛନ୍ତି । ଏମିତି ବ୍ୟକ୍ତିଗତ ଆକ୍ଷେପ କରି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ବର୍ଷିଛନ୍ତି ବିଜେଡ଼ି ପ୍ରବକ୍ତା ଇପ୍ସିତା ସାହୁ । ଏହା ସହ ୟୁପିର ଅପରାଧୀ ଗୁଡୁ ମୁସଲିମର ସହଯୋଗୀ ବରଗଡ଼ର ବାବୁ ଖାଁ ସହ ଜେଲ ଫେରନ୍ତା ବିଜେପି ନେତାଙ୍କ ଲିଙ୍କ ଥିବା ସେ ଅଭିଯୋଗ କରିଛନ୍ତି ।

ପୋଲିସ ହେପାଜତରେ ହତ୍ୟାର ଶିକାର ହୋଇଥିବା ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡୁ ମୁସଲିମର ଓଡ଼ିଶା ଲିଙ୍କ ଏବେ ସାମ୍ନାକୁ ଆସିଛି । ଗୁଡୁ ପରି କୁଖ୍ୟାତ ଅପରାଧୀ ସହ ଅପରାଧିକ ପୃଷ୍ଠଭୂମି ଥିବା ବରଗଡ଼ର ଜଣେ ଯୁବକ ମୁନା ଖାଁଙ୍କ ସଂପୃକ୍ତି ବିଷୟ ଜଣାପଡ଼ିଛି । ଏହାକୁ ନେଇ ବିଜେଡିକୁ ଘେରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ବାବୁଙ୍କ ସହ ପଶ୍ଚିମ ଓଡିଶାର ବିଜେଡିର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କର ସିଧାସଳଖ ସମ୍ପର୍କ ଅଛି ବୋଲି ସେ ଅଭିଯୋଗ କରିଛନ୍ତି । ଲେଖାଶ୍ରୀ ଅବାନ୍ତର ବୟାନ ଦେଇଥିବା ଅଭିଯୋଗ କରି ବର୍ଷିଛନ୍ତି ବିଜେଡ଼ି ପ୍ରବକ୍ତା ଇପ୍ସିତା ସାହୁ । ବରଗଡ଼ର ଏହି ଅଭିଯୁକ୍ତ ସହିତ ଜଣେ ଜେଲ ଫେରନ୍ତା ବିଜେପି ନେତାଙ୍କ ଲିଙ୍କ ରହିଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି ।

ଇସ୍ପାତା କହିଛନ୍ତି ଯେ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବୟାନ ଶୁଣିଲେ ଲାଗୁଛି, ସେ ବୋଧେ ତାଙ୍କ ତରୁଣ ବୟସରେ ପୋଲିସ ହେବାକୁ ଚାହୁଁଥିଲେ । ମାତ୍ର ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷାରେ ଫେଲ ହୋଇ ଯାଇଥିଲେ । ପରେ ସେ ରାଜନୀତିକୁ ଆସିଲେ ସତ, କିନ୍ତୁ ଏଯାଏ ୱାର୍ଡ଼ମେମ୍ବରଟିଏ ମଧ୍ୟ ହୋଇପାରିଲେ ନାହିଁ । କିମ୍ବା କୌଣସି ନିର୍ବାଚନରେ ଲଢ଼ିବା ଲାଗି ଦଳ ତାଙ୍କୁ ଭରସା କରି ଟିକେଟ ଦେଲାନାହିଁ । କିଛି ମାସ ତଳେ ରାଜ୍ୟ ବିଜେପିର ସଭାପତି ହେବାକୁ ଲେଖାଶ୍ରୀ ସ୍ୱପ୍ନ ଦେଖୁଥିଲେ । ମାତ୍ର ସମ୍ଭାବ୍ୟ ରାଜ୍ୟ ସଭାପତି ତାଲିକାରେ ଏଠାରୁ ତାଙ୍କ ନାଁ ମଧ୍ୟ ଦିଲ୍ଲୀ ଗଲାନି । ତେଣୁ ସେ ପ୍ରଚଣ୍ଡ କ୍ରୋଧ ଓ ହତାଶାରେ ପ୍ରାୟ ୧୫ ଦିନ କାଳ ପାର୍ଟି ଅଫିସକୁ ଆସି ନଥିଲେ । ଅତୀତରେ ପୁଲିସ ହୋଇ ନପାରିବା, ରାଜନୀତିରେ ଏତେ ବର୍ଷ ରହି କୌଣସି ନିର୍ବାଚନରେ ଟିକଟ ନପାଇବା ଏବଂ ଶେଷରେ ରାଜ୍ୟ ସଭାପତି ହେବାର ସ୍ୱପ୍ନ ଭାଙ୍ଗିଯିବାର ହତାଶା ତାଙ୍କର ସବୁ ମନ୍ତବ୍ୟରୁ ଜଳଜଳ ଦେଖାଯାଉଛି । ତେଣୁ ଏଭଳି ତୀବ୍ର ହତାଶାରୁ ସେ ମୁକୁଳି ପାରୁ ନାହାନ୍ତି । ଆଉ ଏବେ ସେ ନିଜକୁ ପୁଲିସ ଭାବି ଉଦ୍ଭଟ କାହାଣୀ ସୃଷ୍ଟି କରୁଛନ୍ତି ।

ଇପ୍ସିତା ଆହୁରି ମଧ୍ୟ କହିଛନ୍ତି ଯେ, ଲେଖାଶ୍ରୀ ଆଜିକାଲି ଅଧିକ କ୍ରାଇମ ଫିଲ୍ମ ଓ ୱେବ ସିରିଜ ଦେଖୁଛନ୍ତି । ଯାହା ଫଳରେ ତାଙ୍କ ମନରେ ଏକ ଉଦ୍ଭଟ ଅପରାଧିକ ଚିନ୍ତାଧାରା ବସା ବାନ୍ଧିଛି । ଆଉ ସମସ୍ତେ ତାଙ୍କୁ ଅପରାଧୀ ଭଳି ଦେଖା ଯାଉଛନ୍ତି । ସବୁଆଡ଼ୁ ହତାଶ ହୋଇ ପଡ଼ିବା ପରେ ସେ ଏମିତି ବାଉଳିଚାଉଳି ହେଉଛନ୍ତି । ବରଗଡ଼ର ଯେଉଁ ଯୁବକ ସଂପର୍କରେ ସେ କହୁଛନ୍ତି, ୨ ବର୍ଷ ତଳେ ଚୋରା ନିଶାଦ୍ରବ୍ୟ କାରବାର ଏବଂ ଅନ୍ୟାନ୍ୟ ଅପରାଧରେ ସଂପୃକ୍ତି ଯୋଗୁଁ ଓଡ଼ିଶା ପୋଲିସ ତାକୁ ଗିରଫ କରିଥିଲା । ଜଣେ ଅଭ୍ୟାସଗତ ଅପରାଧୀ ଏବଂ ହତ୍ୟା ଅଭିଯୁକ୍ତ ବିଜେପି ନେତା ଯିଏକି ୨ ମାସ ଜେଲରେ ରହିଲା ପରେ ଏବେ ଜାମିନରେ ବାହାରିଛନ୍ତି, ତାଙ୍କ ସହିତ ସଂପୃକ୍ତ ଯୁବକର ଲିଙ୍କ ରହିଛି । ସାମ୍ବାଦିକ ସମ୍ମିଳନୀକୁ ଆସିବା ପୂର୍ବରୁ ଲେଖାଶ୍ରୀ ତାଙ୍କ ଦଳର ଏହି ନେତାଙ୍କୁ ଏ ବିଷୟରେ ପଚାରିଥିଲେ ଭଲ ହୋଇଥାନ୍ତା । ଘଟଣା ସଂପର୍କରେ କିଛି ନ ଜାଣି ଏପରି ଉପରଠାଉରିଆ ଏବଂ ଶସ୍ତା ବୟାନବାଜିରୁ ସେ ନିଜକୁ କ୍ଷାନ୍ତ ରଖନ୍ତୁ ବୋଲି ଲେଖାଶ୍ରୀଙ୍କୁ ଇପ୍ସିତା ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details