ଓଡିଶା

odisha

By ETV Bharat Odisha Team

Published : Nov 1, 2023, 5:36 PM IST

ETV Bharat / state

Kendrapara Gangrape Case: ବିଜେଡି ସରକାରକୁ ବିଜେପିର ଟାର୍ଗେଟ, କହିଲା ଅଭିଯୁକ୍ତ ୨ ମନ୍ତ୍ରୀଙ୍କ ଘନିଷ୍ଠ

କେନ୍ଦ୍ରାପଡ଼ା ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନେଇ ପ୍ରେସମିଟ୍ କରିଛି ବିଜେପି । ଏନେଇ ବିଜେଡିର ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛି ଦଳ । ଅଧିକ ପଢନ୍ତୁ

bjp targets 2 ministers of bjd
କେନ୍ଦ୍ରାପଡ଼ା ନାବାଳିକା ଗଣଦୁଷ୍କର୍ମ ମାମଲା

କେନ୍ଦ୍ରାପଡ଼ା ନାବାଳିକା ଗଣଦୁଷ୍କର୍ମ ମାମଲା

ଭୁବନେଶ୍ବର:କେନ୍ଦ୍ରାପଡ଼ା ନାବାଳିକା ଗଣଦୁଷ୍କର୍ମ ମାମଲା । ବିଜେପି ମହିଳା ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛି । "ରାଜ୍ଯରେ ମହିଳାଙ୍କୁ ଅସଦାଚରଣ କରିବାରେ ବିଜେଡି ପ୍ରଥମ" ବୋଲି କହିଛି ଦଳ । ଯାହାକୁ ନେଇ ପୁଣି ଅଡୁଆରେ ପଡିଛନ୍ତି ବିଜେଡିର ଦୁଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । କେନ୍ଦ୍ରାପଡ଼ା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏହି ଦୁଇ ମନ୍ତ୍ରୀଙ୍କୁ ବିବାଦକୁ ଟାଣିଛି ବିଜେପି । ଘଟଣାରେ ଏହି ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ବିଜେପି ଅଭିଯୋଗ କରିଛି । ଘଟଣାସ୍ଥଳକୁ ଯାଇ ଯାଞ୍ଚ ପରେ ବିଜେପି ମହିଳା ମୋର୍ଚ୍ଚା ସାମ୍ୱାଦିକ ସମ୍ମିଳନୀ କରିଛି ।

ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ଵାଳ କହିଛନ୍ତି, "ବିଜେଡିର ଡଜନରୁ ଅଧିକ ମନ୍ତ୍ରୀଙ୍କ ନାମରେ ଏପରି ମାମଲା ରହିଛି । ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ପାଲଟିଛନ୍ତି । କେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ? ମୁଖ୍ୟ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ । ପୀଡ଼ିତାଙ୍କ ବାପା କହୁଛନ୍ତି ଯେ ଆମକୁ ମାରି ଦେବାକୁ ଧମକ ଦିଆଯାଉଛି । କଲେଜର କମନ ରୁମରୁ ନିଶା ଦେଇ ଅଭିଯୁକ୍ତ କେମିତି ନେଇଗଲେ ତାହା ପ୍ରଶ୍ନବାଚୀ । କଲେଜର ଅଧ୍ୟାପକ ରମାକାନ୍ତ ପାଣି ପୀଡ଼ିତାଙ୍କ ପରିବାରକୁ ଧମକ ଦେଉଥିବା ଅଭିଯୋଗ କରୁଛନ୍ତି ପୀଡ଼ିତାଙ୍କ ପରିବାର । ସେ ଅଧ୍ୟାପକ ହେଉଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପାଖ ଲୋକ । ସେହିପରି ଗିରଫ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ହେଉଛନ୍ତି ରାଜା ସ୍ଵାଇଁଙ୍କ ପାଖ ଲୋକ।" ଏମିିତି କହି ଏହି ଦୁଇ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

ଏହା ବି ପଢନ୍ତୁ...ଖାକିରେ ଦାଗ, ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଗିରଫ



"ରାଜ୍ୟରେ ଯଦି କଲେଜର ଜଣେ ଛାତ୍ରୀ ସୁରକ୍ଷିତ ନୁହେଁ, ତାହେଲେ ଆଉ କେଉଁଠି ସୁରକ୍ଷିତ ମଣିବେ ? ଉଚ୍ଚ ଶିକ୍ଷାମନ୍ତ୍ରୀ ନିଜ ଅଞ୍ଚଳରେ ଜଣେ ଝିଅକୁ ସୁରକ୍ଷା ଦେଇ ପାରୁନାହାନ୍ତି । ଯାଞ୍ଚରୁ ଜଣାପଡ଼ିଛି ସେହି କଲେଜରେ ଆଣ୍ଟି ହାରାସମେଣ୍ଟ ସେଲ୍ ନାହିଁ । ୧୭ ତାରିଖରେ ଝିଅ ସହ ଗଣ ଦୁଷ୍କର୍ମ ହେଲା । କଲେଜ କର୍ତ୍ତୃପକ୍ଷ ଚାପରେ ଅଛନ୍ତି । ୨୩ ବର୍ଷରେ ମହିଳା ବିରୋଧୀ ମାମଲାରେ ସମ୍ପୃକ୍ତ ନେତାଙ୍କ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ହୋଇଛି ? ତା'ର ଉତ୍ତର ଦେବେ କି ସରକାର ? ଦୁଇ ପାୱାରଫୁଲ ନେତା ଏହି ଗଣଦୁଷ୍କର୍ମରେ କେମିତି ଯୋଡିହେଲେ ତାକୁ ନେଇ ପ୍ରଶ୍ନବାଚୀ।"

ଏହି ମାମଲାକୁ ନେଇ ଜାତୀୟ ମହିଳା କମିଶନଙ୍କ ଦ୍ଵାରସ୍ଥ ହେବା ନେଇ ଚେତାବନୀ ଦେଇଛି ବିଜେପି ମହିଳା ମୋର୍ଚ୍ଚା। ସେହିପରି ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି, "କେନ୍ଦ୍ର ସରକାର ନିର୍ଭୟା ଫଣ୍ଡରୁ ରାଜ୍ୟକୁ ପଇସା ଦେଉଛନ୍ତି । ହେଲେ ରାଜ୍ୟ ସରକାର ତାକୁ ବ୍ୟବହାର କରିପାରୁନାହାନ୍ତି କାହିଁକି ? ମହିଳା ମାନଙ୍କ ପ୍ରତି ଯେଉଁ ହିଂସା ବଢୁଛି 23 ବର୍ଷର ସରକାର କାହିଁକି ରୋକି ପାରୁନାହାନ୍ତି ?"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details