ଓଡିଶା

odisha

ETV Bharat / state

ପିଆଜ ତାତିକୁ ନେଇ ରାଜନୀତି: ଦୋଷ ଲଦାଲଦି ହେଲେ ବିଜେଡି ଓ ବିଜେପି - ପିଆଜ ଦର ବୃଦ୍ଧି

ରାଜ୍ଯରେ ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦର ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ମଧ୍ଯ ସରଗରମ ହୋଇଛି । ଦର ବୃଦ୍ଧି ପାଇଁ ବିଜେଡି କାନ୍ଦ୍ର ସରକାରଙ୍କୁ ଦାୟୀ କରିଥିବା ବେଳେ କାଉଣ୍ଟର କରିଛି ବିଜେପି । ଅଧିକ ପଢ଼ନ୍ତୁ

ପିଆଜ ତାତିକୁ ନେଇ ରାଜନୀତି
ପିଆଜ ତାତିକୁ ନେଇ ରାଜନୀତି

By ETV Bharat Odisha Team

Published : Nov 1, 2023, 7:12 AM IST

ପିଆଜ ତାତିକୁ ନେଇ ରାଜନୀତି

ଭୁବନେଶ୍ବର: ହୁ ହୁ ହୋଇ ବଢ଼ୁଛି ପିଆଜ ଦର । ରାଜ୍ଯରେ ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଦୋଷ ଲଦାଲଦି ହେଉଛନ୍ତି । ପିଆଜ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଦାୟୀ । ଦର ନିୟନ୍ତ୍ରଣ କରିବା ଦାୟିତ୍ୱ କେନ୍ଦ୍ରର ବୋଲି ବିଜେଡି କହୁଥିବା ବେଳେ ଏହାକୁ ନେଇ କାଉଣ୍ଟର ଆଟାକ କରିଛି ବିଜେପି । ରାଜ୍ୟ ସରକାର ରାଜ୍ଯରେ କେତୋଟି ଶୀତଳ ଭଣ୍ଡାର କରିଛନ୍ତି କହି ପାଲଟା ପ୍ରଶ୍ନ କରିଛି ବିଜେପି ।

ରାଜ୍ୟରେ ପରିବା ଦର ଆକାଶଛୁଆଁ ଥିବା ବେଳେ ପିଆଜ ଦରରେ ଅହେତୁକ ବୃଦ୍ଧି ପାଇଛି । ଏହାରି ଭିତରେ ଦର ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ମଧ୍ଯ ସରଗରମ ହୋଇଛି । ପିଆଜ ଦର ବୃଦ୍ଧି ପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି । ଦର ନିୟନ୍ତ୍ରଣ କରିବା ଦାୟିତ୍ୱ ହେଉଛି କେନ୍ଦ୍ରର । ତେଣୁ କେନ୍ଦ୍ର ସରକାର ଏହାର ବ୍ୟବସ୍ଥା କରିବା ଦରକାର ବୋଲି କହିଛି ବିଜେଡି । ସେପଟେ ରାଜ୍ୟ ସରକାର ରାଜ୍ଯରେ କେତୋଟି ଶୀତଳ ଭଣ୍ଡାର କରିଛନ୍ତି ବୋଲି ବିଜେଡିକୁ ପାଲଟା ପ୍ରଶ୍ନ କରିଛି ବିଜେପି । ଅନ୍ୟପକ୍ଷେ ରାଜ୍ୟ ସରକାର ପିଆଜ ପାଇଁ କାହିଁକି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି? କାହିଁକି ରାଜ୍ୟରେ ଶୀତଳ ଭଣ୍ଡାର ନାହିଁ ? ବୋଲି ପ୍ରଶ୍ନ କରିଛି କଂଗ୍ରେସ । ବିଜେପି ମଧ୍ୟ ସମାନ କଥା ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛି ।

ବିଜେପି କହିଛି, ରାଜ୍ୟ ସରକାର ପିଆଜ ମିଶନ, ଆଳୁ ମିଶନ ଘୋଷଣା କରିଥିଲେ । 2019 ନିର୍ବାଚନ ପୂର୍ବରୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ଯରେ ଚାଷୀ ଯେତେବେଳେ ପିଆଜ ଅମଳ କରୁଛି ସେତେବେଳେ ପିଆଜ ନଷ୍ଟ ହେଉଛି । ରାଜ୍ୟ ସରକାର ଯଦି ଶୀତଳ ଭଣ୍ଡାର କରିଥାଆନ୍ତି ପିଆଜ ସରଂକ୍ଷଣ କରାଯାଇ ପାରିଥାଆନ୍ତା । କଳାବଜାରୀକୁ ସରକାର ରୋକି ପାରୁନାହାନ୍ତି । ତେଣୁ ନିଜ ଦୋଷକୁ ଘଣ୍ଟ ଘୋଡ଼ାଉଛନ୍ତି ରାଜ୍ୟ ସରକାର । ସବୁବେଳେ କେନ୍ଦ୍ରକୁ ଦାୟୀ କରିବା ରାଜ୍ୟ ସରକାରଙ୍କ ପୁରୁଣା ଅଭ୍ୟାସ ।

ଏହା ମଧ୍ୟ ପଢ଼ନ୍ତୁ.......Vegetables Price Hike: କାର୍ତ୍ତିକ ଆରମ୍ଭରୁ ଆକାଶଛୁଆଁ ପରିବା ଦର, ଚିନ୍ତାରେ ଖାଉଟି

ସେହିପରି ବିଜେପି ନେତା ସୁରଥ ବିଶ୍ଵାଳ କହିଛନ୍ତି ଯେ, ରାଜ୍ୟ ସରକାର ଏ କଥାକୁ ସଂକଳ୍ପ କରିଛନ୍ତି ରାଜ୍ୟରେ ଯାହା ଅସୁବିଧା ହେବ ସେଥିପାଇଁ କେନ୍ଦ୍ର ଦାୟୀ ରହିବ । କେନ୍ଦ୍ର ଯାହା ଭଲ କାର୍ଯ୍ୟ କରିବ ସେଥିପାଇଁ ଶ୍ରେୟ ନେବ ରାଜ୍ୟ । ଅନ୍ୟ ରାଜ୍ଯରେ ଏପରି ଅସୁବିଧା ନାହିଁ । କେବଳ ଓଡ଼ିଶାର ଏପରି ଦେଖିବାକୁ ମିଳୁଛି । 24 ବର୍ଷର ସରକାର ଶୀତଳ ଭଣ୍ଡାର ସଂରକ୍ଷଣ ପ୍ରକ୍ରିୟାକୁ ଗୁରୁତର ଭାବେ ନନେଇ ଯେତେବେଳେ ପରିଣାମ ଆସୁଛି ସେତେବେଳେ କେନ୍ଦ୍ରକୁ ଦୋଷ ଦେଉଛନ୍ତି । ସୂଚନା ଥାଉକି, ଏବେ ରାଜ୍ୟରେ ଆକାଶଛୁଆଁ ପିଆଜ ଦର । ଗୋଦାମରେ ଯୋଗାଣ ବିଭାଗର ଯାଞ୍ଚ । ପିଆଜ ଦର ବୃଦ୍ଧି ପାଉଥିବାରୁ କଟକରେ ବିଭିନ୍ନ ଗୋଦାମରେ ଯାଞ୍ଚ କରିଛି ଯୋଗାଣ ବିଭାଗ ଟିମ୍ । କେତେ ଷ୍ଟକ୍ ଅଛି ବା ଗଚ୍ଛିତ ଥିବା ଷ୍ଟକ୍‌ର ବିଲ୍ ଯାଞ୍ଚ କରାଯାଇଛି । ଏହାଛଡ଼ା କେତେ ବିକ୍ରି ହେଉଛି ତାହାର ମଧ୍ୟ ଯାଞ୍ଚ କରୁଛି ଟିମ୍ । ଅନିୟମିତତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ବିଭାଗର ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details