ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ମୁକ ବଧିର ପାଲଟି ଯାଇଛନ୍ତି, ରାଜ୍ୟର ଗଣତନ୍ତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି: ବିଜେପି - 5T ସଚିବଙ୍କ ଉପରେ ବର୍ଷିଲା ବିଜେପି

ରାଜ୍ୟରେ ବିଧାୟକ ମନ୍ତ୍ରୀମାନଙ୍କର କୌଣସି ନିଜସ୍ବ ଶକ୍ତି ନାହିଁ । କୋଭିଡ ମହାମାରୀ ସମୟରେ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ପାଖରେ ନିଜସ୍ବ ନିଷ୍ପତ୍ତି ନେବାର ମଧ୍ୟ କୌଣସି କ୍ଷମତା ନାହିଁ କହି ବିଜେଡ଼ି ଉପରେ ବର୍ଷିଲା ବିଜେପି । ଅଧିକ ପଢ଼ନ୍ତୁ

ବିଜେପି ଉପସଭାପତି ରବି ନାଏକ
ବିଜେପି ଉପସଭାପତି ରବି ନାଏକ

By ETV Bharat Odisha Team

Published : Sep 19, 2023, 6:49 AM IST

ବିଜେପି ଉପସଭାପତି ରବି ନାଏକ

ଭୁବନେଶ୍ବର: ରାଜ୍ୟରେ ଗଣତନ୍ତ୍ର ନଷ୍ଟ ହୋଇଛି । ଏଠାରେ ମନ୍ତ୍ରୀମାନଙ୍କ କିଛି ପାୱାର ନାହିଁ । ତେବେ ଏଭଳି କିଛି ବୟାନ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଉପସଭାପତି । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ମୁକ ବଧିରଙ୍କ ସହ ତୁଳନା କରିଛନ୍ତି ।

ତେବେ ରାଜ୍ୟ ବିଜେପି ଉପସଭାପତି ରବି ନାଏକ କହିଛନ୍ତି " ରାଜ୍ୟରେ ବିଧାୟକ ମନ୍ତ୍ରୀମାନଙ୍କର କୌଣସି ନିଜସ୍ବ ଶକ୍ତି ନାହିଁ। କୋଭିଡ ମହାମାରୀ ସମୟରେ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ପାଖରେ ନିଜସ୍ବ ନିଷ୍ପତ୍ତି ନେବାର ମଧ୍ୟ କୌଣସି କ୍ଷମତା ନାହିଁ। ରାଜ୍ୟରେ ବ୍ୟୁରୋକ୍ରାଟ୍ ଶାସନ ଚାଲିଛି । ଏହାସହ ଆଦିବାସୀଙ୍କ ବିକାଶ ନାଁରେ ହରିଲୁଟ୍ କରୁଛନ୍ତି ରାଜ୍ୟ ସରକାର । ଆଦିବାସୀଙ୍କ ଏକତାକୁ ଭାଗ ଭାଗ କରିବା ସହ ସେମାନଙ୍କ ସଂସ୍କୃତି ଓ ପରମ୍ପରାକୁ ବୁଡ଼ାଇ ଦେଇଛନ୍ତି ରାଜ୍ୟ ସରକାର।"

ଏହା ମଧ୍ୟ ପଡ଼ନ୍ତୁ...ଖୋଲୁଛି ଗୁମର: ରୂପାନ୍ତରିତ ହେଲା ସ୍କୁଲ, ଟଙ୍କା ପାଇଲେନି ଠିକାଦାର !

ସେ ଆହୁରି କହିଛନ୍ତି "5T ସଚିବ ରାଜ୍ୟକୁ ବୁଡାଇଦେବା ପାଇଁ ଚେଷ୍ଟା କରୁଛନ୍ତି । ଆଗାମୀ ନିର୍ବାଚନରେ ଲେକମାନେ ଏହାର ଉଚିତ ଜବାବ ଦେବେ । 5T ଙ୍କ ଜିଲ୍ଲା ଗସ୍ତ ସମୟରେ ବିଧାୟକମାନେ ଷ୍ଟେଜ ତଳେ ବସୁଛନ୍ତି । ଏଭଳି ପରିସ୍ଥିତି ଓଡ଼ିଶା କେବେ ଦେଖି ନଥିଲା । ଓଡ଼ିଶା ଜଗନ୍ନାଥ ମାଟିର ଦେଶ। ଏଠାରେ ସ୍ୱତନ୍ତ୍ର ସଂସ୍କୃତି ଓ ବିଚାର ଅଛି । କିନ୍ତୁ ଏବେ ରାଜ୍ୟର ଗଣତନ୍ତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ମନ୍ତ୍ରୀ, ବିଧାୟକ, ସରପଞ୍ଚ, କାହାର କୌଣସି ପାୱାର ନାହିଁ । ଗଣତନ୍ତ୍ର କିଭଳି ଚାଲିବ ଓ କିଭଳି ବିକାଶ ହେବ ? ଜଣେ ଲୋକ ତାଙ୍କ ଦୁଃଖ କଣ ପାଣ୍ଡିଆନକୁ କହିବ ? ମୁଖ୍ୟମନ୍ତ୍ରୀ ମୁକ ବଧିର, କୁଆଡେ ଯାଇ ପାରୁନାହାନ୍ତି । ଓଡ଼ିଶାକୁ ବୁଡ଼େଇ ଦେବା ପାଇଁ 5T ଚେଷ୍ଟା କରୁଛନ୍ତି ।"

ତେବେ ପୂର୍ବରୁ 5T ସଚିବଙ୍କ ଜିଲ୍ଲା ଗସ୍ତ ଓ ସେଥିପାଇଁ ହେଉଥିବା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡିର ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ । ତେବେ ସୌମ୍ୟ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାରା ଓଡ଼ିଶାକୁ ହେଲିକପ୍ଟରରେ ବୁଲି ସାଧାରଣ ଜନତାଙ୍କ ସହିତ ସାକ୍ଷାର କରୁଛନ୍ତି। ସେମାନଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି। ଏହି ପ୍ରାୟୋଜିତ କାର୍ଯ୍ୟକର୍ମରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହାର ହିସାବ କାହା ପାଖରେ ନାହିଁ । ତେବେ ସଚିବଙ୍କର ଓଡ଼ିଶା ଗସ୍ତ ସମ୍ପୂର୍ଣ୍ଣ ହେଲାବେଳକୁ ପ୍ରାୟ 300 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ଆନୁମାନିକ ଆକଳନରୁ ଜଣା ପଡ଼ିଛି । ଆମ ବ୍ୟବସ୍ଥାରେ ସାଧାରଣ ନାଗରିକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ସ୍ତରରେ ସୁବିଧା ରହିଛି । ସେଥିପାଇଁ ଅଧିକ 300 କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କାହା ପାଇଁ ?



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details