ଭୁବନେଶ୍ବର: ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ସର୍ଭେ ରିପୋର୍ଟକୁ ନେଇ ଏବେ ରାଜ୍ୟ ରାଜନୀତି ହୁଲସ୍ତୁଲ । ଓଡିଶାରେ ଡିସେମ୍ବର ମାସରେ ବେକାରୀ ହାର ସର୍ବନିମ୍ନ 0.9 ପ୍ରତିଶତ ଥିବା ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।
ଏହି ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ନିର୍ବାଚନ ପୂର୍ବରୁ ମିଛ ସର୍ଭେ ରିପୋର୍ଟ ଦେଇ ଲୋକଙ୍କୁ ଭ୍ରମିତ କରିବାର ଉଦ୍ୟମ ଆରମ୍ଭ କରିଛନ୍ତି । ଲୋକଙ୍କ ଆଖିରେ ଅନ୍ଧ ପୁଟୁଳୀ ବାନ୍ଧିବା ବନ୍ଦ କରନ୍ତୁ ସରକାର । ଏହାଏକ ପ୍ରାୟୋଜିତ ସର୍ଭେ ରିପୋର୍ଟ । ହରିୟାଣାରେ ସର୍ବାଧିକ ଏବଂ ଓଡିଶାରେ ସର୍ବନିମ୍ନ ବୋଲି ଏକ ରିପୋର୍ଟରୁ ପ୍ରକାଶ ପାଇଛି। ହେଲେ ଜାତୀୟ ଇଣ୍ଡେକ୍ସ ଯେତେଥର ଆସିଛି ନବୀନ ପଟ୍ଟନାୟକ ପ୍ରାୟୋଜିତ ଭାବେ ରିପୋର୍ଟ ନିଜ ସପକ୍ଷରେ ଆଣିଛନ୍ତି ।