ଓଡିଶା

odisha

ETV Bharat / state

ନବନିର୍ମାଣ କୃଷକ ସଙ୍ଗଠନର ବନ୍ଦ ଡାକରାକୁ ବିଜେପିର ସମର୍ଥନ

ନବନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ନୈତିକତା ସମର୍ଥନ ଜଣାଇଛି ବିଜେପି । ଆସନ୍ତା 22 ମାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ 21ରେ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଉଛି ।

By

Published : Feb 21, 2019, 11:48 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନବନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ନୈତିକତା ସମର୍ଥନ ଜଣାଇଛି ବିଜେପି । ଆସନ୍ତା 22 ମାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ 22ରେ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଉଛି । ଯାହାକୁ ଶାସକ ଦଳ ବିରୋଧ କରୁଥିବା ବେଳେ ବିଜେପି ଏହାକୁ ସମର୍ଥନ ଜଣାଇଛି ।

ଦାବି ନାଁରେ ନବ ନିର୍ମାଣ କୃଷକ ସଙ୍ଗଠନ ହଜାର ହଜାର ପିଲାଙ୍କ ଭବିଷ୍ୟତକୁ ଠେଲିଦେବାକୁ ବସିଛି । ତେଣୁ ଶାସନ ଦଳ ଏହାକୁ ବିରୋଧ କରି ଏପରି ନକରିବାକୁ କହିଛନ୍ତି । ସେପଟେ କିନ୍ତୁ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ଆଳ ଦେଖାଇ କୃଷକମାନଙ୍କ ସ୍ବର ଚାପିଦେବାକୁ ଚାହୁଁଛନ୍ତି ବୋଲି ବିଜେପି କୃଷକ ସେଲର ସଭାପତି ସୁରତ ବିଶ୍ବାଳ କହିଛନ୍ତି । ମାଟ୍ରିକ ପରୀକ୍ଷା ପରିଚାଳନା କରିବା ସରକାରଙ୍କ ଦାୟିତ୍ବ । କିନ୍ତୁ ଚାଷୀଙ୍କ ସମସ୍ୟାକୁ ଏଡାଇଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି ।

ସେପଟେ, ଚାଷୀମାନେ ସନ୍ତ୍ରାସବାଦ କି ବିଚ୍ଛିନ୍ନତାବାଦୀ ନୁହନ୍ତି, ଯେ ସେମାନେ ନିୟନ୍ତ୍ରଣ ବାହାରକୁ ପଳାଇବେ । ଆଉ ଏହି ବନ୍ଦକୁ ସମର୍ଥନ ଦେଲେ, ବିଜେଡି କାହିଁକି ଭୟଭୀତ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details