ଖୋର୍ଦ୍ଧା: ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କାଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି । ଚଳିତ ବର୍ଷ କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 14 ହଜାର ଘର ପ୍ରଦାନ କରିଛନ୍ତି ।
ତେବେ ଏହି ଘର ଗୁଡିକୁ ଯେପରି ଗାଁ ଗାଁରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦନ କରାଯିବ ସେଥିପାଇଁ ଆଜି(ବୁଧବାର) ବେଗୁନିଆ ଓ ବୋଲଗଡ଼ ବିଜେପି ପକ୍ଷରୁ ବିଧାୟକ ପାର୍ଥି ଋଷଭ ନନ୍ଦ ଓ ବିଜେପି ଜିଲ୍ଲା ସମ୍ପାଦକ ପ୍ରକାଶ ବିଜୁଳୀଙ୍କ ନେତୃତ୍ବରେ ଏକ ଟିମ ଉଭୟ ବ୍ଲକ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।