ଭୁବନେଶ୍ବର:ବିଜେପି ଫୋକସରେ ଯୁବ ଭୋଟର । ଏନେଇ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା 'ନୂତନ ଭୋଟର ସଚେତନତା' ବା ମିଲେନିୟମ ଭୋଟର କନେକ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ରାଜ୍ୟରେ ଯେଉଁ ଯୁବକ ଯୁବତୀମାନଙ୍କୁ 2024 ଜାନୁଆରୀ ସୁଦ୍ଧା 18 ବର୍ଷ ହୋଇଥିବ ସେମାନଙ୍କୁ ନୂତନ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ବିଜେପି କର୍ମୀମାନେ ସହଯୋଗ କରିବେ । ବିଜେପି ଯୁବମୋର୍ଚ୍ଚା କର୍ମୀ ପ୍ରତି ବୁଥକୁ ଯାଇ ଯୁବ ଭୋଟରଙ୍କୁ ସଚେତନ କରିବେ ।
2024ରେ ନିର୍ବାଚନରେ ଯୁବଭୋଟରଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ନୂଆ ଭୋଟରଙ୍କୁ ଦଳରେ ସାମିଲ କରିବା, ମୋଦି ସରକାରଙ୍କ ଯୁବ ଆଧାରିତ ଜନକଲ୍ୟାଣ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ଯୁବମୋର୍ଚ୍ଚା ଏହି ଅଭିଯାନ ଆରମ୍ଭ କରିଛି । 8980808080 ଜରିଆରେ ମିସ କଲ କରି ପ୍ରଥମ ପର୍ଯ୍ୟାୟରେ 80-100 ନୂତନ ଭୋଟରଙ୍କୁ ବିଜେପି ସହ ଯୋଡ଼ିଛି ବିଜେପି ଯୁବ ମୋର୍ଚ୍ଚା । ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବୁଥ ସ୍ତରକୁ ନେଇ ବିଜେପି ସପକ୍ଷରେ ଭୋଟ ପାଇଁ ଯୁବ ବର୍ଗଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି । ନୂତନ ଭାରତ ଗଠନ ଏବଂ ସାଧାରଣ ନିର୍ବାଚନର ବିଜୟ ପ୍ରସ୍ତୁତି ସମ୍ବନ୍ଧରେ ଆଜିର ଯୁବକଙ୍କ ଉପସ୍ଥିତି ନିତ୍ୟାନ୍ତ ଆବଶ୍ୟକ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ।
ଏହା ବି ପଢନ୍ତୁ...'ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛି, ବିରୋଧର ତରିକାକୁ ନାପସନ୍ଦ କରୁଛି'