ଭୁବନେଶ୍ବର:ଶାସକ ଦଳକୁ ସୋନାଲିଙ୍କ ଗୋଦରୀ ଉପଖ୍ୟାନ । ଶାସକ ଦଳ ବିଜେଡିର ବିଧାୟକମାନେ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ବେଳେ ଦୁଷ୍କର୍ମ, ଅପହରଣ, ରାହାଜାନୀ ଓ ଚୋରି ମାମଲାରେ ଲିପ୍ତ ରହିଛନ୍ତି । ବିଜେଡିର 111 ବିଧାୟକଙ୍କ ନାଁ 154 ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଛି । ଅନ୍ୟପକ୍ଷରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ନାଁ ରେ ଅକ୍ରୋଶମୂଲକ ମାମଲା କରିଛି ଶାସକ ଦଳ। ତେବେ ଶାସକ ଦଳ ପକ୍ଷରୁ ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ ସାମ୍ବିଧାନିକ ପଦବୀର ଗାରିମାକୁ ନଷ୍ଟ କରୁଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ଏହା ଶାସକ ଦଳକୁ ଗୋଦରୀ ଉପାଖ୍ୟାନ ଶୁଣାଇଛନ୍ତି ସୋନାଲି ।
ଏଥିସହ ସୋନାଲି କହିଛନ୍ତି ଯେ , ଶାସକ ଦଳର ମନ୍ତ୍ରୀ , ସାଂସଦ, ବିଧାୟକ ଓ ନେତାମାନେ ବିରେଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କୁ କୁତ୍ସାରଟନା କରୁଛନ୍ତି । ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ତାଙ୍କ ବିରୋଧରେ ଅପରାଧିକ ମାମଲା ଥିବା କଥା ଛାତି ପିଟି କହୁଛନ୍ତି । ଭୁଲି ଯିବା କଥା ନୁହେଁ କି ଜୟ ନାରାୟଣ ହେଉଛନ୍ତି ବିରୋଧୀ ଦଳ ନେତା । ତାଙ୍କ ବିରୋଧରେ କଟୁ ମନ୍ତବ୍ୟ ସାମ୍ବିଧାନିକ ପଦବୀର ଗାରିମାକୁ ନଷ୍ଟ କରୁଛି । ଗଣତନ୍ତ୍ରକୁ ସମ୍ମାନ ଦେଇ ଶାସକ ଦଳର ବିଧାୟକ ଓ ବିଧାୟିକା ମାନେ ଏଭଳି ବିବୃତିରୁ କ୍ଷାନ୍ତ ରହିବା ଉଚିତ । ବିଜେଡିର 111 ଜଣ ବିଧାୟକଙ୍କ ବିରୋଧରେ 154 ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି । ରାଜ୍ୟବାସୀ ଜାଣିଛନ୍ତି ଜୟଙ୍କ ବିରୋଧରେ ଥିବା ମାମଲା ଆକ୍ରୋଶମୂଳକ ଓ ଉଦ୍ଦେଶ୍ୟମୂଳକ ଭାବେ ଶାସକ ଦଳ ପକ୍ଷରୁ ହୋଇଛି ।
ଜୟନାରାୟଣ ହେଉଛନ୍ତି ଜଣେ ରାଜନୈତିକ ବ୍ୟକ୍ତି । ରାଜନୀତିରେ ରହିଲେ ଏଭଳି ଅନେକ ମିଛ ଅପରାଧିକ ମାମଲା ଆସେ । ଜୟ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କାମ କରିଛନ୍ତି । ସେଥିପାଇଁ ଶାସକ ଦଳ ଜାଣିଶୁଣି ଆକ୍ରୋଶମୂଳକ ଭାବେ ତାଙ୍କ ନାଁରେ ଏସବୁ ଅପରାଧିକ ମାମଲା ରୁଜୁ କରିଛି । ଆକ୍ରୋଶମୂଳକ ମାମଲାକୁ ନେଇ ଶାସକ ଦଳ ଡ୍ରାମା କରୁଛନ୍ତି । ଶାସକ ଦଳର ମାନସିକତା କଣ ଏଥିରୁ ଜଣାପଡି ଯାଉଛି । ବିଜେଡ଼ିର 6 ବିଧାୟକ ହତ୍ୟା ଅଭିଯୋଗ ରହିଛି । ଏହା ଓଡିଶାବାସୀଙ୍କୁ ଅଛପା ନାହିଁ । ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏହା ଭୁଲି ଯାଉଛନ୍ତି । ଶାସକ ଦଳର ନେତା ମାନେ ହତ୍ୟା, ଦୁଷ୍କର୍ମ, ଅପହରଣ, ରାହାଜାନୀ, ଚୋରି ମାମଲାରେ ଲିପ୍ତ ରହିଛନ୍ତି ।