ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ଭୁବନେଶ୍ବର ମେଟ୍ରୋ ଟ୍ରେନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଗତକାଲି ଘୋଷଣା କରିଛନ୍ତି । ଏହାପରେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି । ପ୍ରମୁଖ ବିରୋଧୀ ଦଳ ବିଜେପି ଏହାକୁ ବିଜେଡିର ନିର୍ବାଚନୀ ଥୋପ କହିଥିବା ବେଳେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହାକୁ ସ୍ବାଗତ କରିଛନ୍ତି । ସେପଟେ ବିଜେପିର ଅଭିଯୋଗ ପରେ ଜବାବ ରଖିଛି ବିଜେଡି ।
ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ ସେବା । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ 5929 କୋଟି ଟଙ୍କା ବ୍ୟୟବରାଦ କରାଯିବ । ଆସନ୍ତା 4 ବର୍ଷ ମଧ୍ୟରେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଜେପି ଏହାକୁ ନିର୍ବାଚନୀ ଥୋପ କହିବା ବେଳେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି," ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଆମେ ସ୍ବାଗତ କରୁଛୁ । ଦୀର୍ଘ ବର୍ଷ ହେବ ମୁଁ ବିଧାନସଭାରେ ମେଟ୍ରୋ ଚଲେଇବା ପାଇଁ ଦାବି କରି ଆସୁଥିଲି । ଶେଷରେ ସରକାର ଏ ବାବଦରେ ପଦକ୍ଷପ ନେଇଛନ୍ତି । ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି।"
ଏହା ବି ପଢନ୍ତୁ- ମେଟ୍ରୋ ରେଲ୍ DPRକୁ ଅନୁମୋଦନ, ଜାନୁଆରୀ 1ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ