ଓଡିଶା

odisha

ଖାଲି ପଡିଛି ଭିନ୍ନକ୍ଷମ କମିଶନର ପଦବୀ, ବିଜେପି କହିଲା କୋର୍ଟର ଅର୍ଡର ଅବମାନନା କରିବାରେ 1ନମ୍ବର ବିଜେଡି

By ETV Bharat Odisha Team

Published : Sep 30, 2023, 5:19 PM IST

ଭିନ୍ନକ୍ଷମ କମିଶନ ପଦବୀ ପୂରଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଭିନ୍ନକ୍ଷମଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା କମିଶନକୁ କାର୍ଯ୍ୟକ୍ଷମ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଅଧିକ ପଢନ୍ତୁ

disability commisioner vacancy issue
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ବର:ଭିନ୍ନକ୍ଷମ କମିଶନ ପଦବୀ ପୂରଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଭିନ୍ନକ୍ଷମ ସମାଜ ପାଇଁ ରାଜ୍ୟ ସରକାରଙ୍କ ଦରଦ ନଥିବା ଅଭିଯୋଗ ଆଣିଛି ବିଜେପି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି, "ଭୁବନେଶ୍ବର ମେୟର ସୁଲୋଚନା ଦାସ ନିର୍ବାଚନ ଲଢ଼ିବା ପାଇଁ ଗତ ୨୦୨୨ ମାର୍ଚ୍ଚ ମାସରେ ଭିନ୍ନକ୍ଷମ କମିଶନ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ଏହି ପଦବୀ ଖାଲି ପଡିଛି । ଲମ୍ବା ସମୟ ଧରି ଏହି ପଦବୀ ଖାଲି ପଡିବା ଥିବାରୁ ଭିନ୍ନକ୍ଷମ ସଂଘ ସାମାଜିକ ସୁରକ୍ଷା ଶାସନ ସଚିବଙ୍କୁ ଭେଟି ତୁରନ୍ତ କମିଶନ ପଦବୀ ପୂରଣ ପାଇଁ ଦାବି କରିଥିଲେ । ଏହାପରେ ୨୦୨୨ ଡିସେମ୍ବର ୧୨ତାରିଖରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ କମିଶନ ପଦବୀ ପାଇଁ ଆବେଦନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ହେଲେ ବିଜ୍ଞପ୍ତି ଜାରି କରି ରାଜ୍ୟ ସରକାର ନିଜର ଦାୟିତ୍ୱ ସରିଗଲା ଭାବିବା ଭିନ୍ନକ୍ଷମଙ୍କ ପ୍ରତି ଅଟ୍ଟହାସ୍ୟ।"


ସେ ଆହୁରି ମଧ୍ୟ କହିଛନ୍ତି, "ଦୀର୍ଘ ସମୟ ଧରି କମିଶନ ପଦବୀ ଖାଲି ପଡିବା କାରଣ ଦର୍ଶାଇ ଗିରିଜା ଲାଲ ସୀମାଙ୍କ ତରଫରୁ ସର୍ବୋଚ୍ଚ ନ୍ୟାୟଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଯାହାର ଶୁଣାଣି ଗତ ଜୁଲାଇ ମାସରେ ହୋଇସାରିଛି। ତଥାପି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଫୁ କରିଦେଇଥିଲେ । ବିଜୁ ଜନତା ଦଳର ସରକାର ଏଭଳି ଏକ ସରକାର ଯିଏ କୋର୍ଟର ଅର୍ଡରକୁ ଅବମାନନା କରିବାରେ ସାରା ବିଶ୍ୱରେ ଏକ ନମ୍ବର । ପାଖାପାଖି ଶହେରୁ ଊର୍ଦ୍ଧ୍ୱ ନିର୍ଦ୍ଦେଶକୁ ଅବମାନନା କରିଛି ବିଜୁ ଜନତା ଦଳ ।"

ଏହା ବି ପଢନ୍ତୁ...ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବିଭିନ୍ନ ବିଭାଗରେ ପଦବୀ ଖାଲି, ଚିନ୍ତାରେ ବିଦ୍ୟାର୍ଥୀ ଓ କର୍ତ୍ତୃପକ୍ଷ

ଏହାସହ "କାହା ସ୍ୱାର୍ଥରେ ରାଜ୍ୟ ଭିନ୍ନକ୍ଷମ କମିଶନ?" ବୋଲି ପ୍ରଶ୍ନ କରିଛି ବିଜେପି। ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଭିନ୍ନକ୍ଷମ କମିଶନ ଗଠନ ହୋଇଥିବାବେଳେ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ହେଲା ଭିନ୍ନକ୍ଷମ କମିଶନର ନିଯୁକ୍ତି ହୋଇନାହିଁ। ବର୍ତ୍ତମାନର ଭୁବନେଶ୍ୱରର ମେୟର ସୁଲୋଚନା ଦାସ ପୂର୍ବରୁ ରାଜ୍ୟ ଭିନ୍ନକ୍ଷମ କମିଶନର ଥିବାବେଳେ ତାଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଢ଼ିଛି। ଯାହା ଫଳରେ 845 ଟି ଅଭିଯୋଗ ପଡିରହିଥିବାବେଳେ ଏଠାରେ ନିଯୁକ୍ତି ହୋଇଥିବା କର୍ମଚାରୀମାନେ ଦରମା ନେଉଛନ୍ତି। ହେଲେ ଅଫିସକୁ ଆସୁନଥିବା ଅଭିଯୋଗ କରିଛି ବିଜେପି। ରାଜ୍ୟ ସରକାର ଭିନ୍ନକ୍ଷମ କମିଶନକୁ ରାଜନୈତିକ ଥଇଥାନ କେନ୍ଦ୍ର ନକରି ଖୁବଶୀଘ୍ର ଭିନ୍ନକ୍ଷମ କମିଶନର ନିଯୁକ୍ତ କରନ୍ତୁ ଏବଂ ଭିନ୍ନକ୍ଷମଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା କମିଶନକୁ କାର୍ଯ୍ୟକ୍ଷମ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details