ଓଡିଶା

odisha

ETV Bharat / state

ଅତିରିକ୍ତ ବଜେଟ ପ୍ରସ୍ତାବକୁ ବିଜେପିର ସମାଲୋଚନା, କହିଲା ଅବ୍ୟବସ୍ଥିତ ଢଙ୍ଗରେ ହେଉଛି ଖର୍ଚ୍ଚ - ଅତିରିକ୍ତ ବଜେଟକୁ ନେଇ ଅସନ୍ତୋଷ

ସରକାରଙ୍କ ଅତିରିକ୍ତ ବଜେଟ ପ୍ରସ୍ତାବକୁ ସମାଲୋଚନା କଲା ବିଜେପି। ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ। ଅଧିକ ପଢନ୍ତୁ

bjp slams odisha govt
ଅତିରିକ୍ତ ବଜେଟ ପ୍ରସ୍ତାବକୁ ବିଜେପିର ସମାଲୋଚନା

By ETV Bharat Odisha Team

Published : Sep 20, 2023, 9:29 PM IST

ଅତିରିକ୍ତ ବଜେଟ ପ୍ରସ୍ତାବକୁ ବିଜେପିର ସମାଲୋଚନା

ଭୁବନେଶ୍ବର:ସରକାରଙ୍କ ଅତିରିକ୍ତ ବଜେଟ ପ୍ରସ୍ତାବକୁ ସମାଲୋଚନା କଲା ବିଜେପି । "ସାଧାରଣ ବଜେଟ ଟଙ୍କା ଖର୍ଚ୍ଚ ହୋଇନଥିବାବେଳେ ଅତିରିକ୍ତ ବଜେଟର କ'ଣ ଆବଶ୍ୟକତା ରହିଛି ?" ବୋଲି ବିଜେପି ପ୍ରଶ୍ନ କରିଛି । ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ ପ୍ରଶ୍ନ କରିଛନ୍ତି, "କ'ଣ ଆବଶ୍ୟକ ପଡିଲା ଯେ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ ? ଅତିରିକ୍ତ ବଜେଟ ଆସିବାର 3 ମାସ ପୂର୍ବରୁ 21 ହଜାର କୋଟିର ଅତିରିକ୍ତ ବଜେଟ କାହିଁକି ?

ସେ ଆହୁରି ମଧ୍ୟ କହିଛନ୍ତି, "ଅତିରିକ୍ତ ବଜେଟ ପାଇଁ ସ୍ଵତନ୍ତ୍ର ନିୟମାବଳୀ ରହିଛି । ଯେଉଁଥିରେ ସ୍ପଷ୍ଟ କୁହାଯାଇଛି ଖର୍ଚ୍ଚ ପାଇଁ ଅଭାବ ହେଲେ ଅତିରିକ୍ତ ବଜେଟ ଆସିବ। ହେଲେ ଅବ୍ୟବସ୍ଥିତ ଢଙ୍ଗରେ ବଜେଟ ଖର୍ଚ୍ଚ ହେଉଛି । 2023-24 ରେ ବଜେଟର 2 ଲକ୍ଷ କୋଟି ବ୍ୟୟବରାଦରୁ ମାତ୍ର ୧୫ ପ୍ରତିଶତ ପ୍ରଥମ କ୍ୱାର୍ଟରରେ ଖର୍ଚ୍ଚ ହୋଇଥିବାବେଳେ ପୁଣି କାହିଁକି ବଜେଟ ଆଣୁଛନ୍ତି ସରକାର ? ଅତିରିକ୍ତ ବଜେଟ ପାଇଁ ବିଭାଗ ଗୁଡ଼ିକୁ ତଥ୍ୟ ମାଗିବା ବେଳେ ଦାରିଦ୍ର୍ୟ, କୃଷକ, ପାନୀୟ ଜଳ, ମହିଳା ସଶକ୍ତିକରଣକୁ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଅତିରିକ୍ତ ବଜେଟରେ ସେସବୁ ନାହିଁ । ଖାଲି ବସ କିଣିବା ଏବଂ ନବୀନ ଓଡ଼ିଶା ଯୋଜନାରେ ଅଧିକ ବ୍ୟୟ ବରାଦ ହୋଇଛି । ତେଣୁ ଏହା କେବଳ ରାଜନୈତିକ ଓ ନିର୍ବାଚନୀ ବଜେଟ।"

ଏହା ବି ପଢନ୍ତୁ...22ରୁ ସରଗରମ ହେବ ବିଧାନସଭା: ସକାଳେ ବାଚସ୍ପତି ନିର୍ବାଚନ, ସନ୍ଧ୍ୟାରେ ଅତିରିକ୍ତ ବଜେଟ


"ସରକାର ଅତିରିକ୍ତ ବଜେଟ ଆଣନ୍ତୁ । କିନ୍ତୁ ରାଜ୍ୟ ସାରା ବୁଲି ଯେଉଁ ସବୁ ଘୋଷଣା କରିଛନ୍ତି ତାହା କ'ଣ ଏହି ବଜେଟରେ ଅଛି କି ? ବିକାଶ ନାମରେ ଯେଉଁ ବ୍ୟବସ୍ଥା କରୁଛନ୍ତି ବାସ୍ତବରେ ଏହା ଅବ୍ୟବସ୍ଥା। ଅର୍ଥମନ୍ତ୍ରୀ କହିଥିଲେ ଆମେ ଗଢିବାକୁ ଯାଉଛୁ ଭାଇବ୍ରାଣ୍ଟ ଓଡିଶା । ଏବେ 2023-24 ରେ ଆସିଥିବା ନିୟୁ ଓଡିଶା ତାହା ବଦଳାଇ ନବୀନ ଓଡିଶା ହୋଇଗଲା । ରାଜ୍ଯରେ ଆର୍ଥିକ ବ୍ୟବସ୍ଥାକୁ ଏପଟ ସେପଟ କରି ସାରିଲେଣି । ସେହିଭଳି ମିଶନ ଶକ୍ତି କଥା କହୁଛନ୍ତି, ମିଶନ ଛୋଟ ଛୋଟ ହୋଇଗଲାଣି ଶକ୍ତି ବଡ଼ କାରଣ ସରକାର ଶକ୍ତି ସଞ୍ଚୟ କରିବାକୁ ଚାହୁଁଛନ୍ତି । ଯାହାକି ରାଜନୈତିକ ଶକ୍ତି ସଞ୍ଚୟ" ଏପରି କହି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details