ଭୁବନେଶ୍ବର: ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମନ୍ତବ୍ୟକୁ କଟାକ୍ଷ କଲା ବିଜେପି । ପ୍ରଣବ "ପାଣ୍ଡିଆନଙ୍କୁ ନବୀନଙ୍କ ପଟ୍ଟଶିଷ୍ୟ" କହିବା ପରେ ଏହାକୁ କଟାକ୍ଷ କରିଛି ବିଜେପି । ଏନେଇ ବିଜେପି ଉପ ସଭାପତି ଗୋଲକ ମହାପାତ୍ର କହିଛନ୍ତି, "ବିଜେଡି ନେତାମାନେ କେବଳ ଟିକେଟ୍ ପାଇବା ପାଇଁ ତେଲ ମାରୁଛନ୍ତି । 25 ବର୍ଷ ଭିତରେ ଦଳ ଭିତର ଜଣେ ନେତା ପଟ୍ଟଶିଷ୍ୟ ତିଆରି ହୋଇପାରିଲେନି । ଏହାଠାରୁ ଲଜ୍ଜାଜନକ ଘଟଣା କିଛି ନାହିଁ । ନିଜ ଚୌକି ବଞ୍ଚାଇବାକୁ କେବଳ ଚାଟୁକାରିତା କରୁଛନ୍ତି ବିଜେଡି ନେତା।"
"ସେହିପରି ପ୍ରଦୀପ ପାଣିଗ୍ରାହୀଙ୍କୁ ନେବାକୁ ବିଜେପି କାହିଁକି ଆଗଭର ?" ବୋଲି ଗତକାଲି ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରାଯାଇଥିଲା । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖି ବିଜେପି କହିଛି, "50ରୁ ଅଧିକ ନେତା ଅନ୍ୟ ଦଳରୁ ଯାଇଛନ୍ତି । ନିଜ ଦଳରେ ନେତା ନାହାନ୍ତି । ସେଥିପାଇଁ ବିଭିନ୍ନ ଦଳରୁ ନେତା ନେଇ ଦଳ କରୁଛି । ବିଜେପି ପାଖରେ ନେତା ଦଳ ଆରମ୍ଭରୁ ଦଳର ନୀତି ଆଦର୍ଶରେ କାମ କରୁଛନ୍ତି । ଆମକୁ କହିବା ପୂର୍ବରୁ ନିଜକୁ ପଚାରନ୍ତୁ ବିକ୍ରମ ବାବୁ କେଉଁ ଦଳରୁ ଆସିଛନ୍ତି ?"
ଏହା ବି ପଢନ୍ତୁ...ପ୍ରଶଂସାରେ ଗଦଗଦ ପ୍ରଣବ, କହିଲେ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ ଭିକେ ପାଣ୍ଡିଆନ
ଏହା ବି ପଢନ୍ତୁ...Odisha Politics: ‘ଷଡଯନ୍ତ୍ର କରି ପାଣ୍ଡିଆନ କ୍ଷମତାକୁ ଆସିପାରନ୍ତି’