ଓଡିଶା

odisha

ETV Bharat / state

‘ଅଣ କଂଗ୍ରେସ ଥିଲା ଏଥର ଅଣ ବିଜେଡି ହେବ ପଶ୍ଚିମ ଓଡିଶା’ - ଆଇଆଇଏମ ସମ୍ବଲପୁର

PM Modi May Visit Odisha: ପ୍ରଦୀପ କହିଛନ୍ତି ଚଳିତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ସମ୍ବଲପୁର ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଓଡିଶା ଆସିବା ଖବର ଆସିବା ପରେ, ରାଜନୈତିକ ମହଲରେ ଚର୍ଚ୍ଚା ବିଜେପି ପଶ୍ଚିମ ଓଡିଶାରୁ ନିର୍ବାଚନ ପ୍ରଚାର ଆରମ୍ଭ କରୁଛି । ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ଓଡିଶା ଆସିବେ । ଅଧିକ ପଢନ୍ତୁ

‘ଅଣ କଂଗ୍ରେସ ଥିଲା ଏଥର ଅଣ ବିଜେଡି ହେବ ପଶ୍ଚିମ ଓଡିଶା’
‘ଅଣ କଂଗ୍ରେସ ଥିଲା ଏଥର ଅଣ ବିଜେଡି ହେବ ପଶ୍ଚିମ ଓଡିଶା’

By ETV Bharat Odisha Team

Published : Dec 13, 2023, 6:23 PM IST

‘ଅଣ କଂଗ୍ରେସ ଥିଲା ଏଥର ଅଣ ବିଜେଡି ହେବ ପଶ୍ଚିମ ଓଡିଶା’

ଭୁବନେଶ୍ବର: ଅଣ କଂଗ୍ରେସ ଥିଲା, ଏଥର ଅଣ ବିଜେଡି ହେବ ପଶ୍ଚିମ ଓଡ଼ିଶା । ହିନ୍ଦୀ ହାର୍ଟ ଲ୍ୟାଣ୍ଡର ପ୍ରଭାବ ତଥା ଛତିଶଗଡ ନିର୍ବାଚନ ଫଳାଫଳ ପଶ୍ଚିମ ଓଡ଼ିଶାରେ ପଡିବ । ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ସ୍ଥିତିରେ ଅଛି । ଆଗକୁ ଆହୁରି ଭଲ ହେବ । ୨୦୨୪ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରେ ଭଲପ୍ରଦର୍ଶନ କରିବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତ ବିଜେପିକୁ ପଶ୍ଚିମ ଓଡ଼ିଶାରେ ଫାଇଦା ଦେବ । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଅଧିକ ଆସନ ଜିତିବ ବିଜେପି । ୩ ରାଜ୍ୟ ଫଳାଫଳକୁ ନେଇ ସାଧାରଣ ଲୋକ ଆଲୋଚନା କରୁଛନ୍ତି । ମୋଦିଙ୍କ ଚେହେରାରେ ରାଜ୍ୟ ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇବ । ପ୍ରଧାନମନ୍ତ୍ରୀଙ୍କ ସାମ୍ଭବ୍ୟ ଗସ୍ତ ପୂର୍ବରୁ ଆଜି ଏହା କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ ।

ଅଧିକ ପଢନ୍ତୁ- ସରକାରୀ ପଇସାରେ ରାଜନୈତିକ ବିସ୍ତାର କରୁଛି ବିଜେଡି; ପ୍ରଦୀପ୍ତ ନାୟକ

ପ୍ରଦୀପ କହିଛନ୍ତି,‘‘ଚଳିତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ସମ୍ବଲପୁର ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଓଡିଶା ଆସିବା ଖବର ଆସିବା ପରେ, ରାଜନୈତିକ ମହଲରେ ଚର୍ଚା ବିଜେପି ପଶ୍ଚିମ ଓଡିଶାରୁ ନିର୍ବାଚନ ପ୍ରଚାର ଆରମ୍ଭ କରୁଛି । ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ଓଡିଶା ଆସିବେ । ଡିସେମ୍ବର ମାସ ଶେଷ କିମ୍ବା ଜାନୁଆରୀରେ ବିଜେପିର ଚାଣକ୍ୟ ଅମିତ ଶାହ ଭଦ୍ରକ ଜିଲ୍ଲା ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିଶା ଆସିବାର ଅଛି । ବିଜେପିର ନଜର ଏବେ ଓଡ଼ିଶା ଉପରେ । ତିନି ରାଜ୍ୟରେ ବିଜେପି ବିଜୟୀ ହେବା ପରେ ଏବେ ଓଡିଶା ଉପରେ ନଜର। ଓଡିଶାରେ ଡ଼ବଲ ଇଞ୍ଜିନ ସରକାର ପାଇଁ ବିଜେପିର ଜାତୀୟ ନେତା ଅଣ୍ଟା ଭିଡିଛନ୍ତି । ’’

ଅଧିକ ପଢନ୍ତୁ- ଡିସେମ୍ବର 24ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସେହିପରି ପ୍ରଦୀପ କହିଛନ୍ତି ଯେହେତୁ ପଶ୍ଚିମ ଓଡିଶାରେ ବିଜେପିର ପ୍ରଭାବ ଥିବା ବେଳେ ଉଭୟ ବିଜେଡି ଏବଂ କଂଗ୍ରେସ ପଶିପାରୁ ନାହାନ୍ତି । ଏଥର ଆହୁରି ବି ଶକ୍ତିଶାଳୀ ହେବ ପଶ୍ଚିମ ଓଡିଶା ବୋଲି ବିଜେପି ନେତା ମାନେ କହୁଛନ୍ତି। ସେପଟେ ବିଜେପି ର ବିଧାୟକ ମାନଙ୍କୁ ଦିଲ୍ଲୀ ଡାକରା ହୋଇଛି। ବହୁତ ଜଲଦି ସେମାନେ ଦିଲ୍ଲୀ ଯାଉଛନ୍ତି। ୨୦୨୪ ପାଇଁ ଦିଆଯିବ ଗୁରୁମନ୍ତ୍ର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢିବେ ବୋଲି ଚର୍ଚ୍ଚା ହେଉଛି। ଯଦି ର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ନିର୍ବାଚନ ଲଢିଲେ ବିଜେପିକୁ ଫାଇଦା ହେବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details