ଓଡିଶା

odisha

ETV Bharat / state

ଜୟନାରାୟଣ ମିଶ୍ରଙ୍କ ଜୀବନ ପ୍ରତି ବିପଦ, ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

ରାଜ୍ୟପାଳଙ୍କୁ ଭେଟି ଲିଖିତ ଅଭିଯୋଗ କଲା ବିଜେପି ପ୍ରତିନିଧି ମଣ୍ଡଳୀ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ବୋଲି ରାଜ୍ୟପାଳଙ୍କୁ ପ୍ରାର୍ଥନା କଲା ବିଜେପି । ଅଧିକ ପଢ଼ନ୍ତୁ

By

Published : Feb 17, 2023, 10:25 PM IST

ରାଜ୍ୟପାଳଙ୍କୁ ଭେଟି ଲିଖିତ ଅଭିଯୋଗ କଲା ବିଜେପି ପ୍ରତିନିଧି ମଣ୍ଡଳୀ
ରାଜ୍ୟପାଳଙ୍କୁ ଭେଟି ଲିଖିତ ଅଭିଯୋଗ କଲା ବିଜେପି ପ୍ରତିନିଧି ମଣ୍ଡଳୀ

ନାରାୟଣ ମିଶ୍ରଙ୍କ ଜୀବନ ପ୍ରତି ବିପଦ

ଭୁବନେଶ୍ବର : ଜୟ ନାରାୟଣଙ୍କ ସୁରକ୍ଷା ନେଇ ରାଜ୍ୟପାଳ ଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ମାରିଦେବାକୁ ଖୋଲା ଧମକ ପ୍ରତିବାଦରେ ରାଜ୍ୟପାଳ ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲା ବିଜେପି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକ ମାନେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଜୟ ନାରାୟଣଙ୍କ ଜୀବନ ପ୍ରତି ବିପଦ ରହିଛି , ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି ବିଜେଡି ନେତା ଅରୁପ ପଟ୍ଟନାୟକ। ତେଣୁ ଜୟ ନାରାୟଣଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ବୋଲି ବିଜେପି ପକ୍ଷରୁ ପ୍ରାର୍ଥନା କରାଯାଇଛି । ତେବେ ରାଜ୍ୟପାଳଙ୍କ ନିକଟକୁ ବିଜେପି ପକ୍ଷରୁ , ବିଧାୟକ ଭାସ୍କର ମଢେଇ, ବିଧାୟକ ସୁବାଷ ପାଣିଗ୍ରାହୀ, ବିଧାୟକ ସୁକାନ୍ତ ନାୟକ ଏବଂ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ।

ତେବେ ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେପି ବିଧାୟକ ଟିମ ରାଜଭବନ ରୁ ଚାଲିଚାଲି ଆସି କ୍ୟାପିଟାଲ ଥାନା ପହଞ୍ଚିଥିଲେ। କ୍ୟାପିଟାଲ ଥାନାରେ ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ନାଁ ରେ ଏକ ଏତଲା ଦେଇଛନ୍ତି ବିଜେପି । ଆଗକୁ ବିଧାନସଭା ଅଧିବେଶନ ଆସୁଛି । ତେବେ କିଭଳି ବିଧାନସଭାରେ ଅଧିବେଶନରେ ଜୟ ନାରାୟଣଙ୍କୁ ଆସିବାକୁ ନଦେବାକୁ ଚାଲ କରୁଛି ଶାସକ ବିଜେଡି ବୋଲି ଅଭିଯୋଗ କରିଛି ବିଜେପି । ଜୟ ନାରାୟଣଙ୍କୁ ମାରିଦେବା ପାଇଁ ଚକ୍ରାନ୍ତ କରାଯାଉଛି। ତେଣୁ ରାଜ୍ୟପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲା ବିଜେପି ପ୍ରତିନିଧି ମଣ୍ଡଳୀ ।

ଗତକାଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଏକ ଦଳିୟ କାର୍ଯ୍ୟକ୍ରମ ରେ ସିଧା ଚ୍ୟାଲେଞ୍ଜ ଦେଇଥିଲେ ବିଜେଡି ନେତା ଅରୁପ ପଟ୍ଟନାୟକ । ତେବେ ଦୀର୍ଘଦିନ ହେବ ନବ ଦାସଙ୍କ ମୃତ୍ୟୁ ଘଟଣା କୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ଏପରି ସ୍ଥତିରେ ରାଜ୍ଯରେ ବିଜେଡି ନେତା ଏପରି ଧମକ ଅତ୍ଯନ୍ତ ଚିନ୍ତାଜନକ ବିଷୟ ବୋଲି ବିଜେପି କହିଛି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି । ରାଜ୍ୟରେ ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା ସ୍ଥିତି ନେଇ ବିଜେପି ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା। ଆଜି ପୁଣି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ 3 ଦିନ ଧରି ଆନ୍ଦୋଳନ ଡାକରା ଦିଆଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ଯୁବ ମୋର୍ଚ୍ଚା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details