ଓଡିଶା

odisha

ETV Bharat / state

ସରକାର ଚଳାଇ ଜାଣି ନଥିବାରୁ ଠିକ ଲୋକଙ୍କ ପାଖେ ଘର ପହଞ୍ଚାଇ ପାରିନାହାନ୍ତି: ବିଜେପି

ଆବାସ ଦୁର୍ନୀତିରେ ନଡ୍ଡାଙ୍କ ଟାର୍ଗେଟ ପରେ ଏଥିରେ କୌଣସି ଦୁର୍ନୀତି ହୋଇନଥିବା କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ତେବେ ଏହାର ପ୍ରତିକ୍ରିୟା ରଖି ଭୟଙ୍କର ଦୁର୍ନୀତି ଭିତରେ ପିଏମ ଆବାସ ବୁଡି ରହିଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

By

Published : Jun 24, 2023, 9:37 PM IST

ଆବାସ ଦୁର୍ନୀତିରେ ବିଜେପିର ପ୍ରତିକ୍ରିୟା
ଆବାସ ଦୁର୍ନୀତିରେ ବିଜେପିର ପ୍ରତିକ୍ରିୟା

ଆବାସ ଦୁର୍ନୀତିରେ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ବର: ଗତକାଲି ଭବାନୀପାଟଣାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିଥିଲେ । କହିଥିଲେ, "ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘୋଟଲା ହେଉଛି ଓଡିଶାରେ । ଯୋଗ୍ୟକୁ ମିଳୁନି, ଅଯୋଗ୍ୟଙ୍କୁ ମିଳୁଛି । ଏହାର ତଦନ୍ତ ହେବା କଥା । ଗିରିରାଜ ସିଂହଙ୍କୁ କହିବି ତଦନ୍ତ କରିବା ପାଇଁ । ଯେଉଁମାନେ ଭ୍ରଷ୍ଟାଚାର କରିଛନ୍ତି ସେମାନଙ୍କୁ ଜେଲ ପଠାଯିବ ।" ତେବେ ନଡ୍ଡାଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି ।

ଆବାସ ଦୁର୍ନୀତିରେ ସମ୍ପୃକ୍ତଙ୍କୁ ଜେଲ ପଠାଯିବା ମନ୍ତବ୍ୟକୁ ନେଇ ଜବାବ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ସେ କହିଛନ୍ତି, "ଓଡ଼ିଶାରେ କୌଣସି ଅନୀୟମିତତା ହୋଇନି । ସ୍ଵଚ୍ଛତାର ସହ ଆବାସ ଘର ବଣ୍ଟନ ହୋଇଛି । ରାଜ୍ୟକୁ ଆବାସ ଘର ଦେବାରେ କେନ୍ଦ୍ର ସରକାର ବଞ୍ଚିତ କରିଥିଲେ । ଏବେ ଆମେ ଆବାସ ବଦଳରେ ମୋ ଘର ଦେଉଛୁ । ମୋ ଘର ଯୋଜନା ସଫଳ ହେଉଥିବାରୁ କେନ୍ଦ୍ରମନ୍ତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି ।"

ଏହାକୁ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ପଞ୍ଚାୟତିରାଜ ମନ୍ତ୍ରୀ ଛାତିରେ ହାତ ରଖି କୁହନ୍ତୁ ସତ କେତେ କହୁଛନ୍ତି । ଭୟଙ୍କର ଦୁର୍ନୀତି ଭିତରେ ପିଏମ ଆବାସ ବୁଡି ରହିଛି । ପୂର୍ବରୁ ପଞ୍ଚାୟତିରାଜ ସଚିବ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ରିପୋର୍ଟ ଦେଖନ୍ତୁ ମନ୍ତ୍ରୀ । ଦୁର୍ନୀତି କେତେ ହୋଇଛି ଜାଣିପାରିବେ । ଶହ ଶହ କୋଟି ଟଙ୍କାର ଦୁର୍ନୀତି ପଞ୍ଚାୟତିରାଜ ବିଭାଗ କରିଛି । ସରକାରୀ ଦଳ ସମ୍ପୂର୍ଣ୍ଣ ଭାବେ ସମ୍ପୃକ୍ତ ଏଥିରେ । ୯ ଲକ୍ଷ ୫୯ ହଜାର ଘର ମଞ୍ଜୁରୀ ପାଇଁ ଚିଠି ପଡିକି ରହିଛି । ଅଯୋଗ୍ୟ ଅକ୍ଷମ ରାଜ୍ୟ ସରକାର । ସରକାର ଚଳାଇ ଜାଣି ନଥିବାରୁ ଠିକ ଲୋକଙ୍କ ପାଖରେ ଘର ପହଞ୍ଚାଇ ପାରିନାହାନ୍ତି । ଏବେ ଋଣରେ ମୋ ଘର ଦେଇ ବାଃ ବାଃ ନେବାକୁ ଚାହୁଁଥିବା ସରକାର କେନ୍ଦ୍ରର ମାଗଣା ଘରକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରୁନାହାନ୍ତି ।"

ପୃଥ୍ବୀରାଜ ଆହୁରି କହିଛନ୍ତି, "ଏବେ କିଛି ଜାଗାରେ ପିଏମ ଆବାସରେ ଘର ଦେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆମେ ଚେତାବନୀ ଦେଉଛୁ, ସେଥିରେ ଯଦି ଗୋଟେ ବି ଅଯୋଗ୍ୟ ଲୋକ ଘର ପାଏ, ଓଡିଶା ସରକାରର ପଞ୍ଚାୟତିରାଜ ବିଭାଗ କିମ୍ବା ଓଡିଶା ସରକାରଙ୍କ ଦ୍ବାରା ଅନୁଗୃହିତ ହୋଇ ଘର ପାଇଥାଏ, ତେବେ ଆମେ ରାଜ୍ୟ ସରକାରଙ୍କର ଜଣେ ବି ନେତା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ରାସ୍ତାରେ ଚଲାଇ ଦେବୁ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details