ଭୁବନେଶ୍ବର:ସଂସଦରେ ମହିଳା ସଂରକ୍ଷଣ ବିଲ୍ ଦାବି କଲା ବିଜେଡି । ରାଜ୍ୟସଭା ଗୃହ ଭିତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଦାବି କରିଛନ୍ତି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, "ସଂସଦ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ପାସ୍ ହେବା ଦ୍ୱାରା ଭାରତ ଇତିହାସ ରଚିବା ସହିତ ମହିଳା ସଶକ୍ତିକରଣ ଆଡ଼କୁ ଅଗ୍ରସର ହେବ ।" ସେପଟେ ଏହାକୁ ସମର୍ଥନ କରିଛି ବିଜେପି । ଏନେଇ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ମହିଳା ସଂରକ୍ଷଣକୁ ବିଜେପି ସବୁବେଳେ ସମର୍ଥନ କରିଛି । ସୁଷମା ସ୍ବରାଜ ପ୍ରଥମେ ରାଜ୍ୟସଭାରେ ଟେବୁଲ କରିଥିଲେ । ସଠିକ ତଥ୍ୟ ଯଦି ବିଜେଡି ଉପସ୍ଥାପନ କରନ୍ତା ମହିଳାଙ୍କୁ ସୁବିଧା ହେବ ଏବଂ ମହିଳା ନେତ୍ରୀମାନେ ଲାଭ ପାଇପାରିବେ ।"
ବିଜେପି ଉପ ସଭାନେତ୍ରୀ ପ୍ରଭାତୀ ପରିଡା ଆହୁରି ମଧ୍ୟ କହିଛନ୍ତି, "କେବଳ ରାଜ୍ୟସଭାରେ ଧୂଆଁବାଣ କରିବା ପାଇଁ ଏସବୁ କୁହାଯାଇଛି । ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇ ଲୋକସଭାରେ ଟେବୁଲ ହେବା କଥା । ବିଜେପିର ନେତୃତ୍ବ ସବୁବେଳେ ଆଗରେ ଅଛି । ବିଜେଡି ଖାଲି କାଉ ରାବିବା ଆମ୍ବ ଝଡ଼ିବା ଭଳି କରୁଛନ୍ତି ।ମହିଳା ସଂରକ୍ଷଣକୁ ବିଜେପି ସବୁବେଳେ ସମର୍ଥନ କରିଛି । ସୁଷମା ସ୍ବରାଜ ପ୍ରଥମେ ରାଜ୍ୟସଭାରେ ଟେବୁଲ କରିଥିଲେ । ଆଉ ବିଜେଡି ଯଦି ସଠିକ ତଥ୍ୟ ଉପସ୍ଥାପନ କରନ୍ତା, ତେବେ ମହିଳାଙ୍କୁ ସୁବିଧା ହେବ ଏବଂ ମହିଳା ନେତ୍ରୀମାନେ ଲାଭ ପାଇପାରିବେ ।
ଏହାସହ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, "ଦେଶରେ ମହିଳା ହିଂସା ଓ ଅତ୍ୟାଚାରରେ ଓଡ଼ିଶା ପ୍ରଥମ । କାରଣ ଓଡ଼ିଶାରେ ଦଣ୍ଡବିଧାନ ସେହି ଅନୁଯାୟୀ ହେଉନାହିଁ । ଶାସ୍ତି ମିଳିବାରେ ଓଡ଼ିଶା ସରକାର ବହୁ ପଛରେ । ଗୋଟିଏ ପଟେ ଆମେ ମହିଳାଙ୍କ ହିଂସା ରୋକିବାରେ ସଫଳ ହେଉନାହୁୁଁ । ଏହାସହ ମହିଳା ସଂରକ୍ଷଣ ବିଲ୍ କେମିତି ପାସ୍ ହେବ ସେଥିପାଇଁ ଏନଡିଏ ଏବଂ ଇଣ୍ଡିଆକୁ ଚିଠି ଲେଖି ମହିଳା ସଂରକ୍ଷଣ ବିଲ୍ ବାବଦରେ ଅବଗତ କରାଇବା ଦରକାର । ବିଜେପିର ନେତୃତ୍ୱ ଏହାକୁ ସହୃଦୟତାର ସହ ସ୍ୱୀକାର କରିବ ।"
ଏହା ବି ପଢନ୍ତୁ...RajyaSabha: ଉଚ୍ଚ ସଦନରେ ଗୃହୀତ ହେଲା ସିନେମାଟୋଗ୍ରାଫି ସଂଶୋଧନ ବିଲ