ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ମରଣ କାଳେ ବିପରୀତ ବୁଦ୍ଧି: ବିଜେପି - ସୌମ୍ୟ ପଟ୍ଟନାୟକ ସମ୍ୱାଦ ଅଫିସରେ ଇଓଡବ୍ଲ୍ୟୁ ରେଡ

ଦୈନିକ ଖବରକାଗଜ 'ସମ୍ବାଦ' କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖା (EOW)ର ଚଢାଉକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ୱାଦ ଅଫିସକୁ ରେଡ କରିବା ରାଜ୍ୟ ସରକାରଙ୍କ ମରଣକାଳେ ବିପରୀତ ବୁଦ୍ଧି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେହିପରି ସରକାର ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ସୋସିଆଲ ମିଡିଆରେ ଏହାକୁ ନେଇ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି,"ସରକାର ରାଜନୈତିକ ଆକ୍ରୋଶ ରଖି ଗଣତନ୍ତ୍ରର ହତ୍ୟା କରୁଛନ୍ତି।"

ସମ୍ବାଦ ଅଫିସରେ ରେଡ କରିବା ରାଜ୍ୟ ସରକାରଙ୍କ ମରଣ କାଳେ ବିପରୀତ ବୁଦ୍ଧି :ବିଜେପି
ସମ୍ବାଦ ଅଫିସରେ ରେଡ କରିବା ରାଜ୍ୟ ସରକାରଙ୍କ ମରଣ କାଳେ ବିପରୀତ ବୁଦ୍ଧି :ବିଜେପି

By ETV Bharat Odisha Team

Published : Sep 19, 2023, 8:14 AM IST

ସମ୍ବାଦ ଅଫିସରେ ରେଡ

ଭୁବନେଶ୍ବର:ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା 'ସମ୍ବାଦ' କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖା (EOW)ର ଚଢ଼ାଉକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ୱାଦ ଅଫିସକୁ ରେଡ୍‌ କରିବା ରାଜ୍ୟ ସରକାରଙ୍କ ମରଣକାଳେ ବିପରୀତ ବୁଦ୍ଧି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେହିପରି ସରକାର ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ସୋସିଆଲ ମିଡିଆ ଏକ୍ସ(ପୂର୍ବର ଟ୍ୱିଟରରେ) ଏହାକୁ ନେଇ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି,"ସରକାର ରାଜନୈତିକ ଆକ୍ରୋଶ ରଖି ଗଣତନ୍ତ୍ରର ହତ୍ୟା କରୁଛନ୍ତି ।"

ଏନେଇ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ସୋସିଆଲ ମିଡିଆ ଏକ୍ସ (ପୂର୍ବର ଟ୍ୱିଟର)ରେ ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି, "ଓଡ଼ିଶା ସରକାର ରାଜନୈତିକ ଅଭିସନ୍ଧି ରଖି ଓଡ଼ିଆ ସମ୍ବାଦ ଖବରକାଗଜ ଗଣମାଧ୍ୟମ ସମୂହ ଉପରେ ପ୍ରାୟୋଜିତ ରେଡ୍ କରିବା ଭଳି ଲାଗୁଛି । ଗଣମାଧ୍ୟମର କଣ୍ଠରୋଧ ପାଇଁ ଏହି ପ୍ରାୟୋଜିତ ରେଡ୍ ଦୁର୍ଭାଗ୍ୟଜନକ ଓ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହାକୁ ମୁଁ ନିନ୍ଦା କରୁଛି ।"

ସେ ଆଉ ମଧ୍ୟ ଲେଖିଛନ୍ତି ଯେ, ଦୈନିକ ସମ୍ବାଦ ଖବରକାଗଜର ମୁଖ୍ୟ ଯେ ପର୍ଯ୍ୟନ୍ତ ବିଜେଡ଼ିରେ ଥିଲେ ଏବଂ ପାର୍ଟିର ସ୍ୱାର୍ଥକୁ ସାଧନ କରିବା ପାଇଁ କାର୍ଯ୍ୟ କରୁଥିଲେ, ସେପର୍ଯ୍ୟନ୍ତ ସରକାର ଓ ବିଜେଡି ଖୁସି ଥିଲା । ଯେବେ ସେ ଓଡ଼ିଶାର ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ସମାଲୋଚନା କଲେ ସେତେବେଳେ ସରକାର ଓ ବିଜେଡିକୁ ଭଲ ଲାଗିଲା ନାହିଁ । ରାଜ୍ୟ ସରକାର ଯେଉଁଭଳି ଏକପାଖିଆ ଭାବେ ଏକଛତ୍ରବାଦ ଶାସନ ଚଳାଇବା ପାଇଁ ଚେଷ୍ଟା କରୁଛନ୍ତି, ନିୟମ କାନୁନକୁ ନମାନି ରାଜନୈତିକ ଆକ୍ରୋଶ ରଖି ଗଣତନ୍ତ୍ରର ହତ୍ୟା କରୁଛନ୍ତି, ଏହା ଗ୍ରହଣୀୟ ନୁହେଁ ବୋଲି ଏକ୍ସରେ ପୋଷ୍ଟ କରିିଛନ୍ତି ସମୀର ମହାନ୍ତି ।

ସେହିପରି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ସମ୍ବାଦ ଅଫିସକୁ ରେଡ କରିବା ଏହା ରାଜ୍ୟ ସରକାରଙ୍କ ମରଣ କାଳେ ବିପରୀତ ବୁଦ୍ଧି । ବିଜେଡି ସରକାର ପତନ ଆଡ଼କୁ ଯାଉଛି । ନବୀନ ସରକାରଙ୍କ ବିରୁଦ୍ଧରେ ଯିଏ ସମ୍ବାଦ ପରିବେଷଣ କଲା ତା ଉପରେ ଆକ୍ସନ ନେଇଛନ୍ତି। ଏବଂ ସେ ସଂସ୍ଥାକୁ ବରବାଦ କରିବା ପାଇଁ ଚେଷ୍ଟା କରୁଛନ୍ତି ।"

ସେ ଆଉ ମଧ୍ୟ ଲେଖିଛନ୍ତି ଯେ, ସବୁଠୁ ବଡ଼ କଥା ହେଲା, ସୌମ୍ୟ ବାବୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଛି ଲେଖି ନଥିଲେ ତାଙ୍କ ସଚିବଙ୍କ ଗସ୍ତକୁ ନେଇ ଲେଖିଥିଲେ, ଅସହାୟ ନେତା ଯାହାକି ଓଡ଼ିଶାରେ ଆଲୋଚନା ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଅଘୋଷିତ ହୋଇ ଦାୟିତ୍ଵ ଚଳାଉଛନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକ ଆଉ ମୁଖ୍ୟମନ୍ତ୍ରୀ ନାହାଁନ୍ତି। ଏହାକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ। ଆଗାମୀ ଦିନରେ ଜବାବ ନିଶ୍ଚିତ ଦେବେ।

ସୂଚନା ଯୋଗ୍ୟ, ସୌମ୍ୟ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା 'ସମ୍ୱାଦ' କାର୍ଯ୍ୟାଳୟ ଉପରେ ଚଢାଉ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା( EOW) । ଜଣେ ପୂର୍ବତନ କର୍ମଚାରୀଙ୍କ ପୁରୁଣା ଋଣ ଠକେଇ ଅଭିଯୋଗକୁ ଭିତ୍ତି କରି ଏହି ତଦନ୍ତ କରାଯାଉଥିବା EOW ପକ୍ଷରୁ କୁହାଯାଇଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ରାଜନୈତିକ ଆକ୍ରୋଶରୁ ଏହି ରେଡ ହୋଇଥିବା ଚର୍ଚ୍ଚା ଜୋର ଧରିଛି । ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟରେ କିଛି ଦିନ ହେବ 5T ସଚିବଙ୍କ ରାଜ୍ୟ ଗସ୍ତ ଓ ସରକାରଙ୍କ ଶାସନକୁ ନେଇ ଆଲେଖ୍ୟରେ ପ୍ରକାଶ କରିଥିଲେ । ଯାହାକୁ ଭିତ୍ତି କରି ରାଜନୈତିକ ଆକ୍ରୋଶ ରଖି ଏହି ରେଡ ହେଉଥିବା ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details