ଓଡିଶା

odisha

By ETV Bharat Odisha Team

Published : Sep 29, 2023, 5:59 PM IST

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧା କିଏ ? ଉତ୍ତର ମାଗିଲା ବିଜେପି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2022ରେ ଭାଟିକାନ ସିଟି ଯାଇଥିବା ସମୟରେ ତାଙ୍କ ସହ ଥିବା ଶ୍ରଦ୍ଧା ନାମକ ମହିଳା ଜଣକ କିଏ ? ଶ୍ରଦ୍ଧାର ପରିଚୟ କଣ ? ତେବେ ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ନ୍ତୁ ବୋଲି କହିଛି ବିଜେପି । ଅଧିକ ପଢ଼ନ୍ତୁ

ଶ୍ରଦ୍ଧା କିଏ?
ଶ୍ରଦ୍ଧା କିଏ?

ଶ୍ରଦ୍ଧା କିଏ?

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ବିଜେପିର କଟାକ୍ଷ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2022ରେ ଭାଟିକାନ ସିଟି ଯାଇଥିବା ସମୟରେ ତାଙ୍କ ସହ ଥିବା ଶ୍ରଦ୍ଧା ନାମକ ମହିଳା ଜଣକ କିଏ ? ଶ୍ରଦ୍ଧାର ପରିଚୟ କଣ ? ତେବେ ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ନ୍ତୁ ବୋଲି କହିଛି ବିଜେପି ।

ଆଜି ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୁର୍ତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ବସନ୍ତ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧା କିଏ। କେଉଁ ପବିତ୍ର କାମ ପାଇଁ ତାଙ୍କୁ ସେଠାକୁ ନେଇଥିଲେ ତାହା ମୁଖ୍ୟମନ୍ତ୍ରୀ ସ୍ପଟ କରନ୍ତୁ। ପୂର୍ବରୁ ଚର୍ଚ୍ଚା ସୃଷ୍ଟି କରିଥିବା ବେବିନା, ମମିତା ମେହର, ପରୀ, ମାଧବି ଲତା ଘଟଣା ଭଳି ସେମିତି କିଛି ଘଟଣା ନାହିଁ ତ ? ଆମ ମନରେ ସନ୍ଦେହ ହେଉଛି। ଏହି ସନ୍ଦେହକୁ ଦୂର କରିବା ଶାସକ ଦଳର ଦାୟିତ୍ବ। ତେଣୁ ମଖ୍ୟମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ ।"

ବସନ୍ତ ଏହା ମଧ୍ୟ କହିଛନ୍ତି, "ବାଚସ୍ପତି ପବିତ୍ର ଗୃହରେ ପକ୍ଷପାତିତା କରୁଛନ୍ତି ବୋଲି ରାଜ୍ୟରେ ଆଲୋଚନା ହେଉଛି। ଡାଲି ଦେଖି ସଦସ୍ୟଙ୍କୁ ନିଲମ୍ବନ କରିବା ବିଶ୍ୱର ବିରଳ ଘଟଣା। ପ୍ରକୃତରେ ଶ୍ରଦ୍ଧା କିମ୍ବା ଡାଲିର ଦାନ୍ତ ନାହିଁ କିନ୍ତୁ ଏହା ବିଜେଡିକୁ କାମୁଡିଛି । ଡାଲି ଚୋରିରେ ସମ୍ପୃକ୍ତ ମହିଳାଙ୍କୁ ବାଚସ୍ପତି କରିବା କେତେ ଦୂର ଠିକ ? ବିଧାନସଭାରେ ବିଜେପି ଯେତେବେଳ ଶ୍ରଦ୍ଧା କଥା ଉଠାଇଲା। ସେତେବେଳକୁ ବିଜେଡି ଡରୁଚି। ବିଜେପି ଡାଲି କଥା ଉଠାଇଲେ ବାଚସ୍ପତି ଡରୁଛନ୍ତୁ କାହିଁକି। ବାଚସ୍ପତି ହେଉଛନ୍ତି ଜଜ ଭଳି। ସେ ନିରପେକ୍ଷ ରହିବା କଥା। କିନ୍ତୁ ଗୃହରେ ବାଚସ୍ପତି ପକ୍ଷପାତିତା କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟ, କଟାକ୍ଷ କଲେ ବବି ଦାସ

ତେବେ ବସନ୍ତ ଏହା ମଧ୍ୟ କହିଛନ୍ତି" ୨୦୧୧ରେ ଡାଲି ଦୁର୍ନୀତି ପାଇଁ ବାଚସ୍ପତିଙ୍କର ମନ୍ତ୍ରୀ ପଦ ଯାଇଥିଲା। ସେଥିପାଇଁ ଡାଲି ଦେଖିଲେ ଡରୁଛନ୍ତି। ଶ୍ରଦ୍ଧା ଆଉ ଡାଲି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିଜେଡି କାହିଁକି ଭୟଭୀତ ହେଉଛି। ବିରୋଧୀ ଦଳ ନେତାଙ୍କ ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ନେଉଛି ଶାସକ ଦଳ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗଙ୍କ ଉପରେ ଆକ୍ସନ ନେଲେ କାହିଁକି ?"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details