ଓଡିଶା

odisha

ETV Bharat / state

ପିଏମ ଆବାସ ଯୋଜନା, ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ ଦାବିରେ ବିଜେପିର ବ୍ଲକ ଘେରାଉ - ହିତାଧିକାରୀ

ଯୋଗ୍ୟ ହିତାଧିକାରୀ ପିଏମ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାର ବ୍ଲକ ଘେରାଉ କରିଛି ବିଜେପି । ଅଧିକ ପଢନ୍ତୁ...

ପିଏମ ଆବାସ ଯୋଜନା, ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ ଦାବିରେ ବିଜେପିର ବ୍ଲକ ଘେରାଉ
ପିଏମ ଆବାସ ଯୋଜନା, ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ ଦାବିରେ ବିଜେପିର ବ୍ଲକ ଘେରାଉ

By

Published : Jul 8, 2021, 8:20 PM IST

ଖୋର୍ଦ୍ଧା: ଜିଲ୍ଲାରେ ଯୋଗ୍ୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରବା ଦାବିରେ ବ୍ଲକ ଘେରାଉ କରିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଥିଲା ।

ପିଏମ ଆବାସ ଯୋଜନା, ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ ଦାବିରେ ବିଜେପିର ବ୍ଲକ ଘେରାଉ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ସାଧାରଣ ଲୋକଙ୍କ ହିତରେ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସଭିଁଙ୍କ ପାଇଁ ମୁଣ୍ଡ ଉପରେ ଛାତ । କିନ୍ତୁ ସାଧାରଣରେ ଯୋଗ୍ୟ ହିତାଧିକାରୀ ଏହାର ସୁବିଧା ପାଉନଥିବାର ପରିଲକ୍ଷିତ କରାଯାଉଛି । ଅଭିଯୋଗ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ଚଂଚକତା କରି ହରିଲୁଟ ହୋଇଥିବାର ଆଧାରରେ ଚିଲିକା ବିଜେପି ପକ୍ଷରୁ ବ୍ଲକ ସମ୍ମୁଖରେ ଦଳୀୟ କର୍ମକର୍ତାଙ୍କୁ ନେଇ ଘେରାଉ କରିଛି ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଥିଲା । ଦୁର୍ନୀତିରେ ଲିପ୍ତ ଥିବା ପ୍ରଶାସନିକ ଅଧିକାରୀଙ୍କୁ ଦଣ୍ଡ ଦେବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚିଲିକା ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details