ଭୁବନେଶ୍ବର:ପୁରୁଣା ଭୁବନେଶ୍ବରର ଐତିହ୍ୟ ସଂସ୍କୃତି ସୁରକ୍ଷା ଦାବିରେ ବିଜେପିର ପଦଯାତ୍ରା (BJP rally at Bhubaneswar)। ପଦଯାତ୍ରା କରିବା ସହ ଐତିହ୍ୟ ସଂସ୍କୃତି ଓ ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ପୋଖରୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ଦାବି କରିଛି ବିଜେପି (Demand for pond rehabilitation) । ଏହି ଦାବି ନେଇ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ସ୍ବପ୍ନାଶ୍ବର ମନ୍ଦିରରୁ କେଦାର ଗୌରୀ ମନ୍ଦିର ପର୍ଯ୍ୟନ୍ତ ଏକ ପଦ ଯାତ୍ରା କରିଛି ବିଜେପି ।
ବିଜେପିର ଦାବି ହେଉଛି ଯେ ସରକାର ଏହି ପୋଖରୀଗୁଡ଼ିକର ତୁରନ୍ତ ପୁନରୁଦ୍ଧାର କରନ୍ତୁ । ଏହି ପଦଯାତ୍ରାକୁ ବିଜେପି ଜିଲ୍ଲା ସଭାପତି ସମୀର ମହାନ୍ତି ଉଦଘାଟନ କରିଛନ୍ତି । ଦୀର୍ଘ ଦିନ ହେଲା ଏହି ପୁଷ୍କରିଣୀଗୁଡ଼ିକ ଅବହେଳିତ ଅବସ୍ଥାରେ ଥିବା ବିଜେପି ଅଭିଯୋଗ କରିଛି । ଖାଲି ପୋଖରୀ ନୁହେଁ ପ୍ରାକୃତିକ ନାଳଗୁଡିକ ବି ଦୁର୍ଗନ୍ଧମୟ ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଏଗୁଡ଼ିକର ପୁନରୁଦ୍ଧାର କରିବାକୁ ମଧ୍ୟ ବିଜେପି ଦାବି କରିଛି । ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିଏମସି ବା ରାଜ୍ୟ ସରକାର ଖାଲି ରଙ୍ଗ ବୋଳି ବସି ପଡୁଛନ୍ତି । ବାସ୍ତବିକ କାମ ଜିରୋ ଅଭିଯୋଗ କରିଛନ୍ତି ରାଜ୍ୟ ସଭାପତି ।
ଏହା ବି ପଢନ୍ତୁ- Maharaja Kansa: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଧନୁଯାତ୍ରାର କଂସ ମହାରାଜା