ଓଡିଶା

odisha

ETV Bharat / state

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ, ରାଜଧାନୀରେ ସତ୍ୟାଗ୍ରହରେ ବସିଲା ବିଜେପ - ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା

ରାଜ୍ୟରେ ଚାଷୀଙ୍କୁ ନେଇ ତେଜିବାରେ ଲାଗିଛି ରାଜନୀତି । ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଆଜି ବିଜେପି ସତ୍ୟାଗ୍ରହ ଆରମ୍ଭ କରିଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛି ରାଜ୍ୟ ବିଜେପି । ଅଧିକ ପଢ଼ନ୍ତୁ

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ, ରାଜଧାନୀରେ ସତ୍ୟାଗ୍ରହରେ ବସିଲା ବିଜେପ
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ, ରାଜଧାନୀରେ ସତ୍ୟାଗ୍ରହରେ ବସିଲା ବିଜେପ

By

Published : Nov 18, 2022, 4:35 PM IST

ଭୁବନେଶ୍ବର: ଚାଷୀଙ୍କୁ ନେଇ ତେଜୁଛି ରାଜନୀତି । ଫସଲ ବୀମାକୁ ନେଇ ଉଭୟ ବିଜେପି ଏବଂ ବିଜେଡି ପରସ୍ପରକୁ ଦୋଷ ଦେଉଥିବା ବେଳେ ଆଜି ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ବିଜେପି ସତ୍ୟାଗ୍ରହ ଆରମ୍ଭ କରିଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭୁବନେଶ୍ବର ଲୋୟାର ପିଏମଜିରେ ଆନ୍ଦୋଳନରେ ବସିଛି ରାଜ୍ୟ ବିଜେପି ।

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ, ରାଜଧାନୀରେ ସତ୍ୟାଗ୍ରହରେ ବସିଲା ବିଜେପ

ଗତ କିଛି ଦିନ ହେବ ଚାଷୀଙ୍କୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଇନପୁଟ ସବ୍‌ସିଡି ଘୋଷଣା କରିବା ପରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶୃତି ଦେଇଛନ୍ତି । ସେପଟେ କେନ୍ଦ୍ର ସରକାର ଫସଲ ବୀମା ନେଇ ଘୋଷଣା କରିବା ପରେ ଉଭୟ ସରକାର ପରସ୍ପର ପ୍ରତି ବ୍ଲେମ ଗେମ ଜାରି ରଖିଛନ୍ତି । ତେବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଦଳର ଉପସଭାନେତ୍ରୀ ପ୍ରଭାତୀ ପରିଡା, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁଖପାତ୍ର ରମା ରଞ୍ଜନ ବଳିୟାରସିଂହ, ତେଜେଶ୍ବର ପରିଡା ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ରାଜ୍ୟ ସରକାର ଚାଷୀ ମାରଣ ନୀତି ବନ୍ଦ କରନ୍ତୁ । ଓଡିଶା ପ୍ରଦେଶରେ ସଂଖ୍ୟା ଦୃଷ୍ଟିରୁ ଏବଂ ବୃତ୍ତି ଦୃଷ୍ଟିରୁ ସବୁଠୁ ବଡ଼ ବର୍ଗ ହେଉଛନ୍ତି ଚାଷୀ । ଏହା ସତ୍ତ୍ବେ ଏଠାରେ ଚାଷୀ ସବୁଠୁ ଅଧିକ ଅବହେଳିତ ।" ତେବେ ବିଜେପି ସବୁବେଳେ ଚାଷୀଙ୍କ ସହିତ ରହିଛି ଏବଂ ଚାଷୀଙ୍କୁ ଅବହେଳା ପ୍ରତିବାଦରେ ବିଜେପି ଆନ୍ଦୋଳନ ଆରମ୍ଭ କରିଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details