ଓଡିଶା

odisha

ETV Bharat / state

ଚାଷୀ ସମସ୍ୟା ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି କୃଷକ ମୋର୍ଚ୍ଚା - ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଏହାସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ 7ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

By ETV Bharat Odisha Team

Published : Aug 30, 2023, 10:04 AM IST

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଖୋର୍ଦ୍ଧା: ଚାଷୀଙ୍କ ସମସ୍ୟା ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଏହାସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ 7ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ବିଜେପି ।

ତେବେ ଦାବି ଗୁଡିକ ଭିତରେ ସାରା ରାଜ୍ୟରେ କୃଷି ଯନ୍ତ୍ରପାତି କିଣାରେ ଦିଆଯାଉଥିବା ରିହାତି କାରବାରରେ କ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ, ରାଜ୍ୟରେ ଧାନ କିଣାରେ ମଣ୍ଡି ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ହେଉଥିବା ଦୁର୍ନୀତିର ସିବିଆଇ ତଦନ୍ତ, କେନ୍ଦ୍ର ସରକାର ଚାଷୀଙ୍କୁ ରିହାତି ଦରରେ ସାର ଯୋଗାଇ ଦେଉଥିବା ବେଳେ ତାହା ଚାଷୀଙ୍କ ପାଖରେ ଠିକରେ ପହଞ୍ଚି ପାରୁନାହିଁ । ଫଳରେ ସାର କଳାବଜାରୀ ହେଉଛି ଏବଂ ଚାଷୀ ଅଧିକ ଦରରେ ସାର କିଣୁଛି ସେଥିରେ ରୋକ ଲଗାଇବା ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳାହାଣ୍ଡି ଏସପି ଅଫିସ ଘେରାଉ

ଏହାସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ସାମିଲ କରିବା, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ରାଜ୍ୟ ସରକାର ରାଜ୍ୟରେ ଥିବା ସମସ୍ତ ଚାଷୀଙ୍କ ତଥ୍ୟ ଦେଇନଥିବାରୁ 30 ଲକ୍ଷରୁ ଅଧିକ ଚାଷି ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି ତେଣୁ ସମସ୍ତ ପୂର୍ଣ୍ଣାଙ୍ଗ ଚାଷୀଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦନ କରିବା, ଏହାସହ ଅଦିନିଆ ବର୍ଷାରେ କ୍ଷତି ସହିଥିବା ଚାଷିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ତାର ଆକଳନ କରାଯାଇ ଚାଷୀଙ୍କୁ କ୍ଷତି ପୂରଣ ଦିଆଯାଉ, ତା ସହିତ ବିକଳ୍ପ ଚାଷ କରିବା ପାଇଁ ମାଗଣାରେ ଚାଷ ସାମଗ୍ରୀ ଯୋଗାଇ ଦେବାକୁ ଦାବି ହୋଇଛି ।

ଏଥିସହ ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜିକରଣ ଅବଧି ବୃଦ୍ଧି ଏବଂ ବଲାଙ୍ଗୀର ଓ ଅନ୍ୟାନ୍ୟ ଅଞ୍ଚଳରେ ଦଲାଲମାନେ ବୀମା କମ୍ପାନୀ ସହିତ ମିଶି ଦୁର୍ନୀତି ମାଧ୍ୟମରେ ବୀମାରାଶି ହଡପ ଅଭିଯୋଗ ଆସିଛି । ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ମିଳିତ ଚକ୍ରାନ୍ତରେ ଏହା ହୋଇଛି ତେଣୁ ଚାଷୀମାନେ ତାଙ୍କ ବକେୟା ବୀମା ଅର୍ଥ ପାଇବା ସହିତ ଘରୋଇ କମ୍ପାନୀ ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ।

ତେବେ ରାଜ୍ୟରେ ଏକ ସମ୍ବେଦନ ଓ ଦୂରଦୃଷ୍ଟି ହୀନ ଚାଷ ଓ ବିରୋଧୀ ଅପାରଗ ସରକାର ଚାଲିଛି । ଏହି ସରକାର ଚାଷୀ ମାରଣ ନୀତି ଅବଲମ୍ବନ କରୁଛି । ରାଜ୍ୟର ଏକ ବଡ଼ଭାଗ ଚାଷୀକୂଳ ଥିବା ବେଳେ ସେମାନଙ୍କ ସମସ୍ୟା ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା କହି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହାସହ ତୁରନ୍ତ ଦାବି ପୂରଣ ନହେଲେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ଚେତାବନୀ ଦେଇଛି ବିଜେପି କୃଷକ ମୋର୍ଚ୍ଚା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details