ଭୁବନେଶ୍ବର: ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ପ୍ରସଙ୍ଗ ରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ। ସଭାପତି ସମୀର ମହାନ୍ତି କହିଛନ୍ତି, ‘‘ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଗତକାଲି ବିଜେପି ଯୁବମୋର୍ଚ୍ଚାର ଯେଉଁ ପ୍ରତିବାଦ ଓ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଥିଲା ତାହା ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ହୋଇଥିଲା ।’’ ହେଲେ ପୋଲିସର ଯେଉଁ ପ୍ରକାର ବର୍ବରତା ତାହା ନୀନ୍ଦନୀୟ। ନବ ଦାସ ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ନହେଲା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ କରିଯିବ ବୋଲି ସମୀର ମହାନ୍ତି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ବିଜେପି ସଭାପତି କହିଛନ୍ତି, ‘‘ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଛି ଆହୁରି ତୀବ୍ର କରିବୁ । ଏହା ଲଗାତାର ଭାବେ ଚାଲିବ । ଅଧର୍ମ ବହୁତ ହେଲାଣି, ଆଉ ବେଶି ଦିନ ଚଳିବ ନାହିଁ । ଧର୍ମର ସ୍ଥାପନା ହେବ ।’’
ତେବେ ଗତକାଲି ବିଜେପି ଯୁବମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ପୋଲିସ ଗିରଫ କରି ନେବା ଓ 307 ଦଫା ଲଗାଇବା ଏଥିରୁ ସ୍ପଷ୍ଟ ହେଉଛି ପୋଲିସ ମିଥ୍ୟା କେସ କରିବାରେ ପାରଙ୍ଗମ ହୋଇଛନ୍ତି । ଧଳା ସାର୍ଟ ପିନ୍ଧା ବ୍ୟକ୍ତି ମାନେ ଆକ୍ରମଣ କରିବା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଥିଲା ବୋଲି ଆଭିଯଗ କରିଛନ୍ତି ସମୀର ମହାନ୍ତି । ମହିଳା କର୍ମୀମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । 40 ବର୍ଷର ରାଜନୀତିରେ ପୋଲିସର ଏପରି ବ୍ୟବହାର ଦେଖିନି ବୋଲି କହିଲେ ସମୀର ମହାନ୍ତି । ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଧଳା ସାର୍ଟ ପିନ୍ଧା ଯୁବକ ମାନେ କିଏ ? ସେମାନେ ବିଜେଡ଼ିର ଗୁଣ୍ଡା ନୁହନ୍ତି ତ ? ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି ।