ଓଡିଶା

odisha

ETV Bharat / state

ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜ୍ୟ ସରକାର ଖେଳୁଛନ୍ତି: ବିଜେପି

ଶ୍ରୀମନ୍ଦିରର ଦୁଇଟି ଫାଇଲ ହଜିବା ଘଟଣାକୁ ନେଇ ବିଜେପିର ପ୍ରେସମିଟ । କେଉଁ ସଂକ୍ରାନ୍ତୀୟ ଫାଇଲ ଓ କିପରି ହଜିଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ଵାଳ । ଅଧିକ ପଢ଼ନ୍ତୁ

By

Published : Apr 19, 2023, 9:18 PM IST

ଶ୍ରୀମନ୍ଦିର ଫାଇଲ ହଜିବା ଘଟଣାକୁ ନେଇ ବିଜେପିର ପ୍ରେସମିଟ
ଶ୍ରୀମନ୍ଦିର ଫାଇଲ ହଜିବା ଘଟଣାକୁ ନେଇ ବିଜେପିର ପ୍ରେସମିଟ

ଶ୍ରୀମନ୍ଦିର ଫାଇଲ ହଜିବା ଘଟଣାକୁ ନେଇ ବିଜେପିର ପ୍ରେସମିଟ

ଭୁବନେଶ୍ବର: ଶ୍ରୀମନ୍ଦିରର ଦୁଇଟି ଫାଇଲ ହଜିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଫାଇଲ ହଜିଲା କେମିତି ଓ ଶ୍ରୀମନ୍ଦିରର କେଉଁ ସଂକ୍ରାନ୍ତୀୟ ଦୁଇଟି ଫାଇଲ ହଜିଛି ବୋଲି ପ୍ରଶ୍ନ କରିଛି ବିଜେପି । ଏ ସମ୍ବନ୍ଧରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଆଜି ପ୍ରେସମିଟ୍ କରି ଦାବି କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ଵାଳ । ରାଜ୍ୟରେ ସରକାର ଅଛି ନା ନାହିଁ ତାହା ଏବେ ଲୋକମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଲାଣି ବୋଲି ସେ କହିଛନ୍ତି ।

ଅନୀଲ କହିଛନ୍ତି, "ଜଗନ୍ନାଥ ହେଉଛନ୍ତି ସାଢ଼େ ଚାରି କୋଟି ଓଡିଆଙ୍କ ପ୍ରାଣକେନ୍ଦ୍ର । କିନ୍ତୁ ପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜ୍ୟ ସରକାର ଖେଳ ଖେଳୁଛନ୍ତି । ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ହେଉଛନ୍ତି ଜଗନ୍ନାଥ ବିରୋଧୀ ସରକାର । ଶ୍ରୀମନ୍ଦିରର ଦୁଇଟି ଫାଇଲ ହଜିବା ଘଟଣାରୁ ଏକଥା ପ୍ରମାଣିତ ହୋଇଯାଉଛି । ରାଜ୍ୟ ସରକାରଙ୍କ ଉପରେ ଯେତେବେଳେ ଅଦାଲତି ମାମଲା କିମ୍ବା ଦୁର୍ନୀତିର ଅଭିଯୋଗ ଆସେ, ସେତେବେଳେ ସଚିବାଳୟରୁ ଫାଇଲ ଉଭାନ ହୋଇଯାଏ । ଅତୀତରେ ଖଣି ଦୁର୍ନୀତିର ଫାଇଲ ସଚିବାଳୟରୁ ଗାୟବ ହୋଇଥିଲା । ସଚିବାଳୟରେ ନିଆଁ ଲାଗିବାର ନଜିର ରହିଛି । ତେବେ ଶ୍ରୀମନ୍ଦର ଫାଇଲ ହଜିଲା କେମିତି ? କେଉଁ ସଂକ୍ରାନ୍ତୀୟ ଦୁଇଟି ଫାଇଲ ହଜିଛି ସରକାର ସ୍ପଷ୍ଟ କରନ୍ତୁ । ୨୦୦୭ ମସିହାରୁ ରାଜ୍ୟ ସରକାର ଓଡ଼ିଶାରେ ଅସ୍ବାସ୍ ଲାଗୁ କରିଛନ୍ତି । ସବୁ ଫାଇଲର ଇ-ଫାଇଲ ବ୍ୟବସ୍ଥା ରହିଛି ।" ତାହେଲେ ଫାଇଲ ହଜିଲା କେମିତି, ଏହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ।

ସେ ଆହୁରି କହିଛନ୍ତି, "ରତ୍ନ ଭଣ୍ଡାର ଚାବି ହଜିବାର ୫ ବର୍ଷ ବିତିଗଲାଣି । କିନ୍ତୁ ତାହା ଏଯାଏଁ ଜଣା ପଡିଲା ନାହିଁ । ଏହାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କଣ ତାହା ମଧ୍ୟ ଆଜି ଯାଏଁ ଜଣା ପଡ଼ିଲା ନାହିଁ । ଏଇ ସରକାର ସମୟରେ ରତ୍ନ ଭଣ୍ଡାର ଲୁଟ ହୋଇଛି । ଯେଉଁଥିରେ ରାଜ୍ୟ ସରକାର ସମ୍ପୃକ୍ତି ରହିଛି । ରାଜ୍ୟ ସରକାର ଦୁଇ ଫାଇଲ ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ । ସରକାର କଣ ନିଷ୍ପତ୍ତି ନେବା ପାଇଁ ୫ ବର୍ଷ ଲଗାଇ ଦେବେ ? ରତ୍ନ ଭଣ୍ଡାର ମାମଲା ହାଇକୋର୍ଟରେ ଅଛି । ଏହି ମାମଲାରେ ରାଜ୍ୟ ସରକାର ୨୦୨୨ ଜୁଲାଇ ମାସରେ କହିଥିଲେ ଆମେ ନିଷ୍ପତ୍ତି ନେଉଛୁ, ପୁନର୍ବାର ଅକ୍ଟୋବର ୨୦୨୨ରେ ହାଇକୋର୍ଟ ନିଷ୍ପତ୍ତି ମାଗିଥିଲେ । ହେଲେ ରାଜ୍ୟ ସରକାର ପୁଣି ସମୟ ମାଗିଲେ । ତେଣୁ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ପାଇଁ ଚାହୁଁ ନାହାନ୍ତି । ସେହିଭଳି ବେଦାନ୍ତକୁ ଜମି ଦେଇଦେଲେ ।" ତେବେ ରାଜ୍ୟରେ ସରକାର ଅଛି ନା ନାହିଁ ତାହା ଏବେ ଲୋକମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଲାଣି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details