ଭୁବନେଶ୍ୱର:ଅର୍ଥନୈତିକ ସର୍ଭେକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ସର୍ଭେ ରିପୋର୍ଟ ପାଇଁ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ତେବେ ରାଜ୍ୟ ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଭୂଆଁ ବୁଲେଇଛନ୍ତି ସରକାର । ସମ୍ପୂର୍ଣ୍ଣ ଗୋଲାପୀ ଚିତ୍ର ଦେଇ ମିଥ୍ୟା ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଯାହା ରାଜ୍ୟ ସରକାରଙ୍କୁ ସୁହାଉଛି ତାହା ପ୍ରକାଶ କରିବା ସହ ଅର୍ଥନୀତିର କୁପରିଚାଳନା ମଧ୍ୟ ହୋଇଛି । ସରକାର ନିଜକୁ ସୁହାଇଲା ଭଳି ତଥ୍ୟ କହୁଛନ୍ତି । ଅନ୍ୟ ରାଜ୍ୟ ମାନଙ୍କ ସହ ଓଡିଶା ସହିତ ତୁଳନା କରାଯାଉ ।
ଅନ୍ୟପଟେ 2012 ରୁ 2021-22ବର୍ଷ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଆକଳନ ଆଧାରରେ ବୃହତ ରାଜ୍ୟ ଭିତରେ ଓଡ଼ିଶାର ଅଭିବୃଦ୍ଧି ହେଉଛି ଅଷ୍ଟମ ସ୍ଥାନ । ଗୁଜରାଟ ଓ ଅନ୍ୟ ରାଜ୍ୟ ମାନେ ଆମ ଉପରେ ରହିଛନ୍ତି । କିନ୍ତୁ ଭାରତ ବର୍ଷର ଅର୍ଥନୀତି ସହ ଓଡିଶା ରାଜ୍ୟର ଅର୍ଥନୀତି ତୁଳନା କରନ୍ତୁ ନାହିଁ । ରାଜ୍ୟ ସରକାର ଅନେକ ତଥ୍ୟ ମିଛ କହିଛନ୍ତି । ଭାରତର ମୁଣ୍ଡ ପିଛା ଆୟ, ବାର୍ଷିକ ଅଭିବୃଦ୍ଧି ହାର ମୁଣ୍ଡ ପିଛା ଆୟରେ ୧୦.୯ ଏବଂ ସର୍ବ ଭାରତୀୟରେ ୯.୪ ଶତକଡା ଯାହା ସମ୍ପୂର୍ଣ ମିଛ । ସର୍ବ ଭାରତୀୟ ସ୍ତରରେ ମୁଣ୍ଡ ପିଛା ଆୟ ସହ ଓଡ଼ିଶାର ସମାନ ହେବା ପାଇଁ ଆହୁରି ୨୦ ବର୍ଷ ଲାଗିବ ବୋଲି କହିଛନ୍ତି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।