ଓଡିଶା

odisha

ETV Bharat / state

କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା - କେନ୍ଦ୍ରମନ୍ତ୍ରୀ ମଞ୍ଜାପାରା ମହେନ୍ଦ୍ର ଭାଇ

କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ନେଇ ଖୋର୍ଦ୍ଧାରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ ମଞ୍ଜାପାରା ମହେନ୍ଦ୍ର ଭାଇ । ସେପଟେ ମୋ ଘର ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ

ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ନେଇ ସାମ୍ବାଦିକ ସମ୍ମିଳନୀ
ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ନେଇ ସାମ୍ବାଦିକ ସମ୍ମିଳନୀ

By

Published : Jun 10, 2023, 9:21 PM IST

ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର 'ଅନହେଲ୍ଦି କମ୍ପିଟିସନ' କରୁଛନ୍ତି । କେନ୍ଦ୍ର ସରକାରଙ୍କ ଅନେକ ଜନହିତକର ଯୋଜନା ରାଜ୍ୟରେ ଲାଗୁ କରୁନାହାନ୍ତି । କେନ୍ଦ୍ର ସରକାର ନିକଟରେ ରାଜ୍ୟକୁ ୯ ଲକ୍ଷ ୫୯ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଯୋଗାଇ ଦେଇଛନ୍ତି । କିନ୍ତୁ ହିତାଧିକାରୀଙ୍କୁ ମାଗଣାରେ ଏସବୁ ଘର ନଦେଇ ଋଣ କରି ଘର ଦେବା ପାଇଁ 'ମୋ ଘର ଯୋଜନା' କରିବା ଦୁର୍ଭାଗ୍ୟର କଥା ବୋଲି କହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଆଜି ଖୋର୍ଦ୍ଧାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂରଣ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଡଃ ମଞ୍ଜାପାରା ମହେନ୍ଦ୍ର ଭାଇ ଯୋଗଦେଇ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ଏହାଦ୍ବାରା ଭାରତର କିଭଳି ବିକାଶ ହେଉଛି, ସେ ଉପରେ ଗୁରୁତ୍ବାରୋପ କରିଥିଲେ କେନ୍ଦ୍ରମନ୍ତ୍ରୀ । ବିଶେଷ କରି ମୋଦି ସରକାରଙ୍କ ବିଗତ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣର ବର୍ଷ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ମଞ୍ଜାପାରା ମହେନ୍ଦ୍ର ଭାଇ । ଦେଶର ପ୍ରଗତିରେ ମୋଦି ସରକାର କାମ କରୁଥିବା ବେଳେ କୃଷକ ମାନେ ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନା ଓ ପିଏମ କିଷାନ ଯୋଜନାରେ ଲାଭବାନ ହେଉଛନ୍ତି ବୋଲି ସେ କହିଛନ୍ତି ।

ସେହିଭଳି ଓଡ଼ିଶାର ଚାଷୀଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରାଯାଇଛି । କେବଳ କୃଷକ ନୁହେଁ, ସବୁ ବର୍ଗର ଜନ ସାଧାରଣ ମୋଦି ସରକାରଙ୍କ ଏହି ୯ ବର୍ଷ ଶାସନରେ ଲାଭବାନ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି । ସେହିପରି ଓଡିଶାର ବହୁ ଲୋକ ଏବେ ରାଜ୍ୟ ବାହାରେ କାମ କରୁଛନ୍ତି ଏବଂ ସେଠାରେ ସେମାନେ ଆୟୁଷ୍ମାନ ଭାରତ ଯୋଜନାରେ ଲାଭ ଉଠାଇ ପାରୁନାହାନ୍ତି । ତେଣୁ ରାଜ୍ୟ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେପଟେ ଆଜିର ଏହି ସାମ୍ବାଦିକ ସମିଳନୀରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାର କାହିଁକି ଗରିବ ଲୋକଙ୍କୁ କେନ୍ଦ୍ର ଦେଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଉନାହିଁ, ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details