ଓଡିଶା

odisha

ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ: ବିଜେପି

By ETV Bharat Odisha Team

Published : Dec 31, 2023, 8:18 PM IST

Bjp Press Meet: କାମିଆ ଜାନି ପ୍ରସଙ୍ଗରେ ସରାକରଙ୍କୁ ଟାର୍ଗେଟ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଛି ଦଳ ।ଜଗନ୍ନାଥଙ୍କ ନାଁରେ ସରକାରୀ ଟଙ୍କାରେ ବିଜେଡି ନିଜର ପ୍ରଚାର କରୁଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ: ବିଜେପି
ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ: ବିଜେପି

ଭୁବନେଶ୍ୱର: ଶ୍ରୀମନ୍ଦିର ଦେବତ୍ତୋର କ୍ଷୁର୍ଣ୍ଣ ପ୍ରତିବାଦରେ ବିଜେପି କରିବ ଆନ୍ଦୋଳନ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ଦଳ । ଜଗନ୍ନାଥ ମନ୍ଦିରକୁ ଅପବିତ୍ର କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରିବାକୁ ବିଜେଡି ପ୍ରୟାସ କରିଥିବା ବିଜେପି ଅଭିଯୋଗ କରିଛି । ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛି ଦଳ ।

ଏନେଇ ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି,"ଗତକାଲି ଶାସକ ଦଳ କ୍ୟାବିନେଟ୍‌ରେ ୨୧୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରି ପୁଣି କାମିଆ ଜାନି ଭଳି ଗୋମାଂସ ଭକ୍ଷଣକାରୀଙ୍କୁ ଆଣି ଜଗନ୍ନାଥ ମନ୍ଦିରକୁ ଅପବିତ୍ର କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରିବାକୁ ପ୍ରୟାସ କରିଛି ବିଜେଡି । ଏଥିପାଇଁ ଓଡ଼ିଶାର ଗରିବ ଜନସାଧାରଣଙ୍କ ଟ୍ୟାକ୍ସ ଟଙ୍କାକୁ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କରିବେ ବୋଲି ବିଜୁ ଜନତା ଦଳ ସରକାର କୁଆଡେ ନିଷ୍ପତି ନେଇଛି । କଳାପାହାଡ଼ ସାଜି ଓଡ଼ିଶାକୁ ଆସିଥିବା ତାମିଲ ନେତା ଓଡ଼ିଶାର ଜଗନ୍ନାଥ ସଂସ୍କୃତିକୁ ଗୋଟିଏ ବଜାରର ସାମଗ୍ରୀ ଭାବରେ ବ୍ୟବହାର କରିବାକୁ ଯାଉଛନ୍ତି । ଯାହା ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରିବା ସହ ଓଡ଼ିଆଙ୍କ ବିଶ୍ୱାସରେ ଆଘାତ ଦେଇଛି । ପୂର୍ବରୁ ଜଗନ୍ନାଥଙ୍କ ପ୍ରଚାର ପ୍ରସାରର ଆବଶ୍ୟକତା ନଥିଲା କି ଏବେ ବି ଆବଶ୍ୟକତା ନାହିଁ । ଯିଏ ହିନ୍ଦୁ ସିଏ ମହାପ୍ରଭୁ ଜଗନ୍ନାଥଙ୍କ ମାହିମାକୁ ବୁଝେ । କିନ୍ତୁ ଏବେ ବିଜୁ ଜନତା ଦଳର ନୂଆ ନେତା ତଥା ଅଣଓଡ଼ିଆ ପାଣ୍ଡିଆନ ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ ।"

ସେ ଆହୁରୀ ମଧ୍ୟ କହିଛନ୍ତି,"ବିଜୁ ଜନତା ଦଳର ଗାଲମାଧବମାନେ ଶ୍ରୀମନ୍ଦିର ଇତିହାସକୁ ନିଜ ନାଁରେ କରିବାକୁ ଚେଷ୍ଟା କରୁଛନ୍ତି । ପାଣ୍ଡିଆନ ଓ ନବୀନ ପଟ୍ଟନାୟକ ଏହି ଦୁଇ ଗାଲମାଧବ ସମ୍ପୂର୍ଣ୍ଣ ମନ୍ଦିରର ଇତିହାସକୁ ନିଜର ଆତ୍ମ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି । ତେଣୁ ଆଗାମୀ ଦିନରେ ସନାତନୀ ବିରୋଧୀମାନଙ୍କୁ ଆଣି ମନ୍ଦିର ପ୍ରବେଶ କରାଇ ସଂସ୍କୃତିକୁ ନଷ୍ଟ କରିବାକୁ ବିଜେଡି ଚେଷ୍ଟା କରୁଛି । ସବୁଠୁ ଦୁଃଖ ଓ ପରିତାପର ବିଷୟ ବିଜେଡିର ନେତାଙ୍କୁ ସହଯୋଗ କରୁଥିବା କିଛି ମୁଷ୍ଟିମେୟ ସେବାୟତ ଯେଉଁମାନେ ଜଗନ୍ନାଥ ସେବା ଭୂଲି ପାଣ୍ଡିଆନଙ୍କ ତୋଷାମଦିି ସେବାରେ ଲାଗିଛନ୍ତି । ସେହିମାନେ ମନ୍ଦିର ପରମ୍ପରାର ଗୋଟିଏ ଗୋଟିଏ କଳଙ୍କ । "

ଏହା ମଧ୍ୟ ପଢନ୍ତୁ ......ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଭିତର ଭିଡିଓ ଭାଇରାଲ

ଅନ୍ୟପଟେ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସକ ଭାବରେ ଜଣେ କାଠ କଣ୍ଢେଇକୁ ନିଯୁକ୍ତି କରି ନିଜର ଆତ୍ମପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଏହାସହ ପିନାକୀ ମିଶ୍ରଙ୍କୁ ମଧ୍ୟ ଟାର୍ଗେଟ କରିଛି ଦଳ । ପିନାକୀ ମିଶ୍ର ସଂସଦରେ ପରିକ୍ରମା ପ୍ରକଳ୍ପକୁ ନେଇ ୪ଟି ଶୌଚାଳୟ ନିର୍ମାଣ କଥା କହିଥିଲେ । କିନ୍ତୁ କୌଣସି ଶୌଚାଳୟ ତିଆରି ହୋଇନଥିବାରୁ ପିନାକୀଙ୍କୁ କଟାକ୍ଷ କରିଛି ବିଜେପି । ଏହାସହ ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ଏବଂ ରଥଯାତ୍ରା ବନ୍ଦ କାଥା ମଧ୍ୟ ଉଠାଇଛି ଦଳ । ଯଦି କାମିଆ ଜାନି ଘଟଣାର ତଦନ୍ତ ନହୁଏ ତଥା ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ କ୍ଷମା ପ୍ରାର୍ଥନା ନକରନ୍ତି । ତାହାଲେ ଆଗାମୀ ଦିନରେ ବିଜେପି ବ୍ୟାପକ ଜନଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details